
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପୂର୍ବତନ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବାସଭବନରେ ଆନୁଷ୍ଠାନିକ ଭାବେ ସେ ଦଳରେ ଯୋଗ ଦେଇଛନ୍ତ। ଏହି ସମୟରେ ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓ ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ବିଜେପିରେ ମିଶିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଅପରାଜିତା ଷଡ଼ଙ୍ଗୀ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ ଦଳର ବିଚାରଧାରା, ବିକାଶମୂଳକ ଆଭିମୁଖ୍ୟ ଓ ନେତାଙ୍କୁ ଦେଖି ମୁଁ ବିଜେପିରେ ଯୋଗ ଦେଇଛି। ବହୁ ଭାବିଚିନ୍ତି, ବହୁ ଲୋକଙ୍କ ସହିତ ଆଲୋଚନା କରି ଏପରିକି ୩ଟି ବହି ପଢ଼ିବା ପରେ ବିଜେପିରେ ମିଶିବାକୁ ନିଷ୍ପତ୍ତି ନେଇଥିଲି।”
ଆଇଏଏସ୍ ଚାକିରି ଆହୁରି ୧୧ ବର୍ଷ ବାକି ଥିବା ବେଳେ ଏଥିରୁ ମୁଁ ଅବସର ନେଇଛି। ବଡ଼ ମଞ୍ଚରେ ଲୋକଙ୍କୁ ସେବା କରିବାର ସୁଯୋଗ ମିଳିବା ଆଶାରେ ଏହି ନିଷ୍ପତ୍ତି ନେଇଛି। କାରଣ ସରକାରୀ ଚାକିରିରେ ଥିବା ବେଳେ ଜନତାଙ୍କ ସେବା କରିବାର ସୀମିତ ସୁଯୋଗ ମିଳିଥାଏ ବୋଲି ଶ୍ରୀମତି ଷଡ଼ଙ୍ଗୀ କହିଛନ୍ତି।
ଏହାସହ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟଶୈଳୀକୁ ସେ ଭୁରି ଭୁରି ପ୍ରଶଂସା କରିଛନ୍ତି। ବିଜେପିରେ ଯୋଗଦାନ ପାଇଁ ମୋଦିଙ୍କ ସହିତ ଅମିତ ଶାହ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
from Odisha Reporter https://ift.tt/2ApZXpn
No comments:
Post a Comment