ଦିଲୀପ ଓ ବିଜୟଙ୍କ ଇସ୍ତଫାକୁ ନେଇ କ’ଣ କହିଲା ବିଜେପି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 30, 2018

ଦିଲୀପ ଓ ବିଜୟଙ୍କ ଇସ୍ତଫାକୁ ନେଇ କ’ଣ କହିଲା ବିଜେପି?

samirmohanty

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପିରୁ ଇସ୍ତଫା ଦେଇଛନ୍ତି ଦିଲୀପ ରାୟ ଓ ବିଜୟ ମହାପାତ୍ର। ଆଜି ସେମାନେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ସେମାନଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ଏଥିରେ ସେମାନେ କାହିଁକି ଇସ୍ତଫା ଦେଇଛନ୍ତି, ସେ ସଂପର୍କରେ ଦର୍ଶାଇଛନ୍ତି।

ଇସ୍ତଫାପତ୍ରରେ ଏହି ଦୁଇ ନେତା ମହାନଦୀ ପ୍ରସଙ୍ଗ, ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ୍‌କୁ ସୁପରସ୍ପେଶାଲିଟି ହସ୍‌ପିଟାଲ୍‌ କରିବା ପ୍ରତିଶ୍ରୁତି ପୂରଣ ନ ହେବା, ପାରାଦୀପ ତୈଳ ରିଫାଇନାରୀରେ ଓଡ଼ିଆ ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରତିଶ୍ରୁତି ପୂରଣ କରାନଯିବା କଥା ଉଠାଇଛନ୍ତି। ଏ ପ୍ରସଙ୍ଗରେ ଦଳର ଅନେକ ରାଜ୍ୟ ନେତା ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। କିନ୍ତୁ ଟିକେଟ୍ କଟିଯିବା ଭୟରେ ମୁହଁ ଖୋଲି ନାହାନ୍ତି। ଦଳରେ ଶୋ’ ପିସ୍ ହୋଇ ସେମାନେ ରହିବାକୁ ଚାହାନ୍ତି ବୋଲି ଦର୍ଶାଇଛନ୍ତି। ସେମାନେ ସର୍ବଦା ରାଜ୍ୟର ସ୍ୱାର୍ଥକୁ ଗୁରୁତ୍ୱ ଦେଇଛନ୍ତି। କୌଣସି ପଦବୀ, କ୍ଷମତା ଅବା ଟିକେଟ୍ ପାଇଁ ସେମାନେ କେବେ ନିଜ ଆତ୍ମସମ୍ମାନକୁ ବଳି ପକାଇ ନାହାନ୍ତି ବୋଲି ଲେଖିଛନ୍ତି।

ସମସ୍ୟାଗୁଡ଼ିକ ସଂପର୍କରେ ଦଳୀୟ ନେତୃତ୍ୱଙ୍କ ସହିତ ବାରମ୍ବାର ଆଲୋଚନା କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା ବୋଲି ଇସ୍ତଫା ଦେବା ପରେ ବିଜୟ କହିଛନ୍ତି।

ଅନ୍ୟପକ୍ଷରେ ବିଜୟ ଓ ଦିଲୀପଙ୍କ ଦାବିକୁ କାଉଣ୍ଟର କରିଛି ବିଜେପି।

ଦଳର ରାଜ୍ୟ ଉପ-ସଭାପତି ସମୀର ମହାନ୍ତି କହିଛନ୍ତି, ଉଭୟ ନେତା (ବିଜୟ ଓ ଦିଲୀପ)ଙ୍କର ଅନ୍ୟ ସହ ମିଶି କାମ କରିବାର ଅଭ୍ୟାସ ନାହିଁ। ବିଜୟ ଯେଉଁଠିକୁ ଯାଆନ୍ତି ଗୋଷ୍ଠୀ କରନ୍ତି। ତାହା ତାଙ୍କ ଡିଏନ୍‌ଏରେ ଅଛି। ବିଜେପିରେ ଗୋଷ୍ଠୀ କରିବାକୁ ସେ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ସଫଳ ହେଲେନି।
ସେ କହିଛନ୍ତି, ବିଜୟଙ୍କୁ ଦଳ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ବିଜେପି ନିଜର ଭାବି ଗୁରୁ ଦାୟିତ୍ୱ ଦିଆଯାଇଥିଲା। ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ କରାଯାଇଥିଲା। କିନ୍ତୁ ସେ ଦଳକୁ ନିଜର ଭାବି ପାରିଲେନି। ଘରର ପୁଅ ହୋଇ ଘର କଥା ବାହାରେ କହିଲେ।

ଦିଲୀପଙ୍କୁ ସମାଲୋଚନା କରି ସେ କହିଛନ୍ତି, ବ୍ରାହ୍ମଣୀ ସେତୁ ଓ ଆଇଜିଏଚ୍ ପ୍ରସଙ୍ଗ ତାଙ୍କର ଏକ ବାହାନା। ବ୍ୟକ୍ତିଗତ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଏହା ଏକ ନାଟକବାଜି। କୋଲ୍‌ ବ୍ଲକ୍ ଆବଣ୍ଟନ ନେଇ ସିବିଆଇ ତଦନ୍ତ ଯୋଗୁ ସେ ଅଡୁଆରେ ଥିଲେ। ଏ ମାମଲାରୁ ତାଙ୍କ ନାଁ ଉଠି ଯିବ ବୋଲି ସେ ଆଶା କରୁଥିଲେ। ସରକାରଙ୍କଠାରୁ ସେ ଏହି ଆଶା କରୁଥିଲେ।

ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି, ଉଭୟ ବିଜୟ ଓ ଦିଲୀପ କେବେ ଦଳରେ ଥିଲେ ଯେ ଦଳ ଛାଡ଼ିଲେ। ଉଭୟ ନେତା ଦୀର୍ଘ ଦିନ ହେବ ଦଳୀୟ କାର୍ଯ୍ୟକ୍ରମକୁ ଆସୁ ନଥିଲେ। ବିଜେପି ବରାଟ ଦଳ। ଏଠାରେ କାହାକୁ ଅଣଦେଖା କରା ଯାଏନି। ସମସ୍ତେ କାମ କରି ଉପରକୁ ଉଠନ୍ତି। ସେମାନଙ୍କ ଇସ୍ତଫା ଦ୍ୱାରା କିଛି ଫରକ ପଡ଼ିବ ନାହିଁ।

ସମୀର ଆଉ କ’ଣ କହିଛନ୍ତି, ଏ ଭିଡିଓରୁ ଶୁଣନ୍ତୁ-


ଅନ୍ୟପକ୍ଷରେ ଦିଲୀପ ଓ ବିଜୟ ବିଜେଡିରେ ମିଶିବା ଚର୍ଚ୍ଚାକୁ ନେଇ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଦିଲୀପ ବା ବିଜୟ ହୁଅନ୍ତୁ, ନିଷ୍ପତ୍ତି ଦଳ ସଭାପତିଙ୍କର।



from Odisha Reporter https://ift.tt/2Q3fZAq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages