‘କେଦାରନାଥ’ର ଟ୍ରେଲର ରିଲିଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

‘କେଦାରନାଥ’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ବିବାଦରେ ଘେରି ରହିଥିବା ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କେଦାରନାଥ’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ପ୍ରାକୃତିକ ବିପତ୍ତି ସହ ଜଡ଼ିତ ଥିବା ଏକ ପ୍ରେମ କାହାଣୀକୁ ନେଇ ତିଆରି ହୋଇଛି ଏହି ଫିଲ୍ମ। ପୂର୍ବରୁ ଫିଲ୍ମର ଟିଜର ରିଲିଜ୍‌ ହୋଇଥିବା ବେଳେ ଟ୍ରେଲର ଖୁବ୍‌ ଜବରଦସ୍ତ ହୋଇଛି। ଏଥିରେ ସାରା ଅଲ୍ଲୀ ଖାନ୍‌ ଓ ସୁଶାନ୍ତ ସିଂହଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଏହି ଫିଲ୍ମ ଜରିଆରେ ସାରା ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମର ସମସ୍ତ କାମ ସରିଯାଇଥିବା ବେଳେ ଫିଲ୍ମ ବିବାଦରେ ଫସିଯାଇଛି।

‘କେଦାରନାଥ’ର ଫିଲ୍ମର କଣ୍ଟେଣ୍ଟ୍‌କୁ ନେଇ ବିବାଦ ବି ଆରମ୍ଭ ହୋଇଯାଇଛି।  ଉତ୍ତରାଖଣ୍ଡରେ ‘କେଦାର ନାଥ’ର ତୀର୍ଥ ପୁରୋହିତ୍‌ ଏହା ଉପରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଏହି ଫିଲ୍ମ ହିନ୍ଦୁ ମାନଙ୍କ ଭାବନାକୁ ଆହତ କରୁଛି। ସେଥିପାଇଁ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍‌ କରିବା କଥା ବୋଲି ସେ କହିଛନ୍ତି। ଜଣେ ବିଜେପି ନେତା ସେନ୍‌ସର୍ କୁ ଚିଠି ଲେଖି ଫିଲ୍ମ ବ୍ୟାନ୍‌ କରିଆକୁ ଆବି କରିଛନ୍ତି।

ସୂଚନା ଯୋଗ୍ୟ ଯେ, ଫିଲ୍ମର କାହାଣୀର ହିରୋ ଜଣେ ମସ୍‌ଲିମ୍‌ ଯାହାକୁ କି ହିନ୍ଦୁ ଝିଅ ସହ ପ୍ରେମ ହୋଇଯାଇଛି।

ଫିଲ୍ମର  କାହାଣୀ:

ଫିଲ୍ମର କାହାଣୀ କେଦାରନାଥ ମନ୍ଦିରକୁ ଦର୍ଶନ କରିବାକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ଯାତ୍ରା ଉପରେ ଆଧାରିତ। କିଛି ବର୍ଷ ପୂର୍ବେ କେଦାରନାଥରେ ପ୍ରବଳ ବର୍ଷା ଓ ଭୂଷ୍ଖଳନ ଯୋଗୁ ଅନେକ ଧନ ଜୀବନ ନଷ୍ଟ ହୋଇଥିଲା। ସେଠାକୁ ଦର୍ଶନ କରିବାକୁ ଯାଇଥିବା ଭକ୍ତମାନଙ୍କର  ମଧ୍ୟ ମୃତ୍ୟୁ ହୋଇଥିଲା। ପ୍ରାକୃତିକ ବିପର୍ଯ୍ୟୟର ଏହି ଭୟଙ୍କର ଘଟଣା ସହ ଏକ ସୁନ୍ଦର ପ୍ରେମ କାହାଣୀକୁ  ନେଇ ସିନେମାର କାହାଣୀ ତିଆରି ହୋଇଛି। ଟିଜରରେ ଭୂସ୍ଖଳନର ଚମତ୍କାର ଦୃଶ୍ୟ ମଧ୍ୟ ରହିଛି। ଟିଜରର ଶେଷରେ ଏମିତି ଏକ ସିନ୍‌ ଅଛି ଯେଉଁଥିରେ ସୁଶାନ୍ତ ଭଗବାନ୍‌ ସିବର ବାହାନ ନନ୍ଦୀର ସିଙ୍ଘ ଧରି ଜୀବନ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି। ତେବେ କାହାଣୀରେ ଆଉସବୁ କ’ଣ ରହିଛି ତାହା ଆପଣ ଦେଖିଲେ ଜାଣିପାରିବେ।

 



from Odisha Reporter https://ift.tt/2z67xG0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages