ବିଜେପି କ୍ଷମତାକୁ ଆସିଲେ ହାଇଦ୍ରାବାଦର ନାଁ ବଦଳିବ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ବିଜେପି କ୍ଷମତାକୁ ଆସିଲେ ହାଇଦ୍ରାବାଦର ନାଁ ବଦଳିବ!

ହାଇଦ୍ରାବାଦ: ବିଜେପି କ୍ଷମତାସୀନ ରାଜ୍ୟଗୁଡ଼ିକର ସରକାରମାନେ ଏବେ ଗୋଟିଏ ପରେ ଗୋଟିଏ ଜିଲ୍ଲା ଓ ସହରର ନାଁକୁ ବଦଳାଇବାରେ ଲାଗିଛନ୍ତି। ଏହିକ୍ରମରେ ଯଦି ବିଜେପି ଦକ୍ଷିଣ ଭାରତରେ କ୍ଷମତା ଦଖଲ କରେ,

ତା’ହେଲେ ଦଳ ପକ୍ଷରୁ ହାଇଦ୍ରାବାଦର ନାଁକୁ ବଦଳାଇ ଦିଆଯିବ। ହାଇଦ୍ରାବାଦକୁ ସମସ୍ତେ ଭାଗ୍ୟନଗର ଭାବେ ଜାଣିବେ ବୋଲି ଆଜି ଜଣେ ବିଜେପି ବିଧାୟକ କହିଛନ୍ତି।

ଗୋଶମହଲ ବିଧାନସଭା ଆସନରୁ ବିଧାୟକ ହୋଇଥିବା ବିଜେପି ନେତା ରାଜା ସିଂହ କହିଛନ୍ତି, “ପୂର୍ବରୁ ହାଇଦ୍ରାବାଦ ଭାଗ୍ୟନଗର ନାଁରେ ପରିଚିତ ଥିଲା। କିନ୍ତୁ ୧୫୯୦ରେ କୁଲୀ କୁତୁବ ଶାହା ଏଠାକୁ ଆସିଥିଲେ ଏବଂ

ଭାଗ୍ୟନଗର ନାଁକୁ ବଦଳାଇ ଦେଇ ହାଇଦ୍ରାବାଦ କରିଥିଲେ। ଆମେ ଏବେ ହାଇଦ୍ରାବାଦର ନାଁକୁ ବଦଳାଇବାକୁ ଚେଷ୍ଟା କରୁଛୁ। ତେଲେଙ୍ଗାନାରେ ବିଜେପି ନିଶ୍ଚିତ ଏଥର କ୍ଷମତାକୁ ଆସିବ। ଆମର ପ୍ରଥମ ଲକ୍ଷ୍ୟ ହେଉଛି ରାଜ୍ୟର

ବିକାଶ କରିବା ଏବଂ ଦ୍ୱିତୀୟରେ ହାଇଦ୍ରାବାଦର ନାଁକୁ ବଦଳାଇ ଭାଗ୍ୟନଗର ରଖିବା। କେବଳ ହାଇଦ୍ରାବାଦ ନୁହେଁ ବିଜେପି କ୍ଷମତାକୁ ଆସିଲେ ସିକନ୍ଦରାବାଦ ଓ କରିମନଗରର ନାଁକୁ ମଧ୍ୟ ବଦଳାଇ ଦିଆଯିବ। ମୋଗଲ ଓ

ନିଜାମ ଯେଉଁ ସବୁ ସହରର ନାଁକୁ ବଦଳାଇଛନ୍ତି, ସେଗୁଡ଼ିକର ପୁଣିଥରେ ନାମକରଣ କରାଯିବ। ଯେଉଁମାନେ ତେଲେଙ୍ଗାନା ଓ ଦେଶ ପାଇଁ କାମ କରିଛନ୍ତି, ସେହିଭଳି ମହାପୁରୁଷଙ୍କ ନାଁରେ ସହରଗୁଡ଼ିକ ନାମିତ କରାଯିବ।”

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମେ ଆହ୍ଲାବାଦର ନାଁକୁ ପ୍ରୟାଗରାଜ ଓ ପରେ ଫୈଜାବାଦକୁ ଅଯୋଧ୍ୟା ନାମିତ କରିଥିଲେ। ଏହାପରେ ଗୁଜରାଟ ଉପମୁଖ୍ୟମନ୍ତ୍ରୀ ନୀତୀନ ଭାଇ

ଅହମଦାବାଦର ନାଁକୁ କର୍ଣ୍ଣାବତୀ କରିବାକୁ ଯୋଜନା ଚାଲିଛି ବୋଲି କହିଥିଲେ। ଏବେ ତେଲେଙ୍ଗାନା ବିଜେପି ବିଧାୟକଙ୍କ ଏଭଳି ବୟାନ ନୂଆ ବିବାଦ ସୃଷ୍ଟି କରିଛି।



from Odisha Reporter https://ift.tt/2yYb7lA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages