ଶସ୍ତା ହେଲା ସାମ୍‌ସଙ୍ଗର ଏହି ୨ଟି ସ୍ମାର୍ଟଫୋନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 7, 2018

ଶସ୍ତା ହେଲା ସାମ୍‌ସଙ୍ଗର ଏହି ୨ଟି ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ସାମସଙ୍ଗର ୨ଟି ସ୍ମାର୍ଟଫୋନ୍‌ର ଦାମ୍‌ ଏବେ ଶସ୍ତା ହୋଇଛି। ଗତ କିଛି ମାସ ତଳେ ଅର୍ଥାତ୍‌ ମେ’ମାସରେ ଭାରତୀୟ ବଜାରରେ ଲଞ୍ଚ୍‌ ହୋଇଥିବା Galaxy A6+ ବଜାର ପ୍ରବେଶବେଳେ ମୂଲ୍ୟ ଥିଲା ୨୫ ହଜାର ୯୦୦ ଟଙ୍କା। ପରେ ଏହାର ମୂଲ୍ୟ ହ୍ରାସ ପାଇ ଅଗଷ୍ଟରେ ୨୧ ହଜାର ୯୯୦ ଟଙ୍କା ହୋଇଥିଲା। ଏବେ ଭାରତୀୟ ବଜାରରେ ଏହା ୧୮ ହଜାର ୯୯୦ଟଙ୍କାରେ ମିଳୁଛି।
ସେହିଭଳି ଲଞ୍ଚିଂବେଳେ A8 Starର ଦାମ୍‌ ୩୪ ହଜାର ୯୯୯ ଟଙ୍କା ଏବେ ଏହା ମାତ୍ର ୨୯ ହଜାର ଟଙ୍କାକୁ ଖସି ଆସିଛି।

ସାମ୍‌ସଙ୍ଗ୍‌ର ଏହି ଦୁଇଟିଯାକ ସ୍ମାର୍ଟଫୋନ୍‌ର ବିଶେଷତ୍ୱ ହେଉଛି, ଏଥିରେ ଇନ୍‌ଫିନିଟି ଡିସ୍‌ପ୍ଲେ ଓ ଡୁଆଲ୍‌ ରିୟର କ୍ୟାମେରା ସେଟ୍‌ଅପ୍‌ ରହିଛି।  Galaxy A6+ର ସ୍ପେସିଫିକେଶନ କଥା କହିଲେ, ଏଥିରେ  ୬ଇଞ୍ଚର ଫୁଲ୍‌ ଏଚ୍‌ଡି ଡିସ୍‌ପ୍ଲେ ରହିଛି। ଏହାର ମଧ୍ୟ ଦୁଇଟି ଭ୍ୟାରିୟାଣ୍ଟ ରହିଛି। ଗୋଟିକରେ 3GB ରାମ୍‌ ଓ 32GB ମେମୋରୀ ଏବଂ ଅନ୍ୟଟିରେ 4GB ରାମ୍‌  64GB ଇଣ୍ଟରନାଲ୍‌ ମେମୋରୀ ରହିଛି, ଯାହାକୁ ମାଇକ୍ରୋ ଏସ୍‌ଡି କାର୍ଡ ଦ୍ୱାରା ବଢ଼ାଯାଇପାରିବ। ଫୋଟୋଗ୍ରାଫି ପାଇଁ ଏଥିରେ ୧୬ ମେଗାପିକ୍ସେଲ ଓ ୫ ମେଗାପିକ୍ସେଲର ଡୁଆଲ ରିୟର୍‌ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ସେଲଫି ପାଇଁ ଏଥିରେ ୨୪ ମେଗାପିକ୍ସେଲର ଫ୍ରଣ୍ଟ୍‌ କ୍ୟାମେରା ରହିଛି।

Galaxy A8 Star ବିଶେଷତ୍ୱ ହେଉଛି, ଏଥିରେ ୬.୩ ଇଞ୍ଚର ଫୁଲ୍‌ ଏଚ୍‌ଡି ଡିସ୍‌ପ୍ଲେ ରହିଛି। ଏଥିରେ ସୁପର୍‌ ଏମୋଲେଡ ଇନ୍‌ଫିନିଟି ଡିସ୍‌ପ୍ଲେ ଦିଆଯାଇଛି। ଏହାର ରାମ୍‌ 6GB ଥିବାବେଳେ ଇଣ୍ଟର୍‌ନାଲ୍‌ ମେମୋରୀ 64GB ରହିଛି। ଫଟୋଗ୍ରାଫି ପାଇଁ ଏଥିରେ ୧୬ମେଗାପିକ୍ସେଲ ଓ ୨୪ମେଗାପିକ୍ସେଲ୍‌ ଡୁଆଲ୍‌ ରିୟର୍‌ କ୍ୟାମେରା ସେଟ୍‌ଅପ୍‌ ରହିଛି। ସେଲଫି ପାଇଁ ମଧ୍ୟ ଏଥିରେ ୨୪ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି।



from Odisha Reporter https://ift.tt/2D9zrna

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages