ଶୀତ ଦିନେ ରୂପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ସବୁ ଘରୋଇ ଉପାୟ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ଶୀତ ଦିନେ ରୂପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ସବୁ ଘରୋଇ ଉପାୟ 

ଶୀତଦିନ ଆସିଗଲାଣି। ଶୀତ ଆସିଲେ ଅତ୍ୟଧିକ ଥଣ୍ଡା ହେତୁ ଅନେକ ପ୍ରକାରର ତ୍ୱଚା ଓ କେଶ ଜନିତ ସମସ୍ୟା ଦେଖାଦିଏ। ଏଥିସହ ଶୀତ ଦିନର ସବୁଠୁ ବଡ଼ ସମସ୍ୟା ହେଉଛି ରୂପି ବା ଡାଣ୍ଡ୍ରଫ୍ । ଦେଖିବାକୁ ଗଲେ ରୂପି ଏକ ସାଧାରଣ ସମସ୍ୟା । ହେଲେ ଶୀତଦିନେ ଏହା ଅଧିକ ପରିମାଣରେ ଦେଖାଦେଇଥାଏ। ଏଥିପାଇଁ ଲୋକେ ଅନେକ ଟଙ୍କା ଖର୍ଚ୍ଚ କରି ନାନା ପ୍ରକାରର ଉପାୟ କଲେ ବି ଏହି ସମସ୍ୟା ଏତେ ସହଜରେ ଭଲ ହୁଏ ନାହିଁ। ତେବେ ଚାଲନ୍ତୁ ଜାଣିବା କିପରି ଘରୋଇ ଉପଚାରରେ ଏହି ରୂପି ସମସ୍ୟାକୁ ସମ୍ପୁର୍ଣ୍ଣ ଭାବେ ଭଲ କରିହେବ।

ଆଲୋଭେରା: ଆଲୋଭେରା ଜେଲ୍‌ରେ ଆଣ୍ଟି ବ୍ୟାକ୍ଟେରିଆଲ୍‌ ଏବଂ ଆଣ୍ଟି ଫଙ୍ଗଲ୍‌ ଗୁଣ ରହିଛି। ଏହି ଗୁଣ ଯୋଗୁ ‘ଆଲୋଭେରା’ କେଶରୁ ରୂପି ଦୂର କରିଥାଏ। ଏଥିପାଇଁ  ଦୁଇ ଚାମଚ ‘ଆଲୋଭେରା’ ଜେଲ୍‌ରେ ଏକ ଚାମଚ ମହୁ ଏବଂ ଦୁଇ ଚାମଚ ଦହି ମିଶାନ୍ତୁ। ଏହି ମିଶ୍ରଣକୁ ମୁଣ୍ଡରେ ଲଗାଇ ୧୫ ମିନିଟ୍ ପରେ ଶାମ୍ପୁ କରି ଦିଅନ୍ତୁ। ଏହାବ୍ୟତୀତ ଆପଣ ତିନି ଚାମଚ ‘ଆଲୋଭେରା’ ଜେଲ୍‌ରେ କିଛି ଡ୍ରପ୍‌ ନିମ ତେଲ ମିଶାଇ ମୁଣ୍ଡରେ ଲଗାଇ ପାରିବେ। ଏମିତି କଲେ ମୁଣ୍ଡରେ ରୂପି ରହିବ ନାହିଁ।

ନିମତେଲ:  ପ୍ରତିଦିନ ନିମ ତେଲ କେଶରେ ଲଗାଇଲେ ରୂପି ସମସ୍ୟାରୁ ମୁକ୍ତି ମିଳିଥାଏ। ଫଳରେ ଚୁଟି ମଧ୍ୟ କମ୍‌ ଝଡ଼ିଥାଏ। ନିମ ଶାମ୍ଫୁ ଲଗାଇଲେ ମଧ୍ୟ ମୁଣ୍ଡ କୁଣ୍ଡାଇ ହୋଇ ନ ଥାଏ କି କେଶରେ ଜଟା ହୋଇ ନ ଥାଏ।

ରାଶିତେଲ:  ରାଶି ତେଲ ବ୍ୟବହାର ଦ୍ୱରା ରୂପି ସମସ୍ୟା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଏ। ତେଣୁ ଶୀତ ଦିନେ ଅଲଗା ତେଲ ବଦଳରେ ରାଶି ତେଲ ବ୍ୟବହାର କଲେ ରୂପି ସମସ୍ୟା ଆଦୌ ଦେଖା ଦେଇ ନ ଥାଏ।

ଦହି: ରୁପି ସମସ୍ୟା ଦୂର କରିବାରେ ଦହି ଏକ ସହଜ ଉପାୟ । ଦହିକୁ ସପ୍ତାହରେ ୩-୪ ଦିନ କେଶରେ ଲଗାନ୍ତୁ। ଦହିକୁ କେଶରେ ଲଗାଇ ଅଧଘଣ୍ଟା ପରେ କେଶ ଧୋଇ ଦିଅନ୍ତୁ। ଦେଖିବେ ବହୁତ କମ୍‌ ଦିନରେ ଆପଣ ରୂପି ସମସ୍ୟାରୁ ମୁକ୍ତ ହେବେ। ଏପରିକି କେଶ ଝଡିବା ମଧ୍ୟ ଦୂର ହୋଇଯିବ।

ଅଣ୍ଡା ଓ ଲେମ୍ବୁ ରସ: ଅଣ୍ଡା ଓ ଲେମ୍ବୁ ରସ ମଧ୍ୟ ରୂପି ଭଲ କରିବାରେ ସାହାଯ୍ୟ କରେ। ଏଥପାଇଁ ଏକ ପାତ୍ରରେ କିଛି ଲେମ୍ବୁ ରସ ଓ ଅଣ୍ଡାର ହଳଦିଆ ଅଂଶକୁ ଗୋଳାଇ ମୁଣ୍ଡରେ ଭଲ ଭାବରେ ମାଲିସ କରନ୍ତୁ। ଏହାକୁ ପ୍ରାୟ ୨ ଘଣ୍ଟା ରଖିବା ପରେ ସମ୍ପୁର୍ଣ୍ଣ ଶୁଖିଯିବା ପରେ ଶାମ୍ପୁ କରିଦିଅନ୍ତୁ। ସପ୍ତାହକୁ ୩-୪ ଥର ଏପରି କଲେ ପରି ରୂପି ସମସ୍ୟା ସମ୍ପୁର୍ଣ୍ଣ ଭଲ ହେଇଯିବ I

କଞ୍ଚା କ୍ଷୀର: କଞ୍ଚା କ୍ଷୀର ମଧ୍ୟ ବହୁତ ଉପକାରୀ। ଗାଧୋଇବାର କିଛି ସମୟ ପୂର୍ବରୁ ମୁଣ୍ଡରେ କଞ୍ଚା କ୍ଷୀରକୁ ଭଲ ଭାବରେ ଲଗାଇ ଦିଅନ୍ତୁ ଏବଂ ଶୁଖିଗଲା ପରେ ମୁଣ୍ଡ ସଫା କରି ଦିଅନ୍ତୁ । ଦେଖିବେ jରୂପି ସମସ୍ୟା ଗାଏବ ହୋଇଯିବ।

ମେଥି: ରାତିରେ ଏକ ମୁଠା ମେଥି ପାଣିରେ ଭିଜାଇ ସକାଳେ ଏହାର ପେଷ୍ଟ୍ ପ୍ରସ୍ତୁତ କରି ମୁଣ୍ଡରେ ଲଗାନ୍ତୁ। ପାଖାପାଖି ୧ଘଣ୍ଟା ରଖିବା ପରେ ମୁଣ୍ଡ ସଫା କରିଦିଅନ୍ତୁ। ଏହାଦ୍ୱାରା ରୂପି ଜନିତ ସମସ୍ୟା ଭଲ ହୋଇଥାଏ।



from Odisha Reporter https://ift.tt/2Qms67O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages