୧୫ ବର୍ଷ ପରେ ମଧ୍ୟପ୍ରଦେଶ ଇତିହାସର ପୁନରାବୃତ୍ତି: ମୁଖ୍ୟମନ୍ତ୍ରୀଙ୍କ ଭିଣୋଇ କଂଗ୍ରେସରେ ମିଶିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

୧୫ ବର୍ଷ ପରେ ମଧ୍ୟପ୍ରଦେଶ ଇତିହାସର ପୁନରାବୃତ୍ତି: ମୁଖ୍ୟମନ୍ତ୍ରୀଙ୍କ ଭିଣୋଇ କଂଗ୍ରେସରେ ମିଶିଲେ

ଭୋପାଲ୍‌: ଦୀର୍ଘ ୧୫ ବର୍ଷ ଓ ମଧ୍ୟପ୍ରଦେଶର ୩ଟି ନିର୍ବାଚନ ପରେ ଇତିହାସର ପୁନରାବୃତ୍ତି ଘଟିଛି। ୨୦୦୩ ମଧ୍ୟପ୍ରଦେଶ ନିର୍ବାଚନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ଭାଇ ଦଳ ଛାଡ଼ି ବିଜେପିରେ ଯୋଗଦେଇଥିଲେ। ଏବେ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଭିଣୋଇ ତଥା ବିଜେପି ନେତା ସଞ୍ଜୟ ମସାନି ଦଳ ଛାଡ଼ି କଂଗ୍ରେସର ହାତ ଧରିଛନ୍ତି।

କଂଗ୍ରେସର ରାଜ୍ୟସଭାପତି କମଲ ନାଥ ଓ ଦଳୀୟ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଉପସ୍ଥିତିରେ ସଞ୍ଜୟ ହାତ ଦଳରେ ମଶିଛନ୍ତି।

କଂଗ୍ରେସରେ ମିଶିବା କ୍ଷଣି ସଞ୍ଜୟ କହିଛନ୍ତି, ଏବେ ଶିବରାଜ ସିଂହ ଚୌହାନଙ୍କ ଶାସନରୁ ମଧ୍ୟପ୍ରଦେଶ ମୁକ୍ତି ଚାହେଁ। ଏବେ କମଲ ନାଥ ମଧ୍ୟପ୍ରଦେଶକୁ ଶାସନ କରିବେ। ୩ଥର ଗୋଟିଏ ଦଳର ସରକାର କାମ କଲାଣି। ଏବେ ଅନ୍ୟମାନଙ୍କୁ ମଧ୍ୟ ସୁଯୋଗ ମିଳିବା ଦରକାର ବୋଲି ସେ କହିଛନ୍ତି।

ସେ ବିଜେପିକୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି, “ବିଜେପି ଏବେ ଦଳ ପାଇଁ କାମ କରିଥିବା ଲୋକଙ୍କ ପରିବର୍ତ୍ତେ ଧନୀ ଲୋକଙ୍କୁ ଟିକେଟ୍‌ ଦେଉଛି। ବିଜେପି ଏବେ ଅହଂକାର କରିବା ଆରମ୍ଭ କରିଛି। ଦଳ ପାଇଁ ଜୀବନ ସମର୍ପଣ କରି ଦେଇଥିବା ଲୋକଙ୍କ ପିଲାମାନଙ୍କୁ ଅଣଦେଖା କରାଯାଉଛି ଏବଂ ସେମାନଙ୍କୁ ଟିକେଟ୍‌ ମିଳୁନି।”

ସଞ୍ଜୟଙ୍କୁ ଏଥର କଂଗ୍ରେସ ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2qsLvZi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages