ଦୃଷ୍ଟିଶକ୍ତି ବୃଦ୍ଧି କରେ ଧନିଆ ପତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

ଦୃଷ୍ଟିଶକ୍ତି ବୃଦ୍ଧି କରେ ଧନିଆ ପତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖାଇବାକୁ ସ୍ୱାଦିଷ୍ଟ କରିବା ପାଇଁ ଆମେ ଧନିଆ ପତ୍ରକୁ ଖାଦ୍ୟରେ ମିଶାଇ ଥାଉ। ଧନିଆରେ ଅନେକ ପୋଷକ ତତ୍ତ୍ୱ ରହିଛି। ଯାହା ଆମ ଶରୀର ପାଇଁ ଲାଭଦାୟକ। ଏହାର ପତ୍ରରେ ଭିଟାମିନ୍‌, ମିନେରାଲସ୍‌ ଏବଂ ଆମିନୋ ଏସିଡ୍‌ ରହିଛି। ଡାଇରିଆ ଓ ଏନିମିଆ ରୋଗକୁ ଭଲ କରିବାରେ ମଧ୍ୟ ଏହି ପତ୍ର ସାହାଯ୍ୟ କରିଥାଏ।

ଧନିଆ ପତ୍ରରେ ଭିଟାମିନ୍‌ ସି, କେ, ପ୍ରୋଟିନ୍‌, କ୍ୟାଲ୍‌ସିୟମ୍‌, ଥାଇମିନ୍‌, କେରାଟିନ୍‌ ଓ ପୋଟାସିୟମ୍‌ ରହିଛି। ଏହି ସବୁ ତତ୍ତ୍ୱ ଶରୀର ପାଇଁ ଉପକାରୀ।

କେବଳ ଏତିକି ନୁହେଁ, ଧନିଆ ପତ୍ର ଅନେକ ରୋଗକୁ ଉପଶମ କରିବାରେ ସାହାଯ୍ୟ କରିଥାଏ।
କୋଲେଷ୍ଟ୍ରଲ୍‌କୁ କମ୍‌ କରେ: ଧନିଆ ପତ୍ରରେ ଲିନୋଲେଇକ୍‌ ଏସିଡ୍‌, ଆଲୋଇକ୍‌ ଏସିଡ୍‌, ଷ୍ଟିଅରିକ୍‌ ଏସିଡ୍‌ ରହିଛି। ଯାହା ରକ୍ତରେ କୋଲେଷ୍ଟ୍ରଲ୍‌ ସ୍ତରକୁ କମ୍‌ କରିବା ପାଇଁ ସାହାଯ୍ୟ କରିଥାଏ। ଏହା ସହିତ ଶରୀରରେ ଜମା ହୋଉଥିବା ଖରାପ କୋଲେଷ୍ଟ୍ରଲ୍‌ ଏଲ୍‌ଡିଏଲ୍‌କୁ ମଧ୍ୟ ସଫା କରିଥାଏ।

ଆଖିର ରଶ୍ମି ବୃଦ୍ଧି କରେ: ଧନିଆରେ ଭିଟାମିନ୍‌ ଏ, ସି ଓ ଫସ୍‌ଫରସ୍‌ ପରି ଆଣ୍ଟି- ଅକ୍ସିଡାଣ୍ଟ୍‌ ରହିଛି। ଯାହା ଦୃଷ୍ଟିଶକ୍ତିକୁ ବୃଦ୍ଧି କରେ ଏବଂ ଆଖିର ଥକ୍କା ପଣକୁ ଦୂର କରିଥାଏ।
ତ୍ୱଚା ସମସ୍ୟାକୁ ଦୂର କରେ: ଧନିଆରେ ଆଣ୍ଟି-ସେଫ୍‌ଟିକ୍‌, ଆଣ୍ଟି-ଫଙ୍ଗଲ୍‌ ଓ ଆଣ୍ଟି-ଅକ୍ସିଡାଣ୍ଟ୍‌ ରହିଛି। ଯାହା ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ। ଏହା ସହିତ ଧନିଆ ଫଙ୍ଗଲ୍‌ ଇନ୍‌ଫେକ୍‌ସନ୍‌ ହେବାକୁ ଦିଏନାହିଁ।
ଏନିମିଆ ଦୂର କରେ: ଧନିଆ ପତ୍ରରେ ଅଧିକ ପରିମାଣର ଆଇରନ୍‌ ରହିଛି। ଯାହା ଏନିମିଆରେ ପୀଡ଼ିତ ରୋରୀଙ୍କ ପାଇଁ ଲାଭଦାୟକ। ଶରୀରରେ ଆଇରନ୍‌ର ମାତ୍ରା କମ୍ ହେଲେ ଥକା ଲାଗିବା, ନିଃଶ୍ୱାସ ନେବାରେ କଷ୍ଟ ହେବା ପରି ସମସ୍ୟା ଦେଖାଯାଇଥାଏ।



from Odisha Reporter https://ift.tt/2SKkr4u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages