ବିମୁଦ୍ରାକରଣକୁ ନେଇ ପରସ୍ପରବିରୋଧୀ ବୟାନବାଜି ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ବିମୁଦ୍ରାକରଣକୁ ନେଇ ପରସ୍ପରବିରୋଧୀ ବୟାନବାଜି ଜାରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିମୁଦ୍ରାକରଣର ୨ବର୍ଷ ପୂର୍ତ୍ତି ଅବସରରେ ଯେ କେବଳ ଜାତୀୟ ସ୍ତରରେ ରାଜନୀତିକ ବିତର୍କ ଓ ପରସ୍ପରବିରୋଧୀ ବୟାନବାଜି ଚାଲିଛି ତା ନୁହେଁ, ଏହାର ପ୍ରତିଫଳନ ଓଡ଼ିଶାର ଦୁଇ ପ୍ରମୁଖ ବିରୋଧୀ ଦଳଙ୍କ ନେତାଙ୍କ ବୟାନରେ ମଧ୍ୟ ଦେଖିବାକୁ ମିଳିଛି।

ବିଜେପି-ବିଜେଡି ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ : ନିରଞ୍ଜନ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉଭୟ ବିଜେପି ଓ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ବିମୁଦ୍ରାକରଣକୁ ଶତାବ୍ଦୀର ସବୁଠୁ ବଡ଼ ସ୍କାମ୍ ବୋଲି ଅଭିହିତ କରି ନିରଞ୍ଜନ କହିଛନ୍ତି ଯେ ଏହା ବିଜେପିକୁ ଅଧିକ ଧନୀ କରାଇଛି। କିନ୍ତୁ ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କରିଥିଲେ ତାକୁ ମଧ୍ୟ କେହି ଭୁଲିବା ଅନୁଚିତ୍। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କର ଏହି ବିମୁଦ୍ରାକରଣ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବଡ଼ ବଡ଼ ପ୍ରଶଂସାରେ ପୋତି ପକାଇଥିଲେ। ତେଣୁ ବିଜେପି-ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ବୋଲି କାହାରି ସନ୍ଦେହ ରହିବା ଉଚିତ୍ ନୁହେଁ।

ସଂଗଠିତ ଲୁଟ୍ ଓ ଭୁଲକୁ ଆଇନଗତ ମୁଖା ପିନ୍ଧାଇବା ଲକ୍ଷ୍ୟରେ ଏହି ବିମୁଦ୍ରାକରଣ ହୋଇଥିଲା ଯାହା ସ୍ପଷ୍ଟ ଜଣାପଡ଼ିଛି । ସେଇଥିପାଇଁ ବିମୁଦ୍ରାକରଣର କିଛି ଦିନ ପୂର୍ବରୁ ଓଡ଼ିଶାର ୧୮ଟି ଜିଲ୍ଲା ସମେତ ସମଗ୍ର ଭାରତରେ ବିଜେପି ନଗଦ ଟଙ୍କାରେ ଜମି କିଣିଥିଲା । ଓଡ଼ିଶାର ଗ୍ରାମାଞ୍ଚଳର ୭୦ ପ୍ରତିଶତ ଲୋକଙ୍କ ପାଖରେ ଇଣ୍ଟରନେଟ ନାହିଁ। କିନ୍ତୁ ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଏହି ବିମୁଦ୍ରାକରଣ ପଦକ୍ଷେପକୁ ଲାଗୁ କରିବାବେଳେ ସାଧାରଣ ଲୋକଙ୍କୁ ଏହା କେତେ ପ୍ରଭାବିତ କରିବ ତାହା ବି ଚିନ୍ତା କରିନଥିଲେ ।

ବିମୁଦ୍ରାକରଣ ଦୁର୍ନୀତିଗ୍ରସ୍ତ କଂଗ୍ରେସକୁ ଭୟଭୀତ କରିଥିଲା : ଧର୍ମେନ୍ଦ୍ର

ବିମୁଦ୍ରାକରଣ ପଦକ୍ଷେପ ଦୁର୍ନୀତିଗ୍ରସ୍ତ କଂଗ୍ରେସକୁ ଭୟଭୀତ କରିଥିଲା। ଭୋଟବ୍ୟାଙ୍କ ହରାଇବା ଭୟରେ କଂଗ୍ରେସ ତା’ର ଶାସନ କାଳରେ ଦେଶର ଅର୍ଥନୀତିକୁ ଶକ୍ତିଶାଳୀ କରିବା ପାଇଁ ଏଭଳି ପଦକ୍ଷେପ ନେବାକୁ ଚାହିଁନଥିଲା ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଟ୍ୱିଟ୍ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ତତ୍କାଳୀନ କଂଗ୍ରେସ ସରକାର ହାତରୁ କାଳେ ଭୋଟ ବ୍ୟାଙ୍କ ଖସିଯିବ, ସେହି ଭୟରେ ବିମୁଦ୍ରାକରଣକୁ ଲାଗୁ କରିବା ପାଇଁ ସାହସ ଜୁଟାଇ ପାରିନଥଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦେଶର ହିତ ପାଇଁ ଭୋଟ୍ ବ୍ୟାଙ୍କକୁ ଭୁଲି ଏଭଳି ବଳିଷ୍ଠ ପଦକ୍ଷେପ ନେଇଥିଲେ। ଦେଶର ଆର୍ଥିକ ଅଭିବୃଦ୍ଧି ପାଇଁ ଭୋଟବ୍ୟାଙ୍କ ରାଜନୀତିକୁ ପଛରେ ପକାଇ ଏହି ଯୁଗାନ୍ତକରୀ ପଦକ୍ଷେପ ନେଇଥିଲେ। ଏହି ବିରାଟ ସଂସ୍କାରମୂଳକ ପଦକ୍ଷେପକୁ ସାଧାରଣ ଲୋକ ସମର୍ଥନ ଜଣାଇଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।



from Odisha Reporter https://ift.tt/2D7ZDPa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages