୨୬/୧୧ ମୃତାହତଙ୍କୁ ନ୍ୟାୟ ମିଳିବା ନିଶ୍ଚିତ କରୁ ପାକିସ୍ତାନ: ଇସ୍ରାଏଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

୨୬/୧୧ ମୃତାହତଙ୍କୁ ନ୍ୟାୟ ମିଳିବା ନିଶ୍ଚିତ କରୁ ପାକିସ୍ତାନ: ଇସ୍ରାଏଲ

ତେଲ୍‌ ଅଭିଭ୍‌: ୨୬/୧୧ ମୁମ୍ବାଇ ଆକ୍ରମଣକୁ ୧୦ ବର୍ଷ ପୁରିଯାଇଥିଲେ ମଧ୍ୟ ଏଯାଏ ପାକିସ୍ତାନ ପକ୍ଷରୁ କୌଣସି ଖାସ୍ ପଦକ୍ଷେପ ନିଆଯାଇନାହିଁ । ଏଥିରେ ମୃତ୍ୟୁବରଣ କରିଥିବା ୧୬୬ ବ୍ୟକ୍ତିଙ୍କ ମଧ୍ୟରୁ ୬ ଜଣ ଇସ୍ରାଏଲର ମଧ୍ୟ ଥିଲେ। ୧୦ ବର୍ଷ ପୂର୍ତ୍ତି ଅବସରରେ ଏହି ପ୍ରସଙ୍ଗ ଉଠାଇଛି ଇସ୍ରାଏଲ ବୈଦେଶିକ ମନ୍ତ୍ରଣାଳୟ।

ଇସ୍ରାଏଲ ବୈଦେଶିକ ମନ୍ତ୍ରଣାଳୟର ଦକ୍ଷିଣ ଏବଂ ଦକ୍ଷିଣପୂର୍ବ ଏସିଆ ନିର୍ଦ୍ଦେଶକ ମାଇକେଲ ରୋନେନ୍‌ କହିଛନ୍ତି, ଅନ୍ତର୍ଜାତୀୟ କ୍ଷେତ୍ରରେ ବିଶେଷ କରି ପାକିସ୍ତାନ ନିଶ୍ଚିତ କରିବାର ଆବଶ୍ୟକତା ରହିଛି ଯେ, ଏଭଳି ବର୍ବରୋଚିତ କାଣ୍ଡ ଭିଆଇଥିବା ଏବଂ ଏହା ପଛରେ ଥିବା ଦୋଷୀମାନେ ଯେପରି ଆରାମରେ ଖସିନଯାଆନ୍ତି।

ଭାରତ ଯେଭଳି ଭାବରେ ଏହାକୁ ମୁକାବିଲା କଲା ତାକୁ ମଧ୍ୟ ପ୍ରଶଂସା କରିଛନ୍ତି ରୋନେନ୍‌। ସେ କହିଛନ୍ତି ଭାରତର ଅର୍ଥନୀତି ଦ୍ରୁତଗତିରେ ବଢ଼ିଛି ଯାହାକି ଏଭଳି ଘଟଣାକୁ ବିଫଳ କରିବାରେ ସମର୍ଥ ହୋଇଥିଲା। ଏହାର ସଂସ୍କୃତି ବର୍ତ୍ତମାନ ମଧ୍ୟ ବଜାୟ ରହିଛି ଏବଂ ଇସ୍ରାଏଲ ସହିତ ଦ୍ୱିପାକ୍ଷିକ ସମ୍ପର୍କ ଏକ ନୂତନ ସ୍ତରରେ ପହଞ୍ଚିଯାଇଛି।

ଏହି କାର୍ଯ୍ୟକ୍ରମରେ କିଛି ଭାରତୀୟଙ୍କ ସମେତ ନରିମାନ୍‌ ହାଉସ୍‌ ଆକ୍ରମଣରେ ନିଜ ଝିଅ ରିଭ୍‌କା ଏବଂ ଜ୍ୱାଇଁ ରବ୍ବି ଗାଭ୍ରିଲ୍‌ ହୋଜ୍‌ବର୍ଗଙ୍କୁ ହରାଇଥିବା ରବି ସିମନ୍‌ ରୋଶନ୍‌ବର୍ଗ ମଧ୍ୟ ଯୋଗ ଦେଇଥିଲେ।



from Odisha Reporter https://ift.tt/2ByfV2r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages