ଏହା ହେଉଛି ଆମୀର ଖାନ୍‌ଙ୍କ ଅବଶୋଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 7, 2018

ଏହା ହେଉଛି ଆମୀର ଖାନ୍‌ଙ୍କ ଅବଶୋଷ

amiir

ମୁମ୍ବାଇ: ମଣିଷ ଯେତେ ଆଗକୁ ଗଲେ କି ଯେତେ ସଫଳତା ପାଇଲେ ବି ବ୍ୟକ୍ତିଗତ ଜୀବନରେ କିଛି ନା କିଛି ଅବଶୋଷ ରହିଯାଏ। ବଲିଉଡ୍‌ର ଟପ୍‌ ଷ୍ଟାର୍‌ ଆମୀର୍ ଖାନ୍‌ଙ୍କର ବି ଏପରି କିଛି ଅବଶୋଷ ରହିଛି।

ଆମୀର ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ୍‌’ ନଭେମ୍ବର ୮ରେ ରିଲିଜ୍‌ ହେବ। ସେଥିପାଇଁ ସେ ଏବେ ଏହି ଫିଲ୍ମର ପ୍ରମୋଶନ୍‌ରେ ବ୍ୟସ୍ତ ଅଛନ୍ତି। ନିକଟରେ ‘ଆଜ୍‌ତକ୍‌’କୁ ଦେଇଥିବା ସାକ୍ଷାତକାରରେ ଆମୀର ନିଜ ଫିଲ୍ମର ପ୍ରମୋଟ୍‌ କରିବା ସହ ତାଙ୍କ ଅଭିନୟ ଜୀବନର ଅବଶୋଷ ସମ୍ପର୍କରେ ବି କହିଥିଲେ।

ଏକ ପ୍ରଶ୍ନର ଉତ୍ତରରେ ଆମୀର କହିଥିଲେ, ‘‘ମୋର ସବୁବେଳେ ଇଚ୍ଛା ଥିଲା କି ମୁଁ ମୋର ଦୁଇ ପସନ୍ଦର କଳାକାରଙ୍କ ସହ କାମ କରେ। ଏଥିରୁ  ଜଣେ ହେଉଛନ୍ତି, ଅମିତାଭ୍‌ ବଚ୍ଚନ ଏବଂ ଅନ୍ୟଜଣେ ଶ୍ରୀଦେବୀ। ଅମିତାଭ୍‌ ବଚ୍ଚନଙ୍କ ସହ କାମ କରିବାର ସ୍ୱପ୍ନ ମୋର ପୂରା ହୋଇଛି, କିନ୍ତୁ ମୋ’ର ଅବଶୋଷ ଯେ, ଶ୍ରୀଦେବୀଙ୍କ ସହ କାମ କରିପାରିଲି ନାହିଁ। ଶ୍ରୀଦେବୀଙ୍କ ସହ କାମ କରିବା ପାଇଁ ମୋତେ କେବେ ସୁଯୋଗ ମଧ୍ୟ ମିଳିଲା ନାହିଁ। ଜୀବନ ସାରା ଏହି କଥାକୁ ନେଇ ମୋ’କ ଅବଶୋଷ ରହିବ।

Untitled-1

ବୋଧହୁଏ ଏକଥା ସମସ୍ତଙ୍କୁ ଜଣା ନାହିଁ ଯେ ମୁଁ ଶ୍ରୀଦେବୀଙ୍କର ବହୁତ ବଡ଼ ଫ୍ୟାନ୍‌। ଯେତେବେଳେ ମୁଁ ମୋ ଅଭିନୟ କ୍ୟାରିଅର ଆରମ୍ଭ କଲି, ସେତେବେଳେ ମୋତେ ତାଙ୍କ ସହ ଫଟୋ ଶୁଟ୍‌ କରିବାକୁ ଏକ ସୁଯୋଗ ମିଳିଥିଲା। ମୁଁ ତାଙ୍କର ଜଣେ ବଡ଼ ଦିୱାନା। ମୁଁ ଯେବେବି ତାଙ୍କୁ ଦେଖେ, ସେମିତି ଦେଖି ଦେଖି ହିଁ ରହିଯାଏ। ସେଥିପାଇଁ ମୋତେ ଯେତେବେଳେ ଫଟୋ ଶୁଟ୍‌ କରିବାକୁ କୁହାଯାଇଥିଲା, ମୁଁ ସେତେବେଳେ ତାଙ୍କ ଆଖିକୁ  ଚାହିଁ ପାରି ନ ଥିଲି। ”

ଆମୀର ଆହୁରି କହିଥିଲେ, ସେ ନିର୍ମାତା ମହେଶ୍‌ ଭଟ୍ଟଙ୍କ ପାଖକୁ ଶ୍ରୀଦେବୀଙ୍କ ସହ ଫିଲ୍ମ କରିବାର ଇଚ୍ଛା ନେଇ ଯାଇଥିଲେ। କିନ୍ତୁ ତାହା ସମ୍ଭବ ହୋଇ ପାରି ନ ଥିଲା।



from Odisha Reporter https://ift.tt/2PdecrQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages