
ମୁମ୍ବାଇ: କରୀନା କପୁର ଖାନ୍ ନିଜର ସ୍ପଷ୍ଟବାଦିତା ଜଣାଶୁଣା। ଉଚିତ୍ କଥାରେ ମୁହଁ ଖୋଲିବାକୁ କାହାକୁ ଡରନ୍ତିନି। ନିକଟରେ ତାଙ୍କର ଏକ ସାକ୍ଷାତକାର ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଯେଉଁଥିରେ ସେ ତିନି ଖାନ୍ ତଥା ସଲ୍ମାନ୍, ଶାହାରୁଖ୍ ଓ ଆମୀରଙ୍କ ବିଷୟରେ ମନ୍ତବ୍ୟ ଦେଇଛନ୍ତି।
ଏହି ସାକ୍ଷାତକାରରେ ସୁପରଷ୍ଟାର ସଲ୍ମାନ ଖାନ୍ଙ୍କୁ ସେ ସମାଲୋଚନା କରି ତାଙ୍କ ବିଷୟରେ ଅନେକ କଥା କହିଥିଲେ।
କରୀନା କହିଥିଲେ ଯେ, ‘‘ମୁଁ ସଲ୍ମାନ୍ ଖାନ୍ଙ୍କ ଫ୍ୟାନ୍ ନୁହେଁ। ମୁଁ ତାଙ୍କୁ ଆଦୌ ପସନ୍ଦ କରେ ନାହିଁ। ସେ ବି ଜଣେ ଭଲ ଅଭିନେତା ନୁହନ୍ତି। ସେ ସବୁବେଳେ ଗୋଟିଏ ପ୍ରକାର ଅଭିନୟ କରନ୍ତି।’’
ତାପରେ କରୀନା ଶାହାରୁଖ୍ ଖାନ୍ଙ୍କ ବିଷୟରେ ଟିପ୍ପଣୀ ଦେଇ କହିଥିଲେ ଯେ, ମୁଁ ତାଙ୍କୁ ଖୁବ୍ ଭଲପାଏ। ମତେ ତାଙ୍କ ବିଷୟରେ ନପଚାରିବା ଭଲ। ଶାହାରୁଖ୍ଙ୍କ ଅଭିନୟ ଖୁବ୍ ଉଚ୍ଚ କୋଟୀର। ମୁଁ ସବୁବେଳେ ଦୁଇଜଣ ଅଭିନେତାଙ୍କୁ ପ୍ରଶଂସା କରେ। ଜଣେ ହେଉଛନ୍ତି ଅମିତାଭ୍ ବଚ୍ଚନ ଆଉ ଜଣେ ହେଉଛନ୍ତି ଶାହାରୁଖ୍ ଖାନ୍।
ତା’ପରେ ସେ ଅମୀର ଖାନ୍ଙ୍କ ବିଷୟରେ ବି ଅଳ୍ପ ତାରିଫ୍ କରିଥିଲେ। କରୀନା କହିଥିଲେ ଯେ, ଆମୀରଙ୍କୁ ବି ସେ ପସନ୍ଦ କରନ୍ତି। ‘ହମ୍ ହୈ କହି ପ୍ୟାର୍କି’ ଏବଂ ‘କୟାମତ୍ ସେ କୟାମତ୍ ତକ୍’ ଫିଲ୍ମରେ ଆମୀରଙ୍କ ଅଭିନୟ ତାଙ୍କୁ ବେଶ ଛୁଇଁ ପାରିଥିଲା।
from Odisha Reporter https://ift.tt/2SQRvI8
No comments:
Post a Comment