‘ଡୋଲାରୋ ଡୋଲାରେ’ ଗୀତ ରଚିଲା ଇତିହାସ୍‌, ମିଳିଲା ଏହି ସଫଳତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

‘ଡୋଲାରୋ ଡୋଲାରେ’ ଗୀତ ରଚିଲା ଇତିହାସ୍‌, ମିଳିଲା ଏହି ସଫଳତା

ମୁମ୍ବାଇ: ‘ଡୋଲାରୋ ଡୋଲାରେ ଡୋଲାରେ…’ ଏହି ଗୀତ ବାଜିଲେ ପ୍ରାୟ ସବୁ ଝିଅମାନଙ୍କୁ ଝୁମିବାକୁ ଇଚ୍ଛା ହୁଏ।  ଆଜ୍ଞା ହଁ ଏହି ଗୀତ ହିଁ ସେମିତି । ୨୦୦୨ରେ ସଞ୍ଜୟ ଲୀଲା ଭଂଶାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ  ‘ଦେବଦାସ୍‌’ର ଏହି ଗୀତ ସେ ସମୟର ହିଟ୍‌ ଗୀତ ମଧ୍ୟରୁ ଗୋଟିଏ।  ଫିଲ୍ମଟି ୫ଟି ଜାତୀୟ ଆୱାର୍ଡ୍‌ ନିଜ ନାଁରେ କରିଛି।  ଏହି ଫିଲ୍ମ ଭାରତ ପକ୍ଷରୁ ଓସ୍କାର ଆୱାର୍ଡ୍‌କୁ ପଠା ଯାଇଥିଲା।  ଟାଇମ୍ସ ମାଗାଜିନ୍‌ରେ ଏହି ଫିଲ୍ମକୁ ଶ୍ରେଷ୍ଠ ୧୦ ତାଲିକାରେ ରଖାଯାଇଛି।  ଏବେ ଏହି ଫିଲ୍ମ ନାଁରେ ଆଉ ଏକ ବଡ଼ ସଫଳତା ଯୋଡ଼ି ହୋଇଛି।  ଫିଲ୍ମର ଗୀତ ଡୋଲାରେ ଡୋଲା ଇତିହାସ ସୃଷ୍ଟି କରିଛି।

ୟୁକେ ଇଷ୍ଟର୍ଣ୍ଣରେ ଆସିଥିବା ଖବର କାଗଜରେ ଏହି ଗୀତକୁ ଶ୍ରେଷ୍ଠ ସ୍ଥାନ ମିଳିଛି।  ଲୋକଙ୍କ ଭୋଟ୍‌, ସିନେମୋଟିକ୍,  ଇମ୍ପ୍ୟାକ୍ଟ , କୋରିଓଗ୍ରାଫି ଓ ଡ୍ୟାନ୍ସ୍‌ କୋରିଓ ଗ୍ରାଫିକୁ ଦେଖି ଏହାକୁ  ବଲିଉଡ୍‌ର ୫୦ ଟି ଜବରଦସ୍ତ ଗୀତରେ ପ୍ରଥମ ସ୍ଥାନ ମିଳିଛି।  ସେଠି ଏହି ତାଲିକାରେ ‘ମୋଗଲ ଏ ଆଜମ୍‌’ର ଗୀତ ମୈନେ  ପ୍ୟାର୍‌ କିୟା ତୋ ଡର୍‌ନା କିୟାକୁ ଦ୍ୱିତୀୟ ଓ ଫିଲ୍ମ ‘ତେଜାବ୍‌’ର ଗୀତ ‘ଏକ୍‌ ଦୋ ତିନ୍‌’କୁ ତୃତୀୟ ସ୍ଥାନ ମିଳିଛି।

ସୂଚନାଯୋଗ୍ୟ ଯେ ଡୋଲାରେ ଡୋଲାର ଶୁଟିଂ ସମୟରେ  ଐଶ୍ୱର୍ଯ୍ୟଙ୍କ କାନରୁ ରକ୍ତ ବାହାରିଥିଲା। କାରଣ ସେ ଖୁବ୍‌ ଓଜନର ଅଳଙ୍କାର ପିନ୍ଧିଥିଲେ।  କିନ୍ତୁ ସେ ଶୁଟିଂ ପୂରା ହେବା ପର୍ଯ୍ୟନ୍ତ ସେ ଏକଥା କାହାକୁ କହି ନ ଥିଲେ।

ଏହି ଗୀତରେ ମାଧୁରୀ ଦିକ୍ଷିତ୍ ଓ ଐଶ୍ୱର୍ଯ୍ୟାଙ୍କୁ ଠୁମ୍‌କା ଲଗେଇଥିବା ଦେଖିବାକୁ ମିଳିଥିଲା।। ଏହି ଗୀତକୁ ସରୋଜ୍ ଖାନ୍‌ କୋରିଓଗ୍ରାଫି କରିଥିଲେ।



from Odisha Reporter https://ift.tt/2DiLu1z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages