ସୂତେ ସୂତେରେ ଟ୍ରେନ୍‌ ଆଗରୁ ବଞ୍ଚିଲା ଜୀବନ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 30, 2018

ସୂତେ ସୂତେରେ ଟ୍ରେନ୍‌ ଆଗରୁ ବଞ୍ଚିଲା ଜୀବନ, ଦେଖନ୍ତୁ ଭିଡିଓ

ଜେଲେନ: ରକ୍ଷେ ହରି ମାରେ କିଏ ନ୍ୟାୟରେ ଜଣେ ସାଇକେଲ୍‌ ଆରୋହୀ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ସାଇକେଲ୍‌ ଆରୋହୀ ଜଣଙ୍କ ଟ୍ରେନ୍‌ ଲାଇନ୍‌ ପାର୍‌ ହେଉଥିବା ବେଳେ ହଠାତ୍‌ ଏକ ଦ୍ରୁତଗାମୀ ଟ୍ରେନ୍‌ ତାଙ୍କ ଆଡ଼କୁ ମାଡ଼ି ଆସିଥିଲା।

ହେଲେ ସୂତେସୂତେରେ ସେ ଟ୍ରେନ୍‌ ଧକ୍କାରୁ ବଞ୍ଚି ଯାଇଛନ୍ତି। ଏହି ଘଟଣାଟି ନେଦଲ୍ୟାଣ୍ଡସ୍‌ର ଜେଲେନଠାରେ ଘଟିଛି। ଏହାର ଭିଡିଓ ରେଳ ବିଭାଗ ପକ୍ଷରୁ ଜାରି କରାଯିବା ପରେ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି।

ଭିଡିଓ ଅନୁସାରେ ରେଳ ଫାଟକ ବନ୍ଦ ଥିଲେ ହେଁ ଜଣେ ସାଇକେଲ ଆରୋହୀ ରେଳ ଧାରଣା ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ। ତେବେ ସାଇକେଲ୍‌ ଆରୋହୀଙ୍କ ବାମ ପଟୁ ପ୍ରଥମେ ଏକ ଟ୍ରେନ୍‌ ଆସିଥିଲା। ସେ ଏହାକୁ ଦେଖିବା ସହ ଟ୍ରେନ୍‌ ଅତିକ୍ରମ କରିବାକୁ ଅପେକ୍ଷା କରିଥିଲେ। ଟ୍ରେନ୍‌ଟି ଅତିକ୍ରମ କରିବା ପରେ ସାଇକେଲ୍‌ ଆରୋହୀ ଜଣକ ରେଳ ଧାରଣା ପାର ହୋଇଥିଲେ।

ଏହି ସମୟରେ ଡାହଣ ପଟୁ ଏକ ଦ୍ରୁତଗାମୀ ଟ୍ରେନ୍‌ ଆସୁଥିବା ସେ ଦେଖି ପାରି ନଥିଲେ। ତେବେ ଟ୍ରେନ୍‌ଟି ତାଙ୍କୁ ଧକ୍କା ଦେବା ପୂର୍ବରୁ ସାଇକେଲ୍‌ ଆରୋହୀ ଜଣଙ୍କ ରେଳ ଧାରଣା ଅତିକ୍ରମ କରିଯାଇଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ସାଇକେଲ୍‌ ଆରୋହୀ ଜଣଙ୍କ ଟ୍ରେନ୍‌ ତାଙ୍କ ନିକଟକୁ ଆସୁଥିବା ବେଳେ ଆଦୌ ବିଚଳିତ ହୋଇ ନଥିଲେ। ଏହି ଭିଡିଓକୁ ୟୁବଟ୍ୟୁବରେ ୮ ଲକ୍ଷ ଲୋକ ଦେଖି ସାରିଲେଣି।

ଦେଖନ୍ତୁ ଭିଡିଓ:



from Odisha Reporter https://ift.tt/2rfDIhT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages