୧୧ ବର୍ଷ ପରେ ଦିଲ୍ଲୀ ଡେୟାର ଡେଭିଲ୍‌ସକୁ ଫେରିଲେ ଧୱନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

୧୧ ବର୍ଷ ପରେ ଦିଲ୍ଲୀ ଡେୟାର ଡେଭିଲ୍‌ସକୁ ଫେରିଲେ ଧୱନ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟମ ଲିଗ୍‌(ଆଇପିଏଲ୍‌) ଇତିହାସରେ ଏକ ବଡ଼ଧରଣର ଓଲଟ ପାଲଟ ହୋଇଛି। ଦୀର୍ଘ ୧୧ ବର୍ଷ ପରେ ବିସ୍ଫୋରକ ଓପନର୍‌ ଶିଖର ଧୱନ୍‌ ତାଙ୍କ ଘରୋଇ ଟିମ୍‌ ଦିଲ୍ଲୀ ଡେୟାର ଡେଭିଲ୍‌ସକୁ ଫେରିଛନ୍ତି। ପୂର୍ବରୁ ସେ ଶେଷଥର ପାଇଁ ୨୦୦୮ ଆଇପିଏଲ୍‌ର ପ୍ରଥମ ସଂସ୍କରଣରେ ଦିଲ୍ଲୀ ଡେୟାର ଡେଭିଲ୍‌ସ ପକ୍ଷରୁ ଖେଳିଥିଲେ।

ଏହାର ପରବର୍ତ୍ତୀ ଦୁଇଟି ସଂସ୍କରଣ ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିଲେ। ତେବେ ୨୦୧୧ରୁ ସେ ପ୍ରଥମେ ଡେକାନ୍‌ ଚାର୍ଜର୍ସ ଓ ପରେ ସନ୍‌ ରାଇର୍ଜସ ହାଇଦ୍ରାବାଦ୍‌ ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ।

କିନ୍ତୁ ଗବର ସିଂହ ନାମରେ ପରିଚିତ ଶିଖର ଶେଷରେ ନିଜକୁ ଘରୋଇ ଟିମ୍‌ ପାଖକୁ ଫେରିଛନ୍ତି। ସନରାଇର୍ଜସ ଶିଖର ଧୱନ୍‌ଙ୍କୁ ଦିଲ୍ଲୀକୁ ଦେଇ ତାଙ୍କ ବଦଳରେ ବିଜୟ ଶଙ୍କର, ଶାହାବାଜ ନଦମୀ ଓ ଅଭିଷେକ ଶର୍ମାଙ୍କୁ ନିଜ ପାଖକୁ ଆଣିଛି।

ସନରାଇର୍ଜସ ଉପରେ ଧୱନ୍‌ ଖୁସି ନଥିବା ଖବର ଆସିଥିବା ବେଳେ ସେ ମୁମ୍ବାଇ ଇଣ୍ଡିଆନ୍ସ ପାଖକୁ ଯିବେ ବୋଲି କୁହାଯାଉଥିଲା। କିନ୍ତୁ ଧୱନ୍‌ ନିଜ ପୁରୁଣା ଟିମ୍‌ ପାଖକୁ ଫେରିଯାଇଛନ୍ତି।

୨୦୧୬ରେ ସନରାଇର୍ଜସ ଆଇପିଏଲ୍‌ ଚାମ୍ପିୟନ୍‌ ହୋଇଥିବା ବେଳେ ଧୱନ୍‌ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଆଇପିଏଲ୍‌ରେ ୧୪୩ଟି ମ୍ୟାଚ୍‌ ଖେଳି ୪୦୫୭ ରନ୍‌ କରିଛନ୍ତି। ଯେଉଁଥିରେ ୩୨ଟି ଅର୍ଦ୍ଧଶତକ ରହିଛି।



from Odisha Reporter https://ift.tt/2Ryh13B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages