ଘରୋଇ ଡିନର୍‌ ପାର୍ଟିରେ ପରଷନ୍ତୁ ‘ଚିଙ୍ଗୁଡ଼ି ଫ୍ରାଏଡ୍‌ ରାଇସ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

ଘରୋଇ ଡିନର୍‌ ପାର୍ଟିରେ ପରଷନ୍ତୁ ‘ଚିଙ୍ଗୁଡ଼ି ଫ୍ରାଏଡ୍‌ ରାଇସ୍’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଶୀତ ଦିନେ କିଛି ଭିନ୍ନ ରକମର ସୁସ୍ୱାଦୁ ଖାଦ୍ୟ ଘରେ ପ୍ରସ୍ତୁତ କରିବାକୁ ସାଧାରଣତଃ ଇଚ୍ଛା ହୁଏ। ଆପଣଙ୍କର ଯଦି ଏପରି ଇଚ୍ଛା ହେଉଥାଏ, ତେବେ ଘରେ ଚିଙ୍ଗୁଡ଼ି ଫ୍ରାଏଡ୍‌ ରାଇସ୍ କିପରି ପ୍ରସ୍ତୁତ କରିବେ, ଆଜି ଆମେ ଆପଣଙ୍କୁ ବତାଇବୁ।

ଆବଶ୍ୟକ ସାମଗ୍ରୀ: ବାସୁମତୀ ଚାଉଳ, ଚିଙ୍ଗୁଡ଼ି, ଫୁଲକୋବି, ଆଳୁ, ଟମାଟୋ, ପିଆଜ, ରସୁଣ, ଅଦା, କଞ୍ଚାଲଙ୍କା, କଞ୍ଚା ମଟର, ତେଲ, ଘିଅ, ହଳଦୀଗୁଣ୍ଡ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାଉଳକୁ ଧୋଇ ଦିଅନ୍ତୁ। ଏକ ଡେକ୍‌ଚିରେ ପାଣି ଗରମ କରି ଏହା ଫୁଟିବା ପରେ ସେହି ଚାଉଳ ପକାଇ ଭାତ ରାନ୍ଧନ୍ତୁ। ଏବେ ଚିଙ୍ଗୁଡ଼ିର ମୁଣ୍ଡ ଓ ଖୋଳପା ଛଡ଼ାଇ ଭଲ ଭାବେ ଧୋଇ ଦେବା ପରେ ସେଥିରେ ଲୁଣ ଓ ହଳଦୀ ଗୋଳାଇ ଦିଅନ୍ତୁ। ପିଆଜ, ରସୁଣ, ଅଦା ଓ କଞ୍ଚଲଙ୍କାକୁ ଗ୍ରାଇଣ୍ଡିଂ କରି ରଖନ୍ତୁ। ବର୍ତ୍ତମାନ ଏକ କଡ଼େଇରେ ତେଲ ଗରମ କରି ସେଥିରେ ବଟା ମସଲା ପକାଇ କଷନ୍ତୁ। ମସଲା ହୋଇ ଆସିଲେ, ସେଥିରେ ଚିଙ୍ଗୁଡ଼ିକୁ ପକାଇ ଆଉଟିକେ କଷନ୍ତୁ।

ଏବେ ଆଉ ଏକ କଡ଼େଇରେ ତେଲ ଗରମ କରି ସେଥିରେ ଆଳୁ ଓ ଫୁଲକୋବିକୁ ଛୋଟ ଛୋଟ କାଟି ଛାଣି ଦିଅନ୍ତୁ। କିଛି କଟା ପିଆଜକୁ ମଧ୍ୟ ଛାଣନ୍ତୁ। ଏବେ ଗରମ ଘିଅରେ ପୂର୍ବ ରନ୍ଧା ଭାତକୁ ପକାଇ କିଛି ସମୟ ଭାଜି ଦିଅନ୍ତୁ। ଭାତ ଘିଅରେ ଭାଜି ହେବା ପରେ ସେଥିରେ କଞ୍ଚା ମଟର, ଛଣା ଆଳୁ, କୋବି, କଷା ଚିଙ୍ଗୁଡ଼ି ଓ ପିଆଜ ଭଜାକୁ ପକାଇ ଭଲଭାବରେ ମିଶା ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଚିଙ୍ଗୁଡ଼ି ଫ୍ରାଏଡ଼୍‌ ରାଇସ୍‌। ଏହାକୁ ଗରମ ଗରମ ପରଷନ୍ତୁ।



from Odisha Reporter https://ift.tt/2OFJXEQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages