ବୟସର ଅପରାହ୍ନରେ କାଜୋଲ୍‌ଙ୍କ ଏହି ସଉକ୍‌କୁ ନେଇ ଚିନ୍ତାରେ ଅଜୟ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ବୟସର ଅପରାହ୍ନରେ କାଜୋଲ୍‌ଙ୍କ ଏହି ସଉକ୍‌କୁ ନେଇ ଚିନ୍ତାରେ ଅଜୟ!

ମୁମ୍ବାଇ: କରଣ ଜୋହରଙ୍କ ଚାଟ୍‌ ଶୋ’ ‘କଫି ଉଇଥ୍‌ କରଣ-୬’ରେ କାଜୋଲ  ଓ ଅଜୟ ଦେବ୍‌ଗନ୍ ଅତିଥି ଭବେ ଆସିଛନ୍ତି। ଏହା ଟେଲିକାଷ୍ଟ୍‌ ହୋଇ ନ ଥିଲେ ବି  ସେହି ଏପିସୋଡ୍‌ର  ଦୁଇଟି ପ୍ରୋମୋ  ଏବେ ଷ୍ଟାରୱାର୍ଲ୍ଡର ଟ୍ୱିଟର ପେଜ୍‌ରେ ଦେଖିବାକୁ ମିଳୁଛି।

ସେହି ଭିଡିଓ କ୍ଲିପ୍‌ରେ ବଲିଉଡ୍‌ର ଧମାକେଦାର ଯୋଡ଼ିର ଖିଟ୍‌ପିଟ୍‌ ସହ ସିକ୍ରେଟ୍‌ ଖୋଲିବା ମଧ୍ୟ ଦେଖିବାକୁ ମିଳିଛି।

ଭିଡିଓରେ ଅଜୟ ପତ୍ନୀ କାଜୋଲ୍‌ଙ୍କ ରାଜ୍‌ ଖୋଲି କହିଛନ୍ତି –  “କାଜୋଲ୍‌ ନିଜ ଫଟୋ କ୍ଲିକ୍‌ କରିବାକୁ ଖୁବ୍ ପସନ୍ଦ କରନ୍ତି। ଅବଶ୍ୟ ଏଥିରେ କିଛି ଅସୁବିଧା ନାହିଁ। କିନ୍ତୁ ଫଟୋ ନେବା ପରେ ତାକୁ ଏଡିଟ୍‌ କରି ସୋଶାଲ୍‌ ମିଡିଆରେ ପୋଷ୍ଟ୍‌ କରନ୍ତି। ଯେଉଁଥିପାଇଁ ସେ ଘଣ୍ଟା ଘଣ୍ଟା ନଷ୍ଟ କରନ୍ତି।

ଏ କଥା ଶୁଣି କରନ୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ପରେ ଅଜୟ ଥଟ୍ଟାରେ କହିଥିଲେ,

‘‘ପୂର୍ବରୁ କାଜୋଲ୍‌ ଏମିତି କିଛି କରୁ ନ ଥିଲେ। କିନ୍ତୁ ବୟସରେ ଅପରାହ୍ନରେ ଏସବୁ କରିବା ତାଙ୍କୁ ଶୋଭା ପାଉନି।

ଏତିକି ଶୁଣି କାଜୋଲ୍‌ ତାଙ୍କ ଉପରେ ଫିଡ଼ିକି ଯାଇଥିଲେ। କହିଥିଲେ, କ୍ଷମାକରିବ ବୃଦ୍ଧା ଅବସ୍ଥା ଏବେ  ମୋର ଆସିନି।

ଯାହାକୁ ନେଇ ଶୋ’ରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା।

ଏହାପରେ ଶୋ’ର ହୋଷ୍ଟ୍‌ କରଣ ଜୋହର ଆହୁରି ମଜାଦାର ପ୍ରଶ୍ନ କରିଥିଲେ। ସେଥିରୁ ଗୋଟିଏ ଥିଲା ବଲିଉଡ୍‌ ଷ୍ଟାରଙ୍କ ମିଛ କହିବାକୁ ନେଇ। ଏଥିରେ ଅଜୟ କୁହନ୍ତି-  ‘ଷ୍ଟାରମାନେ ସବୁଠୁ ବଡ଼ ମିଛ କୁହନ୍ତି ଯେ, ମୁଁ ମୋ ପତ୍ନୀଙ୍କୁ ଖୁବ୍‌ ଭଲ ପାଏ।’ ଏକଥା ଶୁଣି କାଜୋଲ ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲେ। ତାପରେ  ଅଜୟ କଥା ବଦଳାଇ କହିଛନ୍ତି “ମୁଁ ଅନ୍ୟ ମାନଙ୍କ କଥା କହୁଛି। ମୋ କଥା ନୁହେଁ ।”



from Odisha Reporter https://ift.tt/2r6nnfa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages