ଇତିହାସ୍‌ ସୃଷ୍ଟିକଲା ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ୍‌’, ପ୍ରଥମ ଦିନରେ … - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

ଇତିହାସ୍‌ ସୃଷ୍ଟିକଲା ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ୍‌’, ପ୍ରଥମ ଦିନରେ …

ମୁମ୍ବାଇ: ଆମୀର ଖାନ୍‌ଙ୍କ  ଅଭିନୀତ ଫିଲ୍ମ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ୍‌’ ରିଲିଜ୍ ହେବାର ଗୋଟିଏ ଦିନ ମଧ୍ୟରେ ବଲିଉଡ୍‌ରେ ଇତିହାସ୍‌ ସୃଷ୍ଟି କରିଛି।  ଖରାପ୍‌ ପବ୍ଲିକ୍‌ ଓ କ୍ରିଟିକ୍ସ ରିଭ୍ୟୁ ପରେ ବି ଫିଲ୍ମଟି ପ୍ରଥମ ଦିନରେ ଜବରଦସ୍ତ ଆୟ କରଛି। ଏହି ଫିଲ୍ମର ପ୍ରଥମ ଦିନର  ବଜେଟ୍‌ ହେଉଛି ୫୨.୨୫ କୋଟି। ହିନ୍ଦୀ, ତାମିଲ୍‌ ଓ ତେଲ୍‌ଗୁରେ ଏକାଠି ରିଲିଜ୍‌ ହୋଇଛି ଏହି ଫିଲ୍ମ।

‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ୍‌’ ଓପ୍‌ନିଂରେ ସବୁଠୁ ଅଧିକା ଆୟ କରିଥିବା ଫିଲ୍ମ ତାଲିକାରେ ନିଜ ନାଁ ସାମିଲ୍‌ କରି ସାରିଛି। ଏହା ପରେ ଆମୀରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଫିଲ୍ମର ଆୟରେ ଖୁବ୍‌ ଖୁସି ଅଛନ୍ତି ଆମୀର। ସେ କହିଛନ୍ତି,‘‘ଠଗ୍ସର ପ୍ରଥମ ଦିନର କଲେକସନ୍‌ ବିଷୟର ଜଣା ପଡ଼ିଲା ପରେ ମୁଁ ଖୁବ୍‌ ଖୁସି ହେଲି। ମୁଁ ଦର୍ଶକଙ୍କ ସ୍ନେହ ଓ ପ୍ରେମ ପାଇଁ ବିନମ୍ର।”

ସୂଚନାଯୋଗ୍ୟ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ୍‌’ ରିଲିଜ୍‌ ପରେ ହିଁ ଟ୍ରଲିଂର ଶିକାର ହୋଇଛି। ସୋଶାଲ୍‌ ମିଡିଆର ଆମୀରଙ୍କ ଖୁବ୍ ମଜାକ୍‌ ଉଡିଛି। ଦର୍ଶକ ଫିଲ୍ମ ଓ ଏହାର କଡା କ୍ରିଟିସିଜମ୍‌କୁ ନେଇ ନିରାଶ ହୋଇଛନ୍ତି।

କିନ୍ତୁ ଏବେ ଫିଲ୍ମର ଆୟ ନିଶ୍ଚିତ ଆଭେ ଆମୀରଙ୍କ ମୁହଁରେ ହସ ଫୁଟାଇ ଦେଇଛି।

‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ୍‌’କରିଥିବା କିଛି ରେକର୍ଡ

  • ଭାରତରେ ପାଖାପାଖି ୫୦୦୦ରୁ ଅଧିକ ସ୍କ୍ରିନ୍‌ରେ ଏହା ରିଲିଜ୍‌ କରାଯାଇଛି।
  • ଦୀପାବଳି ରିଲିଜ୍‌ର ପ୍ରଥମ ଦିନରେ  ଏହା ସବୁଠୁ ଅଧିକ ଆୟ କରିଥିବା ରେକର୍ଡ।
  • ୟଶ୍‌ରାଜ୍‌ ଫିଲ୍ମର ପ୍ରଥମ ଦିନରେ ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ।
  • ଓପନିଂ ଦିନରେ ସବୁଠୁ ଅଧିକା ଆୟ କରିଥିବା ରେକର୍ଡ।


from Odisha Reporter https://ift.tt/2yZCxaF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages