
କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ସଦର ରେଞ୍ଜ୍ ନରଣପୁରରେ ହାତୀ ମୃତ୍ୟୁ ଘଟଣାରେ ଟ୍ରେନ୍ ଡ୍ରାଇଭରଙ୍କ ନାଁରେ ମାମଲା ରୁଜୁ କରିଛି ବନ ବିଭାଗ। ସଂପୃକ୍ତ ଅଞ୍ଚଳରେ ଟ୍ରେନ୍ର ବେଗ କମ୍ କରିବା ପାଇଁ ପୂର୍ବରୁ ବନ ବିଭାଗର ନିର୍ଦ୍ଦେଶ ଥିଲେ ବି ତାହା ପାଳନ ହୋଇ ନ ଥିବାରୁ ଟ୍ରେନ୍ ଡ୍ରାଇଭରଙ୍କ ମାମଲା ରୁଜୁ କରିଛି ବନ ବିଭାଗ।
ଗତକାଲି ରାତି ପ୍ରାୟ ୯ଟା ୫୫ ମିନିଟ୍ରେ କେନ୍ଦୁଝର ସଦର ରେଞ୍ଜ୍ ନରଣପୁର ବିଟ୍ ରାମଚନ୍ଦ୍ରପୁର ନିକଟରେ ମାଲ୍ବାହୀ ଟ୍ରେନ୍ ଧକ୍କାରେ ଏକ ମାଈ ହାତୀର ମୃତ୍ୟୁ ଘଟିଥିଲା। ଏକ ହାତୀପଲ ରେଳ ଧାରଣା ପାର ହେଉଥିବା ଏହି ଘଟଣା ଘଟିଥିଲା। ତେବେ ପଲରେ ଥିବା ଅନ୍ୟ ୯ଟି ହାତୀଙ୍କର କୌଣସି କ୍ଷୟକ୍ଷତି ହୋଇ ନ ଥିଲା।
ଆଜି ସକାଳେ ଡିଏଫ୍ଓ, ରେଞ୍ଜର ଓ ରେଳ ବିଭାଗର ପ୍ରମୁଖ ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି।
ଡିଏଫ୍ଓ କହିଛନ୍ତି,“ଗତକାଲି ରାତି ପ୍ରାୟ ୯ଟା ୫୫ ମିନିଟ୍ରେ ଏହି ଘଟଣା ଘଟିଥିଲା। ତା’ପୂର୍ବରୁ ସନ୍ଧ୍ୟା ପ୍ରାୟ ୬ଟା ୨୦ ମିନିଟ୍ରେ ସତର୍କ ନିର୍ଦ୍ଦେଶ ଜାରି କରିବାକୁ ଆମେ ଖୋର୍ଦ୍ଧା ରେଳୱେ କଣ୍ଟ୍ରୋଲ୍ ରୁମ୍କୁ କହିଥିଲୁ। ତା’ପରେ ସେମାନେ ୬ଟା ୪୮ ମିନିଟ୍ରେ ସତର୍କ ନିର୍ଦ୍ଦେଶ ଜାରି କରିଥିଲେ। ହାତୀ ଚଳାଚଳ ନେଇ ଲୋକୋ ପାଇଲଟ୍ (ଟ୍ରେନ୍ ଡ୍ରାଇଭର)ଙ୍କୁ ବି ସେମାନେ ଏହି ସତର୍କ ନିର୍ଦ୍ଦେଶ ସଂପର୍କରେ ଜଣାଇଥିଲେ ବୋଲି କହିଛନ୍ତି। ସେହି ନିର୍ଦ୍ଦେଶକୁ ଲୋକୋ ପାଇଲଟ୍ କଡ଼ାକଡ଼ି ଭାବେ ପାଳନ କରିଥିଲେ କି ନାହିଁ, ସେ ନେଇ ଏବେ ରେଳବାଇ ତଦନ୍ତ କରିବ। ଆମେ ଅଟକ ରଖିଥିବା ଲୋକୋ ପାଇଲଟ୍ଙ୍କ ବୟାନ ରେକର୍ଡ କରିଛୁ।”
from Odisha Reporter https://ift.tt/2BpaBOO
No comments:
Post a Comment