ସୁନ୍ଦରୀକୁ ସିନା ଧରେଇଦେଲା, ଜଣଙ୍କୁ କଚାଡି ମାରିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ସୁନ୍ଦରୀକୁ ସିନା ଧରେଇଦେଲା, ଜଣଙ୍କୁ କଚାଡି ମାରିଲା

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଅନୁଗୁଳ ପୁରୁଣାକୋଟ ରେଂଜ ପରିସରରେ ଅଘଟଣ ଘଟିଛି। ସୁନ୍ଦରୀ ବାଘୁଣୀକୁ ଖୋଜିବାକୁ ଆସିଥିବା ହାତୀ ଯଶୋଦା ଉତ୍ୟକ୍ତ ହୋଇ ଜଣେ ବ୍ୟକ୍ତିଙ୍କୁ ମାରି ଦେଇଛି। ଖାଇବାକୁ ଦେଲା ବେଳେ ସୁଧୀର ପ୍ରଧାନ ନାମକ ବ୍ୟକ୍ତିଙ୍କୁ କଚାଡି ମାରିଦେଇଛି କୁମ୍‌କି ହାତୀ ଯଶୋଦା।

ଅପରେସନ୍‌ ସୁନ୍ଦରୀରେ ସେ ଏଠାକୁ ଆସିଥିଲା। ସୁନ୍ଦରୀ ଧରାପଡିବା ପରେ ଯଶୋଦାକୁ ରେଞ୍ଜ ଅଫିସ୍‌ ନିକଟରେ ବନ୍ଧି ରଖିଥିଲା ବନ ବିଭାଗ। ହେଲେ ବାରଣ ସତ୍ୱେ ଆଜି ସକାଳେ ତା ପାଖକୁ ଯାଇ ଖାଇବାକୁ ଦେଉଥିବା ସୁଧୀରଙ୍କ ଉପରେ ବିଗିଡି ଯାଇଥିଲା ଯଶୋଦା। ପରେ ଉତ୍ୟକ୍ତ ହୋଇ ତାଙ୍କୁ କଚାଡି ମାରି ଦେଇଥିଲା।

ଘଟଣା ସଂପର୍କରେ ସବିଶେଷ ତଥ୍ୟ ଦେଇଛନ୍ତି ଅନୁଗୁଳ ଡିଏଫ୍ଓ । ସେ କହିଛନ୍ତି ଯଶୋଦାକୁ ଖାଇବାକୁ ଦେଲା ବେଳେ ଏମିତି ଅଘଟଣ ଘଟିଛି। ବାରଣ ସତ୍ୱେ ସୁଧୀର ଯଶୋଦାକୁ କଦଳୀ ଗଛ ଖାଇବାକୁ ଦେଇଥିଲେ।  ଫଳରେ ଗଛ ସହ ସେ ସୁଧୀରଙ୍କୁ ଭିଡ଼ି ନେଇ କଚାଡ଼ି ଦେଇଥିଲା।

ଏହି ଅଘଟଣ ପରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦକୁ ମଞ୍ଜୁର ହୋଇଥିବା ଅନୁଗୁଳ ଡିଏଫ୍ଓ କହିଛନ୍ତି ।



from Odisha Reporter https://ift.tt/2RCx00k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages