ମଣିଷ ମାରିବା ପରେ ବାଘୁଣୀକୁ ଟ୍ରାକ୍ଟର ଚଢ଼ାଇ ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

ମଣିଷ ମାରିବା ପରେ ବାଘୁଣୀକୁ ଟ୍ରାକ୍ଟର ଚଢ଼ାଇ ହତ୍ୟା

ଲକ୍ଷ୍ନୌ: ଏକ ବାଘୁଣୀକୁ ଲୋକମାନେ ଆକ୍ରମଣ କରି ହତ୍ୟା କରିଛନ୍ତି। ଉତ୍ତର ପ୍ରଦେଶରର ଏକ ପାର୍କରେ ଥିବା ବାଘୁଣୀଟି ପ୍ରଥମେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବାରୁ ଗାଁ ଲୋକମାନେ ତା’ ଉପରେ ଟ୍ରାକ୍ଟର ଚଢ଼ାଇ ଦେବା ସହ ତାକୁ ପିଟିପିଟି ହତ୍ୟା କରିଛନ୍ତି। ମହାରାଷ୍ଟ୍ରର ଏକ ଜଙ୍ଗଲରେ ଅବନୀ ନାମକ ଏକ ମଣିଷଖିଆ ବାଘକୁ ଗୁଳିକରି ହତ୍ୟା କରାଯିବାର ମାତ୍ର କିଛି ଦିନ ପରେ ଉତ୍ତର ପ୍ରଦେଶରେ ଏହାର ପୁନରାବୃତ୍ତି ଘଟିବା ପଶୁପ୍ରେମୀଙ୍କୁ ବ୍ୟଥିତ କରିଛି।

ଲକ୍ଷ୍ନୌଠାରୁ ୨୧୦ କିମି ଦୂର ଦୁଧୱା ବ୍ୟାଘ୍ର ସଂରକ୍ଷଣ ପାର୍କ ନିକଟରେ ବାଘୁଣୀଟି ପ୍ରଥମେ ଏକ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଗାଁ ଲୋକମାନେ ଫରେଷ୍ଟ ଗାର୍ଡଙ୍କୁ ମାଡ଼ ମାରିବା ସହ ସେଠାରେ ଥିବା ଟ୍ରାକ୍ଟରଟିକୁ ୧୦ ବର୍ଷୀୟ ବାଘ ଉପରେ ଚଢ଼ାଇ ଦେଇଥିଲେ। ଏହାପରେ ବାଘୁଣୀଟିକୁ ପିଟିପିଟି ମାରିଦେଇଥିଲେ।

ଦୁଧୱା ଜାତୀୟ ଉଦ୍ୟାନର ନିର୍ଦ୍ଦେଶକ ମହାବୀର କୋଜିଲାଙ୍ଗି କହିଛନ୍ତି, “ ଜଙ୍ଗଲ ବାଟ ଦେଇ ବ୍ୟକ୍ତି ଜଣଙ୍କ ଗାଁକୁ ଯାଉଥିବା ବେଳେ ବାଘୁଣୀଟି ତାଙ୍କୁ ଆକ୍ରମଣ କରିଥିଲା। ଏହାପରେ ଗାଁର କିଛି ଅସାମାଜିକ ଲୋକ ପାର୍କକୁ ଆସି ବାଘୁଣୀଟିକୁ ଖୋଜିବା ସହ ତାକୁ ପାଇବା ପରେ ପିଟିପିଟି ହତ୍ୟା କରିଛନ୍ତି। ଆମେ ବର୍ତ୍ତମାନ ଆକ୍ରମଣକାରୀଙ୍କୁ ଚିହ୍ନଟ କରିଛୁ। ସେମାନଙ୍କ ନାଁରେ ଏଫ୍‌ଆଇଆର୍‌ ମଧ୍ୟ ଦିଆଯାଇଛି।”

ବାଘୁଣୀଟି ଏଠାରେ ୧୦ ବର୍ଷ ହେଲା ରହିଥିଲେ ହେଁ କେବେହେଲେ ଲୋକଙ୍କୁ ଆକ୍ରମଣ କରି ନଥିଲା। ସେହିପରି ଜନବସତି ମଧ୍ୟ ବ୍ୟାଘ୍ର ସଂରକ୍ଷଣ ପାର୍କ ଠାରୁ ଯଥେଷ୍ଟ ଦୂରରେ ରହିଛି।

ଏହି ଘଟଣାକୁ ପଶୁ ପ୍ରେମୀଙ୍କ ଠାରୁ ଆରମ୍ଭ ବଲିଉଡ୍‌ କଳାକାରଙ୍କ ପର୍ଯ୍ୟନ୍ତ ସମସ୍ତେ ନିନ୍ଦା କରିଛନ୍ତି।



from Odisha Reporter https://ift.tt/2OsUYJw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages