ଦଶମ ଶ୍ରେଣୀ ଛାତ୍ରୀ ୫ ମାସର ଗର୍ଭବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 30, 2018

ଦଶମ ଶ୍ରେଣୀ ଛାତ୍ରୀ ୫ ମାସର ଗର୍ଭବତୀ

rape

ମୋହନା (ମିହିର ଜତି): ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ପ୍ରେମରେ ପଡ଼ିଲେ ନାବାଳିକା। ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା ଧୋକାବାଜ ପ୍ରେମିକ। ୫ ମାସର ଗର୍ଭବତୀ ବୋଲି ଜଣାପଡ଼ିବା ପରେ ବାପା-ମାଆ ବି ହାତ ଛାଡ଼ି ଦେଲେ। ଝିଅକୁ ଘରୁ ମଧ୍ୟ ବାହର କରିଦେଲେ। ମନ ଦେଇ ଭଲ ପାଉଥିବା ନାବାଳିକା ଧାଇଁ ଯାଇଥିଲେ ପ୍ରେମିକଙ୍କ ଘରକୁ। ମାତ୍ର ପ୍ରେମିକ ତାଙ୍କୁ ଠକିଦେଲା। ବାହା ହେବାକୁ ମନା କରିଦେଲା। ଏପରି ଘଟଣା ଗଜପତି ଜିଲ୍ଲାରେ ଘଟିଛି।

ପୂରା ଘଟଣା ଏମିତି। ଅଡ଼ବା ଥାନା ଅଞ୍ଚଳରେ ପଦ୍ମା (ଛଦ୍ମନାମ) ମୋହନାର ଏକ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀନିବାସରେ ରହି ଦଶମ ଶ୍ରେଣୀରେ ପାଠ ପଢ଼ୁଥିଲା। ମଝିରେ ମଝିରେ ସ୍କୁଲ ଛୁଟି ହେଲେ ପଦ୍ମା ମାଉସୀ ଘରକୁ ଚାଲିଯାଏ। ସେଠାରେ ତାଙ୍କର ଦେଖାହୁଏ ଜଣେ ଯୁବକଙ୍କ ସହିତ। ପରେ ଦୁହେଁ ପରସ୍ପରକୁ ମନ ଦେଇ ବସିଥିଲେ। ବିବାହର ପ୍ରଲୋଭନ ଦେଖାଇ ଯୁବକ ଜଣକ ପଦ୍ମାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା।

ଗତ ଅକ୍ଟୋବରରେ ପଦ୍ମା ଘରକୁ ଯାଇଥିଲା। ସେତେବେଳେ ଝିଅ ଗର୍ଭବତୀ ବୋଲି ପରିବାର ଲୋକେ ଜାଣିବାକୁ ପାଇଥିଲେ। ଲୋକଲଜ୍ଜା ଭୟରେ ଝିଅକୁ ଘରୁ ବାହାର କରିଦେଲେ। ପାଠ ପଢ଼ାରେ ଡୋରି ବାନ୍ଧି ପଦ୍ମା ଧାଇଁ ଯାଇଥିଲା ପ୍ରେମିକ ପାଖକୁ। ମାତ୍ର ଧୋକାବାଜ୍‌ ପ୍ରେମିକ ଠିକି ଦେଲା, ଦେଖାଦେଲା ନାହିଁ। ଶେଷରେ ପଦ୍ମା ଆଶ୍ରା ଟିକେ ପାଇବା ପାଇଁ ପ୍ରେମିକଙ୍କ ଗାଁ ଚାରି ପାର୍ଶ୍ୱରେ ଘୂରି ବୁଲିଲା। ଚାରିଆଡୁ ନିରାଶ ହେବା ପରେ ମାଉଁସୀ ଘରେ ଆଶ୍ରା ନେଇଥିଲା। ଝିଅର ଅବସ୍ଥା ଦେଖି ଗାଁରେ ବୈଠକ ବସିଥିଲା। ଗାଁ ମୁଖିଆଙ୍କ ନିଷ୍ପତ୍ତି ଅନୁସାରେ ପ୍ରେମିକ ପଦ୍ମାକୁ ଗ୍ରହଣ କରିବ ବୋଲି କହିଥିଲା।

ପଦ୍ମାର ବୟର ୧୫ ବର୍ଷ ହୋଇଥିବାରୁ ଜିଲ୍ଲା ସମାଜ ମଙ୍ଗଳ କର୍ମକର୍ତ୍ତା ଗାଁ କମିଟିର ନିଷ୍ପତ୍ତିକୁ ବିରୋଧ କରିଥିଲେ। ତେଣୁ ପଦ୍ମାକୁ ସାଥୀରେ ନେଇ ଆସିବାକୁ ଚାହୁଁଥିଲେ। ମାତ୍ର ଗାଁ ଲୋକଙ୍କ ବିରୋଧ ଯୋଗୁ ଜିଲ୍ଲା ସମାଜ ମଙ୍ଗଳ କର୍ମକତ୍ତା ନାବାଳିକାକୁ ଉଦ୍ଧାର କରିପାରିନଥିଲେ। ଏନେଇ ଅଭିଯୋଗ ହେବା ପରେ ଅଡ଼ବା ଥାନା ପୁଲିସ ଗାଁରେ ପହଞ୍ଚି ପଦ୍ମାକୁ ଉଦ୍ଧାର କରିଛି।

ନାବାଳିକାଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଥାନାରେ ଅଭିଯୋଗ ପରେ ପ୍ରତାରକ ପ୍ରେମିକ ଫେରାର ହୋଇଯାଇଛି।



from Odisha Reporter https://ift.tt/2Pb1CVf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages