ଚୀନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌: ସିନ୍ଧୁ ଓ ଶ୍ରୀକାନ୍ତଙ୍କ ଅଭିଯାନ ଶେଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

ଚୀନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌: ସିନ୍ଧୁ ଓ ଶ୍ରୀକାନ୍ତଙ୍କ ଅଭିଯାନ ଶେଷ

ବେଜିଂ: ଚୀନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଛି। ଆଜି କ୍ୱାର୍ଟର ଫାଇନାଲ୍‌ ମୁକାବିଲାରେ ଭାରତର ଦୁଇ ଷ୍ଟାର ଶଟଲର୍ ପିଭି ସିନ୍ଧୁ ଓ କିଦାମ୍ବି ଶ୍ରୀକାନ୍ତ ପରାସ୍ତ ହେବା ପରେ ଏଭଳି ବିପର୍ଯ୍ୟୟ ଘଟିଛି।

ସିନ୍ଧୁ ମହିଳା ବର୍ଗର କ୍ୱାର୍ଟର ଫାଇନାଲ୍‌ରେ ବିଶ୍ୱର ୮ ନଂ ସିଡ୍‌ ତଥା ଚୀନ୍‌ ଖେଳାଳି ହେ ବିଙ୍ଗଜିଆଓଙ୍କୁ ଭେଟିଥିଲେ। ତେବ ବିଶ୍ୱର ୩ ନଂ ଖେଳାଳି ସିନ୍ଧୁଙ୍କୁ ବିଙ୍ଗଜିଆଓ ୨-୧ ସେଟ୍‌ରେ ପରାସ୍ତ କରିଦେଇଛନ୍ତି। ମ୍ୟାଚ୍‌ ଆରମ୍ଭରୁ ସିନ୍ଧୁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏପରି କି ପ୍ରଥମ ସେଟ୍‌କୁ ୨୧-୧୭ରେ ମଧ୍ୟ ଜିତି ନେଇଥିଲେ।

କିନ୍ତୁ ଦ୍ୱିତୀୟ ସେଟ୍‌ରେ ବିଙ୍ଗଜିଆଓ ଜବରଦସ୍ତ କମ୍‌ବ୍ୟାକ୍‌ କରି ସିନ୍ଧୁଙ୍କୁ ୧୭-୨୧ରେ ପରାସ୍ତ କରି ସ୍ଥିତି ବରାବର କରିଥିଲେ। ତୃତୀୟ ସେଟ୍‌ରେ ବିଙ୍ଗଜିଆଓ ଆହୁରି ଚମତ୍କାର ଖେଳ ପ୍ରଦର୍ଶନ କରି ୨୧-୧୫ରେ ସେଟ୍‌ଟିକୁ ଜିତିବା ସହ ସେମିଫାଇନାଲ୍‌ରେ ନିଜର ସ୍ଥାନ ସୁରକ୍ଷିତ କରିଥିଲେ।

ସେହିପରି ପୁରୁଷ କ୍ୱାର୍ଟର ଫାଇନାଲ୍‌ରେ ଶ୍ରୀକାନ୍ତଙ୍କ ମୁକାବିଲା ଚାଇନିଜ୍‌ ତାଇପେଇର ଟୋମି ସୁଗିଆର୍ତ୍ତୋଙ୍କ ସହ ହୋଇଥିଲା। ମ୍ୟାଚ୍‌ ଆରମ୍ଭରୁ ହିଁ ସୁଗିଆର୍ତ୍ତୋ ପ୍ରତିପକ୍ଷ ଶ୍ରୀକାନ୍ତ ଉପରେ ଚାପ ସୃଷ୍ଟି କରିଥିଲେ। ମାତ୍ର ୩୫ ମିନିଟ୍‌ ମଧ୍ୟରେ ସେ ୨୧-୧୪ ଓ ୨୧-୧୪ରେ ଶ୍ରୀକାନ୍ତଙ୍କୁ ପରାସ୍ତ କରି ସେମିଫାଇନାଲ୍‌ରେ ପ୍ରେବଶ କରିଛନ୍ତି।
ପୂର୍ବରୁ ଭାରତର ଅନ୍ୟତମ ମହିଳା ଶଟଲର୍‌ ସାଇନା ନେହ୍ୱାଲ ଚୀନ୍‌ ଓପନ ଆରମ୍ଭରୁ ଏଥିରେ ଖେଳିବେ ନାହିଁ ବୋଲି କହିଥିଲେ।



from Odisha Reporter https://ift.tt/2qANkTY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages