ଖାରବେଳଙ୍କୁ ଆକ୍ରମଣ ଘଟଣାରେ ବିଜେଡିକୁ ଘେରିଲା ବିଜେପି; କ’ଣ କହିଲେ ଭୃଗୁ ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 25, 2018

ଖାରବେଳଙ୍କୁ ଆକ୍ରମଣ ଘଟଣାରେ ବିଜେଡିକୁ ଘେରିଲା ବିଜେପି; କ’ଣ କହିଲେ ଭୃଗୁ ପଢ଼ନ୍ତୁ

bhrugu

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା କାଶୀପୁରଠାରେ ‘ଉତ୍କଳ ଭାରତ’ ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ବିଜେଡିକୁ ଘେରିଛି ବିଜେପି।

ବିଜେପି ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି,“ଖାରବେଳଙ୍କୁ ସୁକାନ୍ତ ନାୟକ ଓ କୃଷ୍ଣ ନାୟକ ଆକ୍ରମଣ କରିଥିଲେ। ଦୁହେଁ ବିଜୁ ଯୁବବାହିନୀ କର୍ମୀ। ସୁକାନ୍ତ ମାସକର ଦରମା ନେଇଛନ୍ତି। ଗତକାଲି ତରବରିଆ ଭାବେ ବିଜୁ ଯୁବ ବାହିନୀ ଖାତାରୁ ତାଙ୍କ ନାଁ କଟା ଯାଇଛି। କୃଷ୍ଣଙ୍କୁ ପୁଲିସ୍ ଛାଡ଼ି ଦେଇଛି। ଆଜି ଚାପ ପଡ଼ିବା ପରେ କହୁଛି ସେ ନିଖୋଜ ଅଛନ୍ତି। କୃଷ୍ଣ କାଶୀପୁର ଅଞ୍ଚଳର ଜଣେ ବରିଷ୍ଠ ବିଜେଡି ନେତାଙ୍କ ଡ୍ରାଇଭର ଥିଲେ।”

ଶ୍ରୀ ବକ୍ସିପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି କହିଛନ୍ତି,“ଖାରବେଳ ସ୍ୱାଇଁ ଏକ ନିର୍ଦ୍ଦିଷ୍ଟ ଦଳର ସଭାପତି। ମୁଖ୍ୟମନ୍ତ୍ରୀ ମଧ୍ୟ ଶାସକ ଦଳର ସଭାପତି। ତଥାପି ସେ ଏ ଘଟଣାରେ ନିନ୍ଦା କରି ପଦୁଟିଏ କହିଲେ ନାହିଁ। ଏହା ଦୁର୍ଭାଗ୍ୟଜନକ।”

ସରକାର ଏ ଘଟଣାର କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶ ଦେଇଥିବା ବେଳେ ଭୃଗୁ ଏହାକୁ ହାସ୍ୟାସ୍ପଦ ବୋଲି କହିଛନ୍ତି।

ପୁଲିସ୍‌ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି,“ଘଟଣା ପଛରେ ଷଡ଼ଯନ୍ତ୍ର ରହିଛି କି ନାହିଁ, ସେ ନେଇ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼ କରିବ।”

ଖାରବେଳଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଥିବା ଘଟଣାକୁ ବି ତଦନ୍ତ କରାଯାଇପାରେ। ପୂର୍ବରୁ କେନ୍ଦ୍ରାପଡ଼ାର ଆଳି ଓ ବାଲେଶ୍ୱର ଖଇରାରେ ମଧ୍ୟ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।

ଅନ୍ୟପକ୍ଷରେ ଆଜି ରାୟଗଡ଼ା ଅତିରିକ୍ତ ଏସ୍‌ପି ପତିତପାବନ ଚୌଧରୀଙ୍କୁ ଭେଟିଥିଲେ ଖାରବେଳ। ଗତକାଲି ଘଟଣା ବିଷୟରେ ସେ ତାଙ୍କ ନିକଟରେ ବିଧିବଦ୍ଧ ଅଭିଯୋଗ କରିଥିଲେ। ବିଜେଡିର ସମର୍ଥକ ତାଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି।

ରାଜ୍ୟ ସରକାରଙ୍କ ବିରୋଧରେ କହିଥିବାରୁ ଏପରି ଆକ୍ରମଣ ହୋଇଥିବା ଖାରବେଳ ଅଭିଯୋଗ କରିଛନ୍ତି। ତେବେ ଆଗାମୀ ଦିନରେ ସେ ତାଙ୍କର ସଭାସମିତି ଜାରି ରଖିବେ ବୋଲି କହିଛନ୍ତି।

ଗିରଫ ସୁକାନ୍ତ ନାୟକଙ୍କୁ କାଶୀପୁର ଥାନାରେ ପଚରାଉଚରା କରାଯାଇଛି। ଆଇନ ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅତିରିକ୍ତ ଏସ୍‌ପି କହିଛନ୍ତି।

ଆହୁରି ପଢ଼ନ୍ତୁ- ଖାରବେଳଙ୍କୁ ବିଧା ଚାପୁଡ଼ା ମାରି ତଳେ ପକାଇଦେଲେ



from Odisha Reporter https://ift.tt/2PTDCLB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages