ଚୁପ୍‌ଚାପ୍ ଭାରତ ଆସି ଚାଲିଗଲେ ଇର୍‌ଫାନ୍‌ ଖାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ଚୁପ୍‌ଚାପ୍ ଭାରତ ଆସି ଚାଲିଗଲେ ଇର୍‌ଫାନ୍‌ ଖାନ୍‌

ମୁମ୍ବାଇ: ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର କ୍ୟାନ୍‌ସରରେ ପୀଡ଼ିତ ଇର୍‌ଫାନ୍‌ ଖାନ୍‌ ଲଣ୍ଡନ୍‌ରେ ଚିକିତ୍ସିତ ହେଉଛନ୍ତି। ହେଲେ ଏଠି ବଲିଉଡ୍‌ରେ ଇର୍‌ଫାନ୍‌ଙ୍କ ଫ୍ୟାନ୍‌ ତାଙ୍କ ଫେରିବାକୁ ଅପେକ୍ଷା କରି ରହିଛନ୍ତି।

ହେଲେ ଇରଫାନ୍‌ ଫ୍ୟାନ୍‌ମାନଙ୍କୁ ବୋଧେ ଅଭଏଡ୍‌ କରୁଛନ୍ତି।

ଏମିତି କହିବାର କାରଣ କ’ଣ ଜାଣନ୍ତି ?

ନିକଟରେ ଏମିତି ଖବର ଆସିଛି ଯେ, ଇର୍‌ଫାନ୍‌ ଦୁଇଦିନ ପାଇଁ  ଭାରତ ଆସିଥିଲେ। ଆଉ ଲୁଚି ଲୁଚି ଆସି ଚୁପ୍‌ଚାପ୍‌ ପୁଣି ଫେରି ଯାଇଛନ୍ତି।

ସେ ଚାହୁଁଥିଲେ ତାଙ୍କ ଭାରତ ଆସିବା ଖବର କାହାକୁ ଜଣା ନ ପଡ଼ୁ ବୋଲି। ରିପୋର୍ଟ ମୁତାବକ ଇର୍‌ଫାନ୍‌ ନାସିକ୍‌ର ତ୍ରିୟଂବକେଶ୍ୱର ଶିବ ମନ୍ଦିରକୁ ଯାଇଥିଲେ ଆଉ ସେଠାର ସ୍ୱତନ୍ତ୍ର ପୂଜା ଓ ହୋମ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଏକଥା ସ୍ପଷ୍ଟ ହୋଇନି ଯେ, ସେ କେବେ  ଭାରତ ଆସିଥିଲେ। କିନ୍ତୁ ଯାହା ଶୁଣିବାକୁ ମିଲୁଛି ସେ କେବଳ ୨ ଦିନ ପାଇଁ ଏଠାକୁ ଆସିଥିଲେ।

କିନ୍ତୁ ଏହା ପୂର୍ବରୁ ଖବର ଆସିଥିଲା ଯେ, ସେ ଡିସେମ୍ବରକୁ ତାଙ୍କ ଫିଲ୍ମ ‘ହିନ୍ଦୀ ମିଡିୟମ୍‌’ର ଶୁଟିଂ ଆରମ୍ଭ କରିଦେବେ। କିନ୍ତୁ ଇର୍‌ଫାନ୍‌ଙ୍କ ମୁଖପାତ୍ର ଏହି ଖବରକୁ ଖାରଜ କରିଛନ୍ତି।



from Odisha Reporter https://ift.tt/2E1SMI8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages