୧୬ ବଲ୍‌ରେ ୭୪ ରନ୍‌ କଲେ ଏହି ବ୍ୟାଟ୍‌ସମ୍ୟାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

୧୬ ବଲ୍‌ରେ ୭୪ ରନ୍‌ କଲେ ଏହି ବ୍ୟାଟ୍‌ସମ୍ୟାନ୍

ନୂଆଦିଲ୍ଲୀ: ଟି୧୦ ଲିଗ୍‌ ୨୦୧୮ରେ ଏକ ଅବିଶ୍ୱସନୀୟ ଇନିଂସ୍‌ ଖେଳି ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଆଫଗାନିସ୍ତାନୀ ଓପନର୍‌ ମହମ୍ମଦ ଶାହଜାଦ୍‌। ସେ ହାସଲ କରିଥିବା୧୬ ବଲ୍‌ରେ ୭୪ ରନ୍‌ର ଏହି ଇନିଂସ୍‌କୁ କ୍ରିକେଟ୍‌ ଦୁନିଆର ଅନ୍ୟତମ ବିସ୍ଫୋରକ ଇନିଂସ୍‌ କୁହାଯାଉଛି। ଏପରିକି ୧୦ଓଭରରେ ମଧ୍ୟ ଏହା ଦ୍ରୁତତମ ଅର୍ଦ୍ଧଶତକ।

୭୪ ରନ୍‌ରେ ପହଞ୍ଚିବା ପୂର୍ବରୁ ସେ ୧୨ଟି ବଲ୍‌ରେ ହିଁ ଅର୍ଦ୍ଧଶତକ ପୂରଣ କରିପାରିଥିଲେ। ସମଗ୍ର ଇନିଂସ୍‌ରେ ସେ ୮ଟି ଛକା ବର୍ଷାଇଥିଲେ। ଏହି ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମହମ୍ମଦ ଶାହଜାଦ୍‌ଙ୍କ ରାଜପୁତ ଦଳ ୯୫ ରନ୍‌ର ଟାର୍ଗେଟ୍‌କୁ ୪ ଓଭରରେ ହିଁ ହାସଲ କରିଦେଇଥିଲା।

ପ୍ରଥମେ ବ୍ୟାଟିଂ କରିଥିବା ସେନ୍‌ ୱାଟ୍‌ସନ୍‌ଙ୍କ ସିନ୍ଧି ଦଳ ୬ ୱିକେଟ୍‌ ହରାଇ ନିର୍ଦ୍ଧାରିତ ୧୦ ଓଭରରେ ୯୪ ରନ୍‌ କରିପାରିଥିଲା।

ଶାହଜାଦ୍‌ଙ୍କ ସହିତ ବ୍ରେଣ୍ଡନ୍‌ ମ୍ୟାକୁଲମ୍‌ ୮ ବଲ୍‌ରେ ୨୧ ରନ୍‌ କରିଥିଲେ। ଶାହଜାଦ୍ ଖେଳିଥିବା ୧୬ଟି ବଲ୍‌ରୁ ସେ ୮ଟି ଛକା, ୪ଟି ଚୌକା ଏବଂ ୨ଟି ସିଙ୍ଗିଲ୍‌ ରନ୍‌ ନେଇଥିଲେ। ସେ ଖେଳିଥିବା ସମସ୍ତ ବଲ୍‌ରୁ କିଛି ନା କିଛି ରନ୍‌ ଚୋରେଇବାରେ ସମର୍ଥ ହୋଇପାରିଥିଲେ।

ଦେଖନ୍ତୁ ଏହି ସ୍ମରଣୀୟ ଇନିଂସ୍‌ର ଭିଡିଓ।



from Odisha Reporter https://ift.tt/2KoQ93C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages