ଶରୀର ପାଇଁ ଏମିତି ଉପକାରୀ ଅମୃତଭଣ୍ଡା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 7, 2018

ଶରୀର ପାଇଁ ଏମିତି ଉପକାରୀ ଅମୃତଭଣ୍ଡା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଅମୃତଭଣ୍ଡାରେ ଭିଟାମିନ୍ ଏ’, ସି’ ଓ ଇ’ ଭରପୂର ମାତ୍ରାରେ ଥାଏ। ଏହା ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିଥାଏ।

ଅମୃତଭଣ୍ଡା ଏମିତି ଏକ ଫଳ, ଯାହା ଶରୀରରେ ସବୁ ରୋଗ ସହ ଲଢିବାକୁ ଶକ୍ତି ଦେଇଥାଏ। କଞ୍ଚା ହେଉ ବା ପାଚିଲା ଅମୃତଭଣ୍ଡା, ଉଭୟ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ। ଏହା ଖାଇବା ଦ୍ୱାରା ଅନେକ ମାରାତ୍ମକ ରୋଗରୁ ସୁରକ୍ଷା ମିଳିଥାଏ। ଅମୃତଭଣ୍ଡାରେ ଭିଟାମିନ୍ ସହ ଏପରି ଶକ୍ତି ରହିଛି, ଯାହା ହଜମ ପ୍ରକିୟାକୁ ସହଜ କରିବାରେ ସାହାଯ୍ୟ କରିଥାଏ।

ଏବେ ଆସନ୍ତୁ ଜାଣିବା, ଅମୃତଭଣ୍ଡାରୁ ଶରୀରକୁ ମିଳୁଥିବା ବିଭିନ୍ନ ଉପକାରିତା ବିଷୟରେ।

ଅମୃତଭଣ୍ଡା ଖାଇବା ଦ୍ୱାରା ଆମ ପେଟ ସଫା ରହିଥାଏ। ହଜମ ପ୍ରକ୍ରିୟାରେ ସୁଧାର ଆସେ। ତେଣୁ ପ୍ରତିଦିନ ଖାଦ୍ୟରେ କଞ୍ଚା ଅମୃତଭଣ୍ଡା ସାମିଲ୍‌ କରନ୍ତୁ।

ହୃଦ୍‌ଜନିତ ସମସ୍ୟାର ସୁଧାର ପାଇଁ ଅମୃତଭଣ୍ଡା ଲାଭଦାୟକ। ପ୍ରତିଦିନ ଏହାର ପତ୍ରରୁ ରସ ତିଆରି କରି ପିଇଲେ, ହୃଦ୍‌ରୋଗ ଭଲ ହେବା ସହ ଜ୍ୱର ଓ ଉଚ୍ଚ ରକ୍ତଚାପରୁ ଆରୋଗ୍ୟ ମିଳିଥାଏ।

କୋଷ୍ଠକାଠିନ୍ୟ ସମସ୍ୟା ଭୋଗୁଥିବା ବ୍ୟକ୍ତି ପ୍ରତିଦିନ ଖାଦ୍ୟରେ କଞ୍ଚା ଅମୃତଭଣ୍ଡା ସାମିଲ କରିବା ଉଚିତ୍‌। କାରଣ ଅମୃତଭଣ୍ଡା ପ୍ରାକୃତିକ ଉପାୟରେ କୋଷ୍ଠକାଠିନ୍ୟକୁ ଭଲ କରିବାରେ ସହାୟକ ହୋଇଥାଏ।

ଅମୃତଭଣ୍ଡା ଆଖି ପାଇଁ ମଧ୍ୟ ବେଶ୍‌ ଉପକାରୀ। ଏଥିରେ ଥିବା ଭିଟାମିନ୍‌ ଏ’ ଓ ସି’ ଆଖିକୁ ସୁସ୍ଥ ରଖିଥାଏ।

ଅମୃତଭଣ୍ଡା ଶରୀରରେ ବ୍ୟାକ୍ଟେରିଆଗୁଡ଼ିକୁ ବଢ଼ିବାକୁ ଦିଏ ନାହିଁ। ଏହା ରକ୍ତ ବୃଦ୍ଧିରେ ସାହାଯ୍ୟ କରେ।

ଅମୃତଭଣ୍ଡା ଖାଇଲେ ଗଣ୍ଠି ଦରଜରୁ ମଧ୍ୟ ଉପଶମ ମିଳିଥାଏ। ତେଣୁ ବୟସ୍କ ଲୋକ ଅମୃତଭଣ୍ଡା ଖାଇବା ଉଚିତ୍‌।

କେବଳ ଏତିକି ନୁହେଁ ଏହା ଆମ ଶରୀରରେ ମେଟାବୋଲିଜିମ୍‌ ବଢ଼ାଇଥାଏ ଫଳରେ ଓଜନ ମଧ୍ୟ ହ୍ରାସ ପାଇଥାଏ।

ଅମୃତଭଣ୍ଡା ତ୍ୱଚାପାଇଁ ମଧ୍ୟ ବହୁତ ଉପକାରୀ। ଅମୃତଭଣ୍ଡା ଖାଇଲେ ତ୍ୱଚାରେ ବ୍ରଣ ସମସ୍ୟା ଦୂର ହେବାସହ ତ୍ୱଚା ଉଜ୍ଜ୍ୱଳ ଦିଶେ।



from Odisha Reporter https://ift.tt/2qyRiN3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages