
ସୁକମା: ଛତିଶଗଡ଼ର ସୁକମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ପୁଣି ବଡ଼ଧରଣର ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୯ ଜଣ ନକ୍ସଲ ନିହତ ହୋଇଥିବା ବେଳେ ମାଓବାଦୀଙ୍କ ପାଲଟା ଆକ୍ରମଣରେ ୨ ଜଣ ଯବାନ ସହିଦ ହୋଛନ୍ତି। ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।
ଆଜି ସକାଳେ କିସ୍ତାରାମ ଅଞ୍ଚଳର ଜଙ୍ଗଲରେ କିଛି ମାଓବାଦୀ କ୍ୟାମ୍ପ କରି ରହିଥିବା ସୂଚନା ମିଳିଥିଲା। ଏହାପରେ ଡିଆର୍ଜି ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ନକ୍ସଲମାନଙ୍କ କ୍ୟାମ୍ପ ପାଖରେ ସୁରକ୍ଷାକର୍ମୀମାନେ ପହଞ୍ଚିବା କ୍ଷଣି ଆରମ୍ଭ ହୋଇଥିଲା ଗୁଳି ବିନିମୟ। ସକାଳ ୮ରୁ ଆରମ୍ଭ ହୋଇଥିବା ଏହି ଗୁଳି ବିନିୟମ ଦୀର୍ଘ ୩ରୁ ୪ ଘଣ୍ଟା ଧରି ଚାଲିଥିଲା।
ଏହାପରେ ନକ୍ସଲମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ସର୍ଚ୍ଚ ଅପରେସନ୍ ବେଳେ ୯ ଜଣ ନକ୍ସଲଙ୍କ ମୃତଦେହ ମିଳିଛି। ସେହିପରି ନକ୍ସଲ ବିରୋଧୀ ଅପରେସନ୍ରେ ଦୁଇ ଜଣ ଡିଆର୍ଜି ଯବାନ ସହିଦ ହୋଇଥିବା ସୁକମା ଏସ୍ପି ଅଭିଷେକ ମୀନା କହିଛନ୍ତି। ସେ କହିଛନ୍ତି, ଏବେ ବି ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।
ଗତକାଲି ମଧ୍ୟ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଲିସ୍ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୨ ଜଣ ନକ୍ସଲ ନିହତ ହୋଇଥିବା ବେଳେ ଜଣେ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।
from Odisha Reporter https://ift.tt/2zqcU2S
No comments:
Post a Comment