ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ପୁଲିସ୍‌ ରୁଜୁ କଲା ମାମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 25, 2018

ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ପୁଲିସ୍‌ ରୁଜୁ କଲା ମାମଲା

ମୁମ୍ୱାଇ(ଓଡ଼ିଶା ରିପୋର୍ଟର): ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ସମେତ ୭ ଜଣଙ୍କ ନାମରେ ୩୭ ଲକ୍ଷ ଟଙ୍କା ଠକି ନେଇ ଯିବାର ଆକ୍ଷେପ ଲାଗିଛି। ଏଥିପାଇଁ ସୋନାକ୍ଷୀଙ୍କ ଉପରେ ଦିଲ୍ଲୀ ପୁଲିସ୍‌ ମାମଲା ରୁଜୁ କରିଛି।

ସୋନାକ୍ଷୀଙ୍କ ଉପରେ ଆରୋପ ଲାଗିଛି ଯେ, ସେ ଏକ କାର୍ଯ୍ୟକ୍ରମକୁ ଆସିବା ପାଇଁ ଟଙ୍କା ନେଇଥିଲେ। ହେଲେ ଶେଷ ବେଳକୁ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିଲେ।

ଇଣ୍ଡିଆନ୍‌ ଫ୍ୟାସନ୍‌ ଆଣ୍ଡ୍‌ ବିୟୁଟି ଆୱାର୍ଡସ୍‌ କମ୍ପାନୀ ସୋନାକ୍ଷୀଙ୍କ ଉପରେ ଏହି ମାମଲା ରୁଜୁ କରିଛି।

ମିଡିଆ ରିପୋର୍ଟ ଅନୁସାରେ, ୩୦ ଡିସେମ୍ୱର ୨୦୧୮ରେ ଇଣ୍ଡିଆନ୍‌ ଫ୍ୟାସନ୍‌ ଆଣ୍ଡ୍‌ ବିୟୁଟି ଆୱାର୍ଡସ୍‌ କାର୍ଯ୍ୟକ୍ରମ ଦିଲ୍ଲୀରେ ରଖାଯାଇଥିଲା। ଏହି ଆୱାର୍ଡ ଶୋ’କୁ ଯିବା ପାଇଁ ସୋନାକ୍ଷୀଙ୍କୁ ନିମନ୍ତ୍ରଣ କରାଯାଇଥିଲା।

କମ୍ପାନୀ ସୋନାକ୍ଷୀଙ୍କୁ ଡ଼ାକିବା ପାଇଁ ଏକ୍ସିଡ୍‌ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ର ପଦାଧିକାରୀ ଧୁମିଲ୍‌ ଠକ୍କର୍‌ ଓ ସୋନାକ୍ଷୀ ସିହ୍ନାଙ୍କ ମ୍ୟାନେଜର୍‌ ମାଳବିକା ପଞ୍ଜାବୀଙ୍କ ସହ  ଯୋଗାଯୋଗ କରିଥିଲେ। ଏକ ଭିଡିଓ ଜରିଆରେ ସୋନାକ୍ଷୀ ଏହି କାର୍ଯ୍ୟକ୍ରମକୁ ଆସିବେ ବୋଲି ସମ୍ମତ୍ତି ପ୍ରଦାନ କରିଥିଲେ। ଏଥିପାଇଁ ମୁରାଦାବାଦରୁ ଅନ୍‌ଲାଇନ୍‌ ଟ୍ରାଞ୍ଜାକସନ୍‌ ଜରିଆରେ ୩୭ ଲକ୍ଷ ଟଙ୍କା ପେମେଣ୍ଟ୍‌ ହୋଇଥିଲା। ଯେଉଁଥିରୁ ସୋନାକ୍ଷୀଙ୍କ ଆକାଉଣ୍ଟ୍‌କୁ ୪ଲକ୍ଷ ଟଙ୍କା ଓ ବାକି ଅର୍ଥ ଅନ୍ୟ ମେମ୍ୱରଙ୍କୁ ପେମେଣ୍ଟ୍‌ ହୋଇଥିଲା।

କାର୍ଯ୍ୟକ୍ରମରେ ସୋନାକ୍ଷୀଙ୍କ ସହିତ ଆସିବାକୁ ଥିବା ଷ୍ଟାପ୍‌ଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା ଏବଂ ଫ୍ଲାଇଟ୍‌ ଟିକେଟ୍‌ ଓ ହୋଟେଲ୍‌ ରୁମ୍‌ ମଧ୍ୟ ବୁକ୍‌ ହୋଇ ସାରିଥିଲା। କିନ୍ତୁ ସୋନାକ୍ଷୀ କାର୍ଯ୍ୟକ୍ରମର ତାରିଖ ଅନୁସାରେ ଆସି ଯୋଗ ଦେଇ ନ ଥିଲେ। ଯାହାଦ୍ୱାରା କମ୍ପାନୀର ଅନେକ କ୍ଷତି ହୋଇଛି ବୋଲି ଅଭିଯୋଗ ହୋଇଛି।

ତେବେ କେଉଁ କାରଣରୁ ସୋନାକ୍ଷୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିନାହାନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଛି ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2RcGkIK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages