ପେନ୍‌ସିଲ୍‌ ମୂନରେ ପ୍ରସ୍ତୁତ ହେଲା ବିଶ୍ୱକପ୍‌ ଟ୍ରଫି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ପେନ୍‌ସିଲ୍‌ ମୂନରେ ପ୍ରସ୍ତୁତ ହେଲା ବିଶ୍ୱକପ୍‌ ଟ୍ରଫି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଦିନକ ପରେ ହକି ବିଶ୍ୱକପ୍‌। ଏବେ ଚମକୁଛି ଭୁବନେଶ୍ୱର। ଇତିମଧ୍ୟରେ ବିଶ୍ୱକପ୍‌ ଟ୍ରଫି ଉନ୍ମୋଚନ ମଧ୍ୟ ହୋଇସାରିଛି। କିନ୍ତୁ ଆମେ ଆଜି ଆପଣଙ୍କୁ ସେଇ ହକି ବିଶ୍ୱକପ୍‌ ଟ୍ରଫି ଦେଖାଇବୁ, ଯାହାକୁ ଦେଖି ଆପଣ ହଠାତ୍‌ ଆଶ୍ଚର୍ଯ୍ୟ ହେବେ। କାରଣ ଆମେ ଯେଉଁ ବିଶ୍ୱକପ୍‌ ଟ୍ରଫି ଆପଣଙ୍କୁ ଦେଖାଇବାକୁ ଯାଉଛୁ, ତାହା ହେଉଛି ବିଶ୍ୱକପ୍‌ ହକି ଟ୍ରଫିର ସବୁଠାରୁ କ୍ଷୁଦ୍ର ପ୍ରତିକୃତି।

ଏହାକୁ ପ୍ରସ୍ତୁତ କରିଛନ୍ତି ସୂକ୍ଷ୍ମକଳାର ଶିଳ୍ପୀ ଏଲ୍‌.ଈଶ୍ୱର ରାଓ। ପେନ୍‌ସିଲ୍‌ ମୂନରେ ସେ ଏହି ଟ୍ରଫି ପ୍ରସ୍ତୁତ କରିଛନ୍ତି। ଏହାକୁ ତିଆରି କରିବା ପାଇଁ ତାଙ୍କୁ ୨ ଦିନ ସମୟ ଲାଗିଥିଲା। ସେହିପରି ଦୀର୍ଘ ୭ ଦିନ ପରିଶ୍ରମ କରି ଏକ ଠିପି ବନ୍ଦ ବୋତଲ ଭିତରେ ମଧ୍ୟ ସେ ହକି ବିଶ୍ୱକପ୍‌ ଟ୍ରଫିର ଆଉ ଏକ କଳାକୃତି ପ୍ରସ୍ତୁତ କରିଛନ୍ତି।

ନିକଟରେ ବିଶ୍ୱର ସର୍ବବୃହତ୍‌ ପ୍ରତିମୂର୍ତ୍ତି କୁହାଯାଉଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ କ୍ଷୁଦ୍ର ପ୍ରତିକୃତି ପ୍ରସ୍ତୁତ କରିଥିଲେ ଇଶ୍ୱର। ଏହା ପୂର୍ବରୁ ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ଇଭେଣ୍ଟରେ ସେ କ୍ଷୁଦ୍ର କଳାକୃତି ପ୍ରଦର୍ଶନ କରିଛନ୍ତି ଓ ପୁରସ୍କୃତ ହୋଇଛନ୍ତି।



from Odisha Reporter https://ift.tt/2PRXUVP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages