
ଲଣ୍ଡନ୍: ଭିଏତନାମାରୁ କୌଶଳକ୍ରମେ ଏକ ଥଣ୍ଡା ପାଣି ବୁହା ହେଉଥିବା ଟ୍ରକ୍ରେ ଇଂଲଣ୍ଡକୁ ପ୍ରବେଶ କରିଥିବା ୨୧ ଜଣଙ୍କୁ ଆଜି ସୁରକ୍ଷାକର୍ମୀମାନେ ବ୍ରିଟେନ୍ର ଏକ ବନ୍ଦରରୁ ଉଦ୍ଧାର କରିଛନ୍ତି। ଏମାନଙ୍କ ମଧ୍ୟରେ ୧୫ ଜଣ ଶିଶୁ ରହିଛନ୍ତି।
ଏମାନେ ଗାଡ଼ିରେ ଭିତରେ ପ୍ରବେଶ କରି ଲୁଚି ଲୁଚି ଦକ୍ଷିଣ ଇଂଲଣ୍ଡର ନ୍ୟୁ ହେଭେନ୍ ପୋର୍ଟ ପର୍ଯ୍ୟନ୍ତ ଚାଲି ଆସିଥିଲେ। କିନ୍ତୁ ସେଠାରେ ସୀମା ସୁରକ୍ଷାବଳର ଯବାନମାନେ ଏମାନଙ୍କୁ ଠାବ କରିଥିଲେ।
ଗାଡ଼ିଟିକୁ ରୋମାନିଆର ଜଣେ ଡ୍ରାଇଭର ଚଳାଉଥିଲେ। ତାଙ୍କ ବିରୋଧରେ ଅପରାଧୀକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଏମାନେ କ’ଣ ପାଇଁ ଏଭଳି ଲୁଚି ଲୁଚି ବ୍ରିଟେନ୍ରେ ପ୍ରବେଶ କରିଥିଲେ, ତାହା ଜଣାପଡ଼ିନାହିଁ।
from Odisha Reporter https://ift.tt/2FhuOKK
No comments:
Post a Comment