“ସରକାରୀ କାର୍ଯ୍ୟାଳୟରେ ଲାଗିପାରିବ ଆରଏସ୍‌ଏସ୍‌ ଶାଖା, ଭାଗନେବେ କର୍ମଚାରୀ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

“ସରକାରୀ କାର୍ଯ୍ୟାଳୟରେ ଲାଗିପାରିବ ଆରଏସ୍‌ଏସ୍‌ ଶାଖା, ଭାଗନେବେ କର୍ମଚାରୀ”

ଭୋପାଳ: ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଶାଖା ଲାଗିବ ଏବଂ ଉକ୍ତ କାର୍ଯ୍ୟାଳୟର କର୍ମଚାରୀମାନେ ସେଥିରେ ଭାଗ ନେବାରେ କୌଣସି କଟକଣା ରହିବନି ବୋଲି ମତ ଦେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ସେ ଏହି ଅବସରରେ କହିଛନ୍ତି ଯେ, କେହି ମଧ୍ୟ ଆରଏସ୍‌ଏସ୍‌କୁ ବ୍ୟାନ୍‌ କରିପାରିବେ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, “ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଏକ ଦେଶପ୍ରେମୀ ଅନୁଷ୍ଠାନ, ତେଣୁ ପ୍ରତ୍ୟେକ ରାଷ୍ଟ୍ରବାଦୀ ଏବଂ ସରକାରୀ କର୍ମଚାରୀ ଏହାର ଶାଖାରେ ଯୋଗଦେଲେ କିଛି ସମସ୍ୟା ନାହିଁ।”

୨୦୦୬ ମସିହାରେ ସେ ସରକାରୀ କାର୍ଯ୍ୟାଳୟରେ ଶାଖା ଲାଗିବାରୁ କଟକଣା ଉଠାଇଥିଲେ ଏବଂ ଭବିଷ୍ୟତରେ ମଧ୍ୟ ଏହି ନିଷ୍ପତ୍ତିକୁ ନେଇ ଅଟଳ ରହିବେ ବୋଲି ମଧ୍ୟ କହିଛନ୍ତି। ମଧ୍ୟପ୍ରଦେଶ ନିର୍ବାଚନ ପାଇଁ କଂଗ୍ରେସ ଜାରି କରିଥିବା ଇସ୍ତାହାରରେ ଦର୍ଶାଇଥିଲା, ଦଳ କ୍ଷମତାକୁ ଆସିଲେ ସରକାରୀ କାର୍ଯ୍ୟାଳୟ ପରିସରରେ ଶାଖା ଲଗାଇବାରେ କିମ୍ବା ସଂଘ ବୈଠକ ଆୟୋଜନ କରାଯିବା ଉପରେ ବ୍ୟାନ୍‌ ଲାଗୁହେବ।



from Odisha Reporter https://ift.tt/2qICJ9F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages