ଗ୍ଲିସରିନ୍ ଲଗେଇ କାନ୍ଦୁଛି ବିଜେଡି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ଗ୍ଲିସରିନ୍ ଲଗେଇ କାନ୍ଦୁଛି ବିଜେଡି !

କୁହାଯାଏ, ମଣିଷ ଯେତେବେଳେ ଶତ୍ରୁଶୂନ୍ୟ ହୋଇଯାଏ, ସେତେବେଳେ ସେ ନିଜେ ହିଁ ନିଜର ଶତ୍ରୁ ପାଲଟିଯାଏ। ନିଜ ଛାଇକୁ ଦେଖିଲେ ଡରେ। ଏମିତିକି ନିଜେ ନେଇଥିବା ପଦକ୍ଷେପକୁ ବି ସେ ସନ୍ଦେହ ଦୃଷ୍ଟିରେ ଦେଖେ ଓ ପରବର୍ତ୍ତୀ ସମୟରେ ତାକୁ ବିରୋଧ କରିବାକୁ ପଛାଏ ନାହିଁ। ଚିନ୍ତାନାୟକମାନେ ବହୁ ବୁଝିବିଚାରି ଏପରି ସାର୍ବଜନୀନ ବିଚାର ବିଷୟରେ ଉଲ୍ଲେଖ କରିଯାଇଛନ୍ତି।

ଠିକ୍ ଏହିପରି ଅବସ୍ଥା ଏବେ ଓଡ଼ିଶାରେ ଦୀର୍ଘବର୍ଷ ଧରି ରାଜୁତି କରୁଥିବା ବିଜୁ ଜନତା ଦଳର। ଦଳ ଆଜି ବିଭିନ୍ନ କେନ୍ଦ୍ର ସରକାରୀ ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଅଭିଯୋଗ ହେଲା, କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏହି ‘ରାଷ୍ଟ୍ରାୟାତ୍ତ ଉଦ୍ୟୋଗ’ ଗୁଡ଼ିକରେ ଓଡ଼ିଶାର ଲୋକଙ୍କୁ ନିଯୁକ୍ତି ଦିଆଯାଉନି। ଆନ୍ଦୋଳନର କାରଣଟି ଅତ୍ୟନ୍ତ ମହତ। କିନ୍ତୁ ଲକ୍ଷ୍ୟଟି ଅତ୍ୟନ୍ତ ଉଦ୍ଦେଶ୍ୟପ୍ରଣୋଦିତ।
ଆପଣ ଭାବୁଥିବେ, ବିଜେଡି ହଠାତ୍ ଏପରି ଏକ ‘ଅପ୍ରତ୍ୟାଶିତ କାରଣ’କୁ ନେଇ କାହିଁକି କାନ୍ଦିଲା? କାରଣ ହେଲା ଗତ ୫ ତାରିଖରେ ବିଜେପି ବାଲାଏ ଯେତେବେଳେ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜଗୁଡ଼ିକରେ ତାଲା ପକା ଅଭିଯାନ କରିବ ବୋଲି ଘୋଷଣା କଲା, ବିଜେଡିର ତତ୍‌କ୍ଷଣାତ ଓଡ଼ିଆଙ୍କ ନିଯୁକ୍ତି ବିଷୟ ମନେପଡ଼ିଗଲା। କେମିତି ଆନ୍ଦୋଳନ କରାଯାଏ, ଏଥିପାଇଁ କେମିତି ନୂଆ ନୂଆ ଇସ୍ୟୁ ବାହାର କରିବାକୁ ହୁଏ, ସେତକ ଆଇଡିଆ ମଧ୍ୟ ବିଜେଡି ଚୋରି କରୁଛି ଅନ୍ୟଦଳଠୁ।

ଆଜି ବିଜେଡି ଯେଉଁ କେନ୍ଦ୍ରୀୟ ଉଦ୍ୟୋଗରେ ଓଡ଼ିଆଙ୍କ ନିଯୁକ୍ତି କଥା ଉଠାଇଛି, ଏଥିପାଇଁ ତ ନିଜେ ସେ ହିଁ ଦାୟୀ। ୧୮ ବର୍ଷ ଶାସନ କଲାପରେ ମନେପଡ଼ିଲା ଯେ ଆମ ପିଲାଙ୍କୁ ସେଠି ଚାକିରି ମିଳୁନି ବୋଲି? ବିଜେଡି ଆଗ ନିଜେ କେତେ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ତା’ର ହିସାବ ଦେଇପାରିବ କି? ମନେପକେଇ ଦେବାକୁ ଚାହିଁବି ଯେ, ଏଇ ବିଜେଡି ସରକାର ହିଁ ଦିନେ ସମସ୍ତ ନୂଆ ନିଯୁକ୍ତି ପ୍ରକ୍ରିୟା ବନ୍ଦ କରି, ପ୍ରାୟ ୫୦ ହଜାର ପୋଷ୍ଟରେ ରିଟାୟାର୍ଡ ଲୋକଙ୍କୁ ନିଯୁକ୍ତି ଦେଇଥିଲା। ସେତେବେଳେ ଏହାକୁ ନେଇ ସରକାର ସମାଲୋଚିତ ବି ହୋଇଥିଲେ। ଆଜି ମଧ୍ୟ ଜଣେ କଂଗ୍ରେସ ନେତା ଏ ସଂପର୍କରେ ମନେପକେଇ ଦେଇଛନ୍ତି।

ଆଉଏକ କଥା ହେଲା, ଓଡ଼ିଶାରେ ବେଶୀ କେନ୍ଦ୍ର କାର୍ଯ୍ୟାଳୟ ଅଛି ନା ରାଜ୍ୟ କାର୍ଯ୍ୟାଳୟ? ନବୀନ ବାବୁ ପରା ନିଜ ଅନେଶ୍ୱତ ଭାଗ ଓଡ଼ିଆ ଆଇଏଏସ୍ ଅଫିସରଙ୍କୁ ‘ଶକ୍ତିଶୂନ୍ୟ’ କରି ରଖିଛନ୍ତି। ତାଙ୍କୁ ଓଡ଼ିଆ ଅଫିସର ଗନ୍ଧାନ୍ତି। ଆଗ ନିଜ ସଂସ୍ଥାଗୁଡ଼ିକରେ ଓଡ଼ିଆ ଲୋକଙ୍କୁ ନିଯୁକ୍ତି ଦେବା କଥା ଚିନ୍ତାକର। ତା ପରେ ଓଡ଼ିଆ ଲୋକଙ୍କ ଶିଳ୍ପସଂସ୍ଥାକୁ ହତାଦର କରିବାର ଅନେକ ଉଦାହରଣ ବି ଅଛି। ଇମ୍ଫାର ଥେରୁବାଲି ପ୍ଲାଣ୍ଟ ପରେ ଏବେ ସୁକିନ୍ଦା ମାଇନ୍ସକୁ ବନ୍ଦ କରିବାକୁ ଯୋଜନା କରିଛି ତୃତୀୟ ମହଲା। ଏ ସବୁ ଜାଗାରେ ତ ଓଡ଼ିଆ ଲୋକମାନେ ହିଁ ଚାକିରି କରିଛନ୍ତି। ଏଥିରୁ ବୁଝାପଡୁଛି ନବୀନ ବାବୁ ଓ ତାଙ୍କ brainless ବା ମସ୍ତିଷ୍କଶୂନ୍ୟ ବିଜୁ ଜନତା ଦଳର ପ୍ରକୃତ ଆଭିମୁଖ୍ୟ କ’ଣ।

ଓଡ଼ିଆ ପିଲାଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ନକରି, ସରକାର ‘ବିଜୁ ଯୁବ ବାହିନୀ’ କରି ଓଡ଼ିଆ ଯୁବକମାନଙ୍କୁ ଦଳର ‘ସରକାରୀ ଗୁଣ୍ଡା’ ପରି ବ୍ୟବହାର କରାଯାଉଛି। ଓଡ଼ିଶା ଇତିହାସ ନବୀନ ପଟ୍ଟନାୟକଙ୍କୁ କେବେ କ୍ଷମା ଦେବନି। ଓଡ଼ିଆ ଯୁବକମାନଙ୍କୁ ଏକ ‘ବିଶାଳ ଲକ୍ଷ୍ୟ’ ନଦେଇ, ଚାମଚା ଭଳି ତିଆରି କରିବା କ’ଣ ଯୁକ୍ତିଯୁକ୍ତ?

ଯଦି ବିଜେଡି ଓ ନବୀନ ସରକାର ଓଡ଼ିଆ ଯୁବକମାନଙ୍କ ପାଇଁ କାନ୍ଦୁଛନ୍ତି, ତେବେ ସେମାନଙ୍କ ଦକ୍ଷତା ବୃଦ୍ଧି ଦିଗରେ ଚିନ୍ତା କରୁ। ଆମ ପିଲାଏ ଦକ୍ଷ ହେଲେ, କେବଳ କେନ୍ଦ୍ରୀୟ ଉଦ୍ୟୋଗରେ କାହିଁକି, ପୃଥିବୀର ଯେକୌଣସି କୋଣରେ, ଯେକୌଣସି ଉଦ୍ୟୋଗରେ ସେମାନେ ଜବରଦସ୍ତ ପ୍ରବେଶ କରିବେ। କେହି ଅଟକେଇ ପାରିବେନି।

୧୮ ବର୍ଷ ଧରି ଏ ସରକାର, ଓଡ଼ିଶାର ଯୁବକମାନଙ୍କୁ କେଉଁ ଜାଗାରେ ପହଞ୍ଚାଇଛି ତାହା ସମସ୍ତେ ଜାଣନ୍ତି। ଆପଣ ଥରେ ଭାବନ୍ତୁ, ଯିଏ ଆଜି ‘ବିଜୁ ଯୁବ ବାହିନୀ’ରେ ରହି ବିଜେଡି ସରକାରଙ୍କ ଗାର୍ଡ ପରି କାମ କରୁଛି, ଆସନ୍ତାକାଲି ସେ ନିଜ ପିଲାଙ୍କୁ କି ଜବାବ ଦେବ? ଆଗାମୀ ଦିନରେ ସେ ଯୁବକ କ’ଣ ଅଫିସର ହେଇଯିବ? ଯେଉଁ ସମୟରେ ଯୁବକ ଜଣକ ନିଜର ଭବିଷ୍ୟତ ଗଢ଼ିଥାନ୍ତା, ସେଇ ସମୟରେ ସରକାର ତାକୁ ପ୍ରଲୋଭିତ କରି ନିଜ ସ୍ୱାର୍ଥ ହାସଲ କଲେ। ଏ ଯୁବକମାନେ ଆଗାମୀ ଦିନରେ କେମିତି କେନ୍ଦ୍ରୀୟ ଉଦ୍ୟୋଗରେ କାମ କରିବେ? ଯଦି ବି ଚାକିରି ପାଇବେ, ତେବେ ଚତୁର୍ଥ ଶ୍ରେଣୀ କର୍ମଚାରୀ ହିଁ ହେବେ।

ତେଣୁ ଓଡ଼ିଆ ଯୁବକ ଯୁବତୀଙ୍କ ପାଇଁ ବିଜେଡିର ଏ କାନ୍ଦରେ କେତେ ଆନ୍ତରିକତା ଅଛି ତାହା ଓଡ଼ିଶାବାସୀ ବୁଝନ୍ତୁ। ବିଜେଡି ଆଖିରୁ ଆଜି ବୋହୁଥିବା ଏ ଲୁହ, ସତସତିକା ନୁହେଁ, ଗ୍ଲିସରିନ୍ ମରା ମିଛଲୁହ। ଆଶା କରୁଛି ଓଡ଼ିଆ ଯୁବକ ଆଗମୀ ଦିନରେ ଅସଲ ଲୁହକୁ ଚିହ୍ନିବେ। ବନ୍ଦେ ଉତ୍କଳ ଜନନୀ।



from Odisha Reporter https://ift.tt/2PjKL7y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages