ବରିଷ୍ଠ ମନ୍ତ୍ରୀ ଏବେ ବିଜେପି ମୁହାଁ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

ବରିଷ୍ଠ ମନ୍ତ୍ରୀ ଏବେ ବିଜେପି ମୁହାଁ !

ମନ୍ତ୍ରୀଜଣକ କୁଆଡ଼େ ଗତ କିଛିଦିନ ପୂର୍ବରୁ ରାତିଅଧିଆ ସଚିବାଳୟ ପଛପଟେ ରହୁଥିବା ବିଜେପିର ଜଣେ ବରିଷ୍ଠ ନେତାଙ୍କୁ ଭେଟିଥିଲେ। ଏହାବ୍ୟତୀତ ବିଜେପିର ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ଭେଟିବାକୁ ବି କୁଆଡ଼େ ସେ ଦିଲ୍ଲୀ ଯାଇଥିଲେ। କିନ୍ତୁ ମନ୍ତ୍ରୀ କୁଆଡ଼େ ପୂର୍ବ ସୂଚନା ନଦେଇ ଯାଇଥିବାରୁ ସେହି ବାବୁଙ୍କ ଦେଖା ମିଳିନଥିଲା।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀ ଏବେ କୁଆଡ଼େ ବିଜେପିରେ ମିଶିବା ପାଇଁ ଗୋଡ଼ଟେକି ବସିଛନ୍ତି ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, ତୃତୀୟ ମହଲା ସହ ତାଙ୍କର ଗତ କିଛିବର୍ଷ ଧରି ଥିବା ଦେଣନେଣ ସମ୍ପର୍କ ବିଗିଡ଼ିବା ପରେ ସେ କୁଆଡ଼େ ଏବେ ବିଜେପି ମୁହାଁ ହୋଇଛନ୍ତି। ସ୍ୱାଧୀନ ବିଧାୟକ ଭାବେ ରାଜନୀତିକ କ୍ୟାରିୟର ଆରମ୍ଭ କରି ପରେ ବିଜେଡିରେ ସାମିଲ ହୋଇଥିବା ଏହି ନେତାଜଣକ କୁଆଡ଼େ ଏକଦା ଦଳର ମୁଖ୍ୟ ପାଣ୍ଠି ଯୋଗାଡ଼ିଆ ଥିଲେ। କିନ୍ତୁ ତୃତୀୟ ମହଲା କୁଆଡ଼େ ପ୍ୟାରୀ ମହାପାତ୍ରଙ୍କ ଅମଳରୁ ଚାଲି ଆସିଥିବା ବ୍ୟବସ୍ଥାରେ ପୂର୍ଣ୍ଣଚ୍ଛେଦ ପକାଇ ତାଙ୍କ ସ୍ଥାନରେ ନିଜର ଜଣେ ଖାସ୍ ବିଶ୍ୱସ୍ତ  ଯୁବନେତାଙ୍କୁ ମନ୍ତ୍ରୀଙ୍କ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି।

ସେପଟେ ତୃତୀୟ ମହଲା କ୍ଷମତାକେନ୍ଦ୍ରଙ୍କ ବନ୍ଧୁ ବୋଲାଉଥିବା ରାଜ୍ୟ ବାହାରର ଜଣେ ଠିକାଦାର ବି କୁଆଡ଼େ ଦଳ ପାଇଁ ପାଣ୍ଠି ଆଦାୟରେ ମିଡିଲମ୍ୟାନ୍ ସାଜୁଛନ୍ତି। ତେଣୁ ବିଜେଡିର ଏହି ଯୋଗାଡ଼ିଆ ମନ୍ତ୍ରୀଙ୍କର ପାଣ୍ଠି ଆଦାୟ କାର୍ଯ୍ୟରେ ଆବଶ୍ୟକତା ନଥିବା ତୃତୀୟ ମହଲା ଅନୁଭବ କରି ଏବେ ତାଙ୍କୁ ସମ୍ପୂର୍ଣ୍ଣ ସାଇଡ୍ କରିଦେଇଛନ୍ତି। ଆଦାୟ ହୋଇଥିବା ପାଣ୍ଠିର ହିସାବକୁ ନେଇ ତୃତୀୟ ମହଲା ଓ ଏହି ମନ୍ତ୍ରୀଙ୍କ ମଧ୍ୟରେ କୁଆଡ଼େ ଅବିଶ୍ୱାସର ବାତାବରଣ ସୃଷ୍ଟି ହୋଇଥିଲା। ଯେଉଁଥିପାଇଁ ଏବେ ଏହି ମନ୍ତ୍ରୀଙ୍କୁ ପ୍ରଶାସନିକ ସହଯୋଗ ମିଳୁନି କିମ୍ବା ଆଉ ତାଙ୍କର ଦବଦବା ଜିଲ୍ଲାରେ ଆଉ ପ୍ରତିଫଳିତ ହେଉନି।

ଆଉ ସବୁ ଦୃଷ୍ଟିରୁ ନିଜର ଗୁରୁତ୍ୱ କମୁଥିବା ଦେଖି ମନ୍ତ୍ରୀଜଣକ କୁଆଡ଼େ ଗତ କିଛିଦିନ ପୂର୍ବରୁ ରାତିଅଧିଆ ସଚିବାଳୟ ପଛପଟେ ରହୁଥିବା ବିଜେପିର ଜଣେ ବରିଷ୍ଠ ନେତାଙ୍କୁ ଭେଟିଥିଲେ। ଏହାବ୍ୟତୀତ ବିଜେପିର ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ଭେଟିବାକୁ ବି କୁଆଡ଼େ ସେ ଦିଲ୍ଲୀ ଯାଇଥିଲେ। କିନ୍ତୁ ମନ୍ତ୍ରୀ କୁଆଡ଼େ ପୂର୍ବ ସୂଚନା ନଦେଇ ଯାଇଥିବାରୁ ସେହି ବାବୁଙ୍କ ଦେଖା ମିଳିନଥିଲା। ସେଦିନ ବି ବାବୁଜଣକ ଦିଲ୍ଲୀରେ କୁଆଡ଼େ ନଥିଲେ, କିନ୍ତୁ ମନ୍ତ୍ରୀଙ୍କ ମିଶ୍ରଣକୁ ସେ ସବୁଜ ସଙ୍କେତ ଦେଇସାରିଛନ୍ତି।

ଚର୍ଚ୍ଚା ହେଉଛି, ଆସନ୍ତା ଜାନୁୟାରୀ-ଫେବୃୟାରୀ ମାସ ବେଳକୁ ମନ୍ତ୍ରୀ ମହାଶୟ କୁଆଡ଼େ ବିଜେପିରେ ମିଶିବେ। ଏବେ ବିଜେପିରେ ଅଲୋଡ଼ା ହୋଇ ରହିଥିବା ଜଣେ ନେତା କୁଆଡ଼େ ବିଜେଡିରେ ମିଶିବାକୁ ସଜବାଜ ହେଉଥିବାରୁ ତାଙ୍କୁ କାଉଣ୍ଟର କରିବାକୁ ମନ୍ତ୍ରୀଙ୍କ ମିଶ୍ରଣ ପର୍ବ ବି ବିଳମ୍ବ ହେଉଛି ବୋଲି ଚର୍ଚ୍ଚା।



from Odisha Reporter https://ift.tt/2z2w3HZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages