ବିଶ୍ୱକପ୍‌ ହକି ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ଅଷ୍ଟ୍ରେଲିଆ ଟିମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

ବିଶ୍ୱକପ୍‌ ହକି ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ଅଷ୍ଟ୍ରେଲିଆ ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱକପ୍‌ ହକି ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ଅଷ୍ଟ୍ରେଲିଆ ଟିମ୍‌। ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସନ୍ଧ୍ୟାରେ ନେଦରଲାଣ୍ଡ ଓ ବେଲଜିୟମ୍‌ ଦଳ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ରାତିରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଦୁଇ ଟିମ୍ ବିମାନବନ୍ଦରରେ ପହଞ୍ଚିବାପରେ ସେମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯାଇଥିଲା।

ପୂର୍ବରୁ ଆୟର୍ଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ଫ୍ରାନ୍ସ, ଚୀନ ଓ ସ୍ପେନର ଟିମ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି।

କମିଶନରେଟ ପୁଲିସ ଜାରି କରିବ ସ୍ୱତନ୍ତ୍ର ଗାଇଡ୍‌ ଲାଇନ୍‌

ହକି ବିଶ୍ୱକପ୍‌ରେ ଭାଗ ନେଇଥିବା ୧୬ଟି ଟିମ୍‌ର ସୁରକ୍ଷା ନେଇ କମିଶନରେଟ ପୁଲିସ ଜାରି କରିବ ସ୍ୱତନ୍ତ୍ର ଗାଇଡ୍‌ ଲାଇନ୍‌। ବିଶ୍ୱକପ୍‌ ବେଳେ କଣ କରିବେ ଓ କଣ ନ କରିବେ ସେ ସମ୍ପର୍କିତ ଗାଇଡ୍‌ଲାଇନ୍‌କୁ କଡ଼ାକଡି ଭାବେ ପାଳନ ପାଇଁ ସବୁ ଦଳର ଟିମ୍‌ ମ୍ୟାନେଜରଙ୍କୁ କୁହାଯିବ। ପାକିସ୍ତାନ ଟିମ୍‌କୁ ବିରୋଧ କରାଯାଉଥିବାରୁ ଏହି ଟିମର ଗସ୍ତ ବେଳେ ସୁରକ୍ଷାକୁ କଡ଼ାକଡ଼ି କରାଯିବ।

ହକି ଚାମ୍ପିଅନ୍ସ ଟ୍ରଫି ବେଳେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଏହାକୁ ଆଖି ଆଗରେ ରଖି ପାକିସ୍ତାନ ଟିମ୍‌ ମ୍ୟାନେଜରଙ୍କ ସହ ପୁଲିସ ସ୍ୱତନ୍ତ୍ର ଆଲୋଚନା କରିବ। ଏପଟେ ଇଂଲଣ୍ଡ ଟିମ୍‌ ସିକ୍ୟୁରିଟି ଇନ୍‌ଚାର୍ଜ ପୁଲିସ କମିଶନରଙ୍କୁ ଭେଟି ତାଙ୍କ ଟିମର ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସେମାନେ ରହୁଥିବା ହୋଟେଲରେ ନଖାଇ ଅନ୍ୟତ୍ର ଖାଉଥିବାରୁ ପୁଲିସ ସୁରକ୍ଷା ପର୍ଯ୍ୟାପ୍ତ ରହିଛି ନା ନାହିଁ, ସେନେଇ କଥାବାର୍ତ୍ତା ହୋଇଛନ୍ତି। ଖେଳାଳି ଏକୁଟିଆ କେଉଁଠାକୁ ବୁଲିବାକୁ ଗଲେ ଟିମ୍ ମ୍ୟାନେଜରଙ୍କୁ ଜଣାଇବା ସହ ଦରକାର ପଡ଼ିଲେ ଡାଏଲ ୧୦୦ର ବ୍ୟବହାର କରିବେ।

ସେପଟେ ପୁଲିସ ଡିଜି ମଧ୍ୟ ହକି ବିଶ୍ୱ କପ୍‌ ସୁରକ୍ଷା କଡ଼ାକଡ଼ି କରାଯାଇଥିବା କହିଛନ୍ତି। ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ସମୟରେ ତଟରକ୍ଷୀ ବାହିନୀ, ଗୁଇନ୍ଦା ବିଭାଗକୁ ସଜାଗ ରହିବାକୁ କୁହାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।



from Odisha Reporter https://ift.tt/2DW05Bh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages