ଦୀପାବଳିରେ ଘରକୁ ଆଣନ୍ତୁ ଏହି ୫ଟି ସାମଗ୍ରୀ, ଦୂର ହେବ ଅର୍ଥାଭାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 7, 2018

ଦୀପାବଳିରେ ଘରକୁ ଆଣନ୍ତୁ ଏହି ୫ଟି ସାମଗ୍ରୀ, ଦୂର ହେବ ଅର୍ଥାଭାବ

dewali

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଦୀପାବଳିରେ ଶ୍ରଦ୍ଧାଳୁ ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ସହ ମହାଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ନୂଆ ସାମଗ୍ରୀ ଘରକୁ ଆଣନ୍ତି। ବିଶ୍ୱାସ ରହିଛି, ଦୀପାବଳିରେ ନୂଆ ସମାଗ୍ରୀ ଘରକୁ ଆଣିଲେ, ମା’ ବର୍ଷତମାମ୍‌ ଘରକୁ ଶୁଖ, ସମୃଦ୍ଧି ଓ ଐଶ୍ୱର୍ଯ୍ୟ ପ୍ରଦାନ କରିଥା’ନ୍ତି।

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏମିତି କିଛି ଜିନିଷ ଅଛି, ଯାହା ଦୀପାବଳିରେ ଘରକୁ ଆଣିଲେ ଶୁଭଦାୟକ ହୋଇଥାଏ।

potମାଟିର ସୁରେଇ: ଦୀପାବଳିରେ  ମାଟିର ଏକ ସୁରେଇ କିଣି ଘରର ଉତ୍ତର ଦିଗରେ ପାଣି ଭରି ରଖନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କ ଘରେ କେବେ ବି ଅର୍ଥର ଅଭାବ ରହିବ ନାହିଁ। ଯଦି ମାଟିର ସୁରେଇ ନ ମିଳି ପାରୁଛି, ତେବେ ମାଟି ହାଣ୍ଡି ବି କିଣି ପାରିବେ।  କିନ୍ତୁ ମନେ ରଖିବେ, ସୁରେଇ ହେଉ କି ହାଣ୍ଡି, ଯାହା ବି କିଣିବେ, ତାହା  ଘରେ ଯେମିତି କେବେ ଖାଲି ରହିବ ନାହିଁ। ସେଥିରେ ପାଣି ସରିବା ମାତ୍ରେ ଆଉଥରେ ପାଣି ଭରି ଦେଉଥିବେ।

turtle4ଧାତୁର କଇଁଛ: ଅଧିକାଂଶ ଲୋକ ଜାଣନ୍ତି ଯେ କଇଁଛର ମୂର୍ତ୍ତି ‘ଫେଙ୍ଗ୍‌ ସୁଇ’ ଅନୁସାରେ ଶୁଭଦାୟକ। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ବି କଇଁଛ ମୂର୍ତ୍ତିକୁ ଗୁରୁତ୍ୱ ଦିଆ ଯାଇଛି। ଘରେ ଧାତୁ ନିର୍ମିତି କଇଁଛ ରଖିବା ଦ୍ୱାରା ଧନ ସମୃଦ୍ଧି ବଜାୟ ରହିଥାଏ। କଇଁଛର ମୂର୍ତ୍ତି ସୁଖ ଓ ଶାନ୍ତିର ପ୍ରତୀକ ଭାବେ ଗଣାଯାଏ।

fish8ଧାତୁର ମାଛ: ବିଶ୍ୱାସ ରହିଛି, ମାଛ ଘରକୁ ଧନ ଓ ସମୃଦ୍ଧି ଆଣେ। ‘ଫେଙ୍ଗ୍‌ ସୁଇ’ ଅନୁସାରେ, ଘରେ ଯଦି ଜୀଅନ୍ତା ମାଛ ରଖନ୍ତି, ତେବେ ୮ଟି ସୁନେଲି ଓ ଗୋଟିଏ କଳାମାଛ ରଖନ୍ତୁ। ଘରେ ମାଛମାନଙ୍କୁ ଦେଖି ମନକୁ ଶାନ୍ତି ମିଳିଥାଏ। ଆଉ ସେହି ମାଛ ଘରୁ  ନକାରାତ୍ମକ ଉର୍ଜା ଦୂର କରିଥାଏ।  ଯେଉଁମାନେ ଘରେ ଜୀଅନ୍ତା ମାଛ ରଖି ନ ପାରିବେ, ସେମାନେ ଧାତୁରେ ତିଆରି ମାଛ ମୂର୍ତ୍ତି ରଖିବା ଉଚିତ୍‌।

Untitled-1ପିତଳ କିମ୍ବା ତମ୍ବାର ପିରାମିଡ୍‌: ଦୀପାବଳିରେ ପିତଳ କିମ୍ବା ତମ୍ବାରେ ନିର୍ମିତ ପିରାମିଡ୍‌ କିଣି ଘରର ସେହି ଭାଗରେ ରଖନ୍ତୁ,  ଯେଉଁଠି ପରିବାରକ ଲୋକେ ସବୁଠୁ ଅଧିକ ସମୟ ବିତାନ୍ତି। ଏମିତି କରିବା ଦ୍ୱାରା ଘର ଲୋକଙ୍କ ଆୟ ବୃଦ୍ଧି ହୋଇଥାଏ।

laxmi4ଲକ୍ଷ୍ମୀ-କୁବେରଙ୍କ ଫଟୋ: ଦୀପାବଳିରେ ଘରର ମୂଖ୍ୟ କବାଟ ଉପରେ ଲକ୍ଷ୍ମୀ ଓ କୁବେରଙ୍କ ଫଟୋ କିଣି ଲଗାନ୍ତୁ। ଏମିତି କରିବା ଦ୍ୱାରା ଅର୍ଥର ଅଭାବ ଅନୂଭୂତ ହୋଇ ନ ଥାଏ।

myurମୟୂର ପର:  ଯଦି ଆପଣ ଘରେ ମୟୂର ପର ରଖନ୍ତି, ତେବେ ତାହା ଘରକୁ ସମୃଦ୍ଧିଶାଳୀ କରିଥାଏ। ତେବ ଘର କିମ୍ବା ଦୋକାନର ଦକ୍ଷିଣ-ପୂର୍ବ ଦିଗରେ ମୟୂର ପର ରଖିଲେ, ଅର୍ଥର ଅଭାବ ଦୂର ହୁଏ।



from Odisha Reporter https://ift.tt/2QqC7R6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages