ସ୍ମାର୍ଟ ଟ୍ରାକରେ ଗଡ଼ିବ ସ୍ମାର୍ଟ ସାଇକେଲ, ରାଜଧାନୀବାସୀଙ୍କୁ ୩୦ ମିନିଟ୍‌ ମାଗଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

ସ୍ମାର୍ଟ ଟ୍ରାକରେ ଗଡ଼ିବ ସ୍ମାର୍ଟ ସାଇକେଲ, ରାଜଧାନୀବାସୀଙ୍କୁ ୩୦ ମିନିଟ୍‌ ମାଗଣା

ଭୁବନେଶ୍ୱର (ଓଡ଼ିଶା ରପୋର୍ଟର): ଭୁବନେଶ୍ୱରର ସ୍ମାର୍ଟ ଟ୍ରାକରେ ଗଡ଼ିବ ସ୍ମାର୍ଟ ସାଇକେଲ। ସେଥିପାଇଁ ସାଇକେଲ ଟ୍ରାକ୍‌ ଗୁଡିକୁ ନାଲି ରଙ୍ଗରେ ରଙ୍ଗାୟିତ କରାଯାଉଛି। ସ୍ମାର୍ଟ ସାଇକେଲ ସେବା ପାଇଁ ୩ଟି କମ୍ପାନୀ ସହିତ ହୋଇଛି ଚୁକ୍ତି। ରାଜଧାନୀବାସୀଙ୍କୁ ପ୍ରଥମ ୩୦ ମିନିଟ୍‌ ମାଗଣାରେ ଏହି ସାଇକେଲ୍‌ ଚଲାଇପାରିବେ।

ରାସ୍ତାକୁ ବିଭକ୍ତିକରଣ କରାନଯାଇ ୩ ଫୁଟ ଚୌଡ଼ାରେ ନାଲି ରଙ୍ଗର ଟ୍ରାକ ବିଛାଯାଇଛି। ତା’ ଉପରେ ନଭେମ୍ବର ୨୬ରୁ ଗଡ଼ିବ ସାଇକେଲ। ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଟ୍ରାକରେ ସାଇକେଲର ସିମ୍ବଲ ବି ଦିଆଯାଇଛି। ଏହି ନୂଆ ସେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ୧୪୦୦ ସାଇକେଲ। ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବାକୁ ଥିବାବେଳେ ପ୍ରାଥମିକ ପର୍ଯ୍ୟାୟରେ ହଜାରେ ସାଇକେଲ ଗଡ଼ିବ। ସାଇକେଲ ଷ୍ଟାଣ୍ଡ ପାଇଁ ୧୨୦ଟି ସ୍ଥାନ ଚିହ୍ନଟ କରିଛି ବିଏମ୍‌ସି। ଖୁବ୍ ଶୀଘ୍ର ଏନେଇ ‘ମୋ ସାଇକେଲ୍’ ନାଁରେ ଏକ ଆପ୍‌ ମଧ୍ୟ ଲୋକାର୍ପିତ ହେବ ବୋଲି ବିଏମ୍‌ସି କମିଶନର କ୍ରିଷନ କୁମାର ସୂଚନା ଦେଇଛନ୍ତି।

ସେପଟେ ୟୁଲୁ, ୟାନା ଓ ହେକ୍ସି ଭଳି ୩ଟି କମ୍ପାନୀ ସହିତ ଅନୁବନ୍ଧିତ ହୋଇଛି ସ୍ମାର୍ଟ ସିଟି ଭୁବନେଶ୍ୱର।  ସାଇକେଲ ଚଲାଇବାକୁ ହେଲେ ମାସିକ ୧୦୦ ଟଙ୍କାରେ ମେମ୍ବରସିପ୍ ଗ୍ରହଣ କରିହେବ। ରାଜଧାନୀବାସୀଙ୍କୁ ପ୍ରଥମ ୩୦ ମିନିଟ ମାଗଣାରେ ସାଇକେଲ ଚଲାଇବାର ସୁଯୋଗ ମିଳିବ। ତେବେ ୨୬ରେ ଏହାର ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ରାଜଧାନୀରେ ସମ୍ପୂର୍ଣ୍ଣ ହୋଇନି ଟ୍ରାକ ନିର୍ମାଣ। କେଉଁଠି ମୁଖ୍ୟ ରାସ୍ତାକୁ ସଙ୍କୁଚିତ କରି ନାଲି ରଙ୍ଗ ଦିଆଯାଇଛି ତ ଆଉ କେଉଁଠି ଜବରଦଖଲରେ ରହିଛି ଟ୍ରାକ।



from Odisha Reporter https://ift.tt/2DSqaRT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages