ୟୁପିର ଆଉ ଏକ ଜିଲ୍ଲାର ନାଁ ବଦଳାଇଲେ ଯୋଗୀ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

ୟୁପିର ଆଉ ଏକ ଜିଲ୍ଲାର ନାଁ ବଦଳାଇଲେ ଯୋଗୀ ସରକାର

ଲକ୍ଷ୍ନୌ: ଗୋଟିଏ ପରେ ଗୋଟିଏ ସହର ଓ ଜିଲ୍ଲାର ନାଁ ବଦଳାଇ ଚାଲିଛନ୍ତି ଉତ୍ତର ପ୍ରଦେଶର କ୍ଷମତାସୀନ ଯୋଗୀ ଆଦିତ୍ୟନାଥ ସରକାର। ପ୍ରଥମେ ଆହ୍ଲାବାଦର ନାଁକୁ ପ୍ରୟାଗ ରାଜ କରିଥିବା ଯୋଗୀ ସରକାର ଆଜି ଫୈଜାବାଦ ଜିଲ୍ଲାର ନାଁକୁ ମଧ୍ୟ ଅଯୋଧ୍ୟାରେ ନାମିତ କରିଛନ୍ତି।

ସେହିପରି ଅଯୋଧ୍ୟାରେ ଏକ ମେଡିକାଲ କଲେଜ୍‌ର ନାଁକୁ ଦଶରଥ ଓ ଏୟାରପୋର୍ଟର ନାଁକୁ ମଧ୍ୟ ରାମଙ୍କ ନାଁରେ ନାମିତ କରାଯିବ ବୋଲି ଯୋଗୀ ସରକାର ଘୋଷଣା କରିଛନ୍ତି।
ଆଜି ଅଯୋଧ୍ୟାରେ ଅନୁଷ୍ଠିତ ଦୀପ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଠାରେ ରାମଙ୍କ ଜନ୍ମ ହୋଇଥିବାରୁ ଏହାକୁ ଅଯୋଧ୍ୟାରେ ନାଁରେ ନାମିତ ହେବା ଦରକାର ବୋଲି କହିଛନ୍ତି।

ସେ କହିଛନ୍ତି, ଅଯୋଧ୍ୟା ଆମର ଆନ୍‌ ବାନ୍‌ ସାନ୍‌ ହୈ। ଅଯୋଧ୍ୟା ରାମଙ୍କ ପରିଚୟ। ଫୈଜାବାଦ ଜିଲ୍ଲା ଫୈଜାବାଦ ଓ ଅଯୋଧ୍ୟାର ଦୁଇଟି ସହରକୁ ନେଇ ଗଠିତ ହୋଇଥିଲା। ସରଯୂ ନଦୀ କୂଳରେ ଏହା ରହିଛି। ଏବେ ଏହି ଜିଲ୍ଲା ଅଯୋଧ୍ୟା ନାଁରେ ନାମିତ ହେବ।

ସେହିପରି ଯୋଗୀ ଆଦିତ୍ୟନାଥ ଏକ ମେଡିକାଲ କଲେଜର ନାଁକୁ ମଧ୍ୟ ଭଗବାନ ରାମଙ୍କ ବାପା ଦଶରଥଙ୍କ ନାଁରେ ନାମିତ କରିବେ ବୋଲି କହିଛନ୍ତି। ଅଯୋଧ୍ୟାର ଏକ ବିମାନବନ୍ଦର ମଧ୍ୟ ପ୍ରତିଷ୍ଠା ଏବଂ ଏହାର ନାଁ ଭଗବାନ ରାମ ରହିବ ବୋଲି ଯୋଗୀ ଘୋଷଣା କରିଛନ୍ତି।



from Odisha Reporter https://ift.tt/2QiwWTb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages