ପାକିସ୍ତାନ ପ୍ରଥମେ ବାସ୍ତବରେ ସକାରାତ୍ମକ ପଦକ୍ଷେପ ନେଉ: ସେନା ମୁଖ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 30, 2018

ପାକିସ୍ତାନ ପ୍ରଥମେ ବାସ୍ତବରେ ସକାରାତ୍ମକ ପଦକ୍ଷେପ ନେଉ: ସେନା ମୁଖ୍ୟ

ପୁଣେ: କର୍ତ୍ତାରପୁର କରିଡର ନିର୍ମାଣକୁ ଏକ ସକାରାତ୍ମକ ପଦକ୍ଷେପ ଦାବି କରି କୂଟନୀତିର ରୁଟି ସେକିବାର ପ୍ରୟାସ କରୁଥିବା ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି ଭାରତୀୟ ସେନାମୁଖ୍ୟ ବିପିନ ରାୱତ୍। ସେ କହିଛନ୍ତି ଯେ, ପାକିସ୍ତାନର ଏପରି ଦାବି ବାସ୍ତବରେ ପରିଲକ୍ଷିତ ହେଉନାହିଁ। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ପାକିସ୍ତାନ ଦୃଢ଼ ପଦକ୍ଷେପ ନେଉଥିବା ଚର୍ଚ୍ଚା ହେଉଥିଲେ ହେଁ, ଆତଙ୍କବାଦକୁ ସମର୍ଥନ ଯୋଗାଇଆସୁଛି।

ଏହାର ଆଧାରରେ ସେ କହିଛନ୍ତି ଭାରତ ସରକାର ପୂର୍ବରୁ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି, ଆତଙ୍କବାଦ ଏବଂ ଆଲୋଚନା ଏକା ସାଥିରେ ଅସମ୍ଭବ।

ଗତକାଲି ଇମ୍ରାନ୍‌ ଖାନ୍‌ ଦେଇଥିବା ବିବୃତ୍ତିର ଉତ୍ତର ରଖି ସେ କହିଛନ୍ତି, ସେମାନେ କହୁଛନ୍ତି ତୁମେ (ଭାରତ) ଗୋଟିଏ ପାଦ ଆଗକୁ ନେଉ, ଆମେ ଦୁଇ ପାଦ ନେବୁ। କିନ୍ତୁ ସେମାନଙ୍କ କଥା ଓ କାମ ପରସ୍ପର ବିରୁଦ୍ଧାଚରଣ କରୁଛି। ସେପାଖରୁ ଆସୁଥିବା ସକାରାତ୍ମକ ପଦକ୍ଷେପ ପ୍ରକୃତରେ କାର୍ଯ୍ୟକାରୀ ହେଉଛି କି ନା, ତାହା ମଧ୍ୟ ଦେଖିବାକୁ ହେବ।

ଜାତୀୟ ପ୍ରତିରକ୍ଷା ଏକାଡେମୀର ପାଶିଂ ଆଉଟ୍‌ ପ୍ୟାରେଡ୍‌ରେ ଯୋଗ ଦେବା ଅବସରରେ ସେ କହିଥିଲେ, “ପାକିସ୍ତାନ ଏହାର ରାଷ୍ଟ୍ରକୁ ଏକ ଇସ୍‌ଲାମିକ ରାଷ୍ଟ୍ରରେ ପରିଣତ କରି ସାରିଲାଣି। ସେମାନେ ଭାରତ ସହିତ ଆଲୋଚନାରେ ଆସିବାକୁ ହେଲେ ନିଜକୁ ଧର୍ମନିରପେକ୍ଷ ବା ସେକୁଲାର ରାଷ୍ଟ୍ରରେ ପରିଣତ ହେବାକୁ ହେବ। ଯଦି ସେମାନେ ଆମ ରାଷ୍ଟ୍ର ପରି ଧର୍ମ ନିରପେକ୍ଷ ହେବାକୁ ଇଚ୍ଛୁକ, ସେମାନଙ୍କ ପାଇଁ ଆଲୋଚନାର ସୁଯୋଗ ରହିଛି।”



from Odisha Reporter https://ift.tt/2DQ7WQ2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages