ବିମୁଦ୍ରାକରଣ ପ୍ରତିବାଦରେ ଏକାଠି ହେଲେ କଂଗ୍ରେସ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

ବିମୁଦ୍ରାକରଣ ପ୍ରତିବାଦରେ ଏକାଠି ହେଲେ କଂଗ୍ରେସ ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିମୁଦ୍ରାକରଣର ଦୁଇବର୍ଷ ପୂର୍ତ୍ତି ଅବସରରେ ଏଆଇସିସି ନିର୍ଦ୍ଦେଶରେ ଆଜି ରାଜ୍ୟ କଂଗ୍ରେସର ବିଭିନ୍ନ ଗୋଷ୍ଠୀର ବରିଷ୍ଠ ନେତାମାନେ ଏକଜୁଟ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ପ୍ରସଙ୍ଗକୁ ନେଇ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିମୁଦ୍ରାକରଣକୁ ଦୁଇବର୍ଷ ପୂରଣ ହୋଇଥିଲେ ମଧ୍ୟ ଭାରତକୁ ଏବେ ମଧ୍ୟ ଦୁର୍ଦ୍ଦଶା ଭୋଗିବାକୁ ପଡୁଛି। ବିଭିନ୍ନ କ୍ଷେତ୍ରରେ କାମ କରୁଥିବା କୋଟି କୋଟି ଦିନ ମଜୁରିଆ ସେମାନଙ୍କର ରୋଜଗାର ହରାଇଛନ୍ତି। ବିମୁଦ୍ରାକରଣ ହେଉଛି ମୋଦି ସରକାରର ଏକ ସଂଗଠିତ ଓ ଯୋଜନାବଦ୍ଧ ଲୁଟ।

ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା, ଜୟଦେବ ଜେନା, ଶରତ ପଟ୍ଟନାୟକ, ଶରତ ରାଉତ, ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ଅନନ୍ତ ପ୍ରସାଦ ସେଠୀ, ସୁମିତ୍ରା ଜେନା, ଚିରଞ୍ଜୀବୀ ବିଶ୍ୱାଳ, ବିଭୂପ୍ରସାଦ ତରାଇଙ୍କ ଭଳି ବହୁ ନେତାଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା। ଏହି ନେତାମାନେ ବିମୁଦ୍ରାକରଣ ପ୍ରସଙ୍ଗରେ ଉଭୟ ମୋଦି ସରକାର ଓ ନବୀନ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ନିର୍ବାଚନ ପାଖେଇ ଆସୁଥିବାବେଳେ ନିରଞ୍ଜନଙ୍କ ନେତୃତ୍ୱରେ ବିଭିନ୍ନ ଗୋଷ୍ଠୀର ନେତାମାନେ ଏକଜୁଟ ହେବା ରାଜ୍ୟ କଂଗ୍ରେସ ପାଇଁ ଶୁଭଙ୍କର ବୋଲି ଦଳରେ ଚର୍ଚ୍ଚା ହେଉଛି। ଏହି କାର୍ଯ୍ୟକ୍ରମରେ ଏଆଇସିସି ସମ୍ପାଦକ ତଥା ଓଡ଼ିଶା ସହପ୍ରଭାରୀ ରୁଦ୍ର ରାଜୁଙ୍କ ସମେତ କଂଗ୍ରେସ ନେତା ବିଜୟଲକ୍ଷ୍ମୀ ସାହୁ, ଶୁଭେନ୍ଦୁ ମହାନ୍ତି, ଜାନକୀ ବଲ୍ଲଭ ପଟ୍ଟନାୟକ, ସମୀର କୁମାର ରାଉତରାୟ, ଅଶୋକ ସାମଲ, ବିଷ୍ଣୁ ଚରଣ ବାରିକ, ସତ୍ୟପ୍ରକାଶ ନାୟକ, ବିଶ୍ୱଜିତ୍ ଦାସ, ମନୋଜ ମହାପାତ୍ର, ଦୀପକ ମହାପାତ୍ର, ପଦ୍ମାକର ଗୁରୁ, କିଶୋର ଜେନା, ମାନସ ଆଚାର୍ଯ୍ୟ, ସନ୍ଧ୍ୟା ମହାପାତ୍ର, ରତ୍ନମଣି ଉଲାକା, ମନୋରନ ରାଉତରାୟ, ପ୍ରଦୀପ ସ୍ୱାଇଁ, ଶ୍ରେୟା ମହାନ୍ତି, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ପ୍ରଦୀପ ମହାପାତ୍ର, ସୁବ୍ରତ ମହାପାତ୍ର, ଦରିଦ୍ର ନାରାୟଣ ନାୟକ, ଏମ.ଡି. ଶାହାଦୁଲ୍ଲା, ଉଷାରାଣୀ ବେହେରା, ଜୟନ୍ତ ଭୋଇ, ଦିଲ୍ଲିପ୍ ସ୍ୱାଇଁ, ଆକାଶ ମହାନନ୍ଦ, ବିଶ୍ୱଭୂଷଣ ଦାସ, ସୁକାନ୍ତ ବେହେରା, ସନ୍ତୋଷ ବଳ, ନାରାୟଣ ଜେନା, ଭାଗ୍ୟଶ୍ରୀ ପ୍ରଧାନ, ତରୁଣ ମିଶ୍ର, ସଂଜୟ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।



from Odisha Reporter https://ift.tt/2z3onFl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages