ନବୀନ ଏକନମ୍ବର ପ୍ରତାରକ ଓ ବିଶ୍ୱାସଘାତକ: କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ନବୀନ ଏକନମ୍ବର ପ୍ରତାରକ ଓ ବିଶ୍ୱାସଘାତକ: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଶିକ୍ଷିତ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ପ୍ରତାରଣା କରି ଆସିଛନ୍ତି। ଯୁବକଯୁବତୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଏଭଳି ବିଶ୍ୱାସଘାତକତାକୁ ଖୋଦ ମୁଖ୍ୟ ସଚିବ ଧରାପକାଇ ଦେଇଛନ୍ତି। ନିଜର ବିଫଳତା ଲୁଚାଇବା ଓ ଭାବମୂର୍ତ୍ତି ବଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡିର ୩ଦିନିଆ ବିକ୍ଷୋଭ ଓ ପ୍ରତିବାଦ ଏକ ଡ୍ରାମା ବୋଲି ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି। ଏହା ସହିତ ବିଜେଡିକୁ ମଧ୍ୟ କଂଗ୍ରେସ ପକ୍ଷରୁ ୬ଟି ପ୍ରଶ୍ନ କରାଯାଇଛି।

ପିସିସି ମୁଖ୍ୟାଳୟରେ ଦଳର ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ନବୀନ ହେଉଛନ୍ତି ଏକ ନମ୍ବର ପ୍ରତାରକ ଓ ବିଶ୍ୱାସଘାତକ। ୨୦୧୪ ମସିହା ସାଧାରଣ ନିର୍ବାଚନ ପରେ ବିଜେଡି ସରକାର ଯୁବକ ଯୁବତୀଙ୍କୁ ରୋଜଗାର ଦେବାରେ ସଂପୂର୍ଣ୍ଣ ବିଫଳ ହେବା ପରେ ଭାବମୂର୍ତ୍ତି ବଞ୍ଚାଇବା ପାଇଁ ଗତ ୫ ତାରିଖରୁ କେନ୍ଦ୍ର ସରକାର ବିରୋଧରେ ତିନି ଦିନିଆ ପ୍ରତିବାଦ ନାଟକ ଚଳାଇଛି।

ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ କମିଟି ବୈଠକର ରିପୋର୍ଟ ସ୍ପଷ୍ଟ ଜଣାପଡ଼ୁଛି ଯେ ଦୀର୍ଘ ୪ ବର୍ଷରେ ବିଭିନ୍ନ ସରକାରୀ ବିଭାଗ ଏବଂ ବିଭାଗୀୟ ମୁଖ୍ୟ ଦପ୍ତରରେ ୫୦ ହଜାର ପଦ ପଦବୀରେ ଯୋଗ୍ୟ ଶିକ୍ଷିତ ଯୁବକ ଯୁବତୀଙ୍କୁ ଚାକିରି ଦିଆନଯାଇ ଅବସର ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି। ଅର୍ଥାତ୍ ୪ ବର୍ଷରେ ୫୦ ହଜାର ଓଡ଼ିଆ ପିଲା ସରକାରୀ ଚାକିରୀରୁ ବଞ୍ଚିତ ହୋଇଛନ୍ତି। ଏହି ଘଟଣା ବିଜେଡି ସରକାରର ଓଡ଼ିଆ ଯୁବକ ମାରଣ ନୀତିର ସ୍ପଷ୍ଟ ପ୍ରମାଣ ବୋଲି ଶ୍ରୀ ନାୟକ କହିଛନ୍ତି।

ନିଯୁକ୍ତି କ୍ଷେତ୍ରରେ ନିଜର ବିଫଳତାକୁ ଲୁଚାଇବା ଓ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇବା ପାଇଁ ବିଜେଡି ଏଭଳ ବିିକ୍ଷୋଭ କରୁଛି ବୋଲି କଂଗ୍ରେସ କହିବା ସହ ଦଳ ପକ୍ଷରୁ ବିଜେଡିକୁ ୬ଟି ପ୍ରଶ୍ନ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ହିମାଂଶୁ ଲେଙ୍କା, ଅଶୋକ ସାମଲ, ନିକୁଞ୍ଜ ପଶାୟତ ପ୍ରମୁଖ ଉପସ୍ଥିତ ଥିଲେ ।

କଂଗ୍ରେସର ଛଅଟି ପ୍ରଶ୍ନ

୧- ଓଡ଼ିଶା ସରକାରଙ୍କ ସହାୟତାରେ ଯେତିକି ବେସରକାରୀ ଶିଳ୍ପାନୁଷ୍ଠାନ ସ୍ଥାପନ ହୋଇଛି ସେଥିରେ ଓଡ଼ିଶାର କେତେ ଯୁବକଯୁବତୀ ନିଯୁକ୍ତି ପାଇଛନ୍ତି ?
୨- ଓଡ଼ିଶାର ଯୁବକଯୁବତୀଙ୍କୁ ରାଜ୍ୟରେ ପ୍ରତିଷ୍ଠା ହେଉଥିବା ଶିଳ୍ପ ସଂସ୍ଥାରେ ନିଯୁକ୍ତି ଦେବା ପାଇଁ ସେମାନଙ୍କ ସହ କୌଣସି ଏମଓୟୁ କିମ୍ବା ନିର୍ଦ୍ଧିଷ୍ଟ ନୀତି ପ୍ରଣୟନ କରିଛନ୍ତି କି?
୩- କେନ୍ଦ୍ରୀୟ ଉଦ୍ୟୋଗ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରି ଆଞ୍ଚଳିକତାବାଦକୁ ବିଜେଡି ପ୍ରୋତ୍ସାହିତ କରୁନାହିଁ ତ? ଏଭଳି ଦାବି ସବୁ ରାଜ୍ୟରେ ଉଠିଲେ ଓଡ଼ିଆମାନେ ରାଜ୍ୟ ବାହାରେ ଲାଂଛିତ ହେବେ ନା ନାହିଁ ?
୪- ଓଡ଼ିଶାର କେତେ ଯୁବକଯୁବତୀ ଦେଶର ପ୍ରମୁଖ ସହରଗୁଡ଼ିକରେ କାର୍ଯ୍ୟ କରୁଛନ୍ତି ତା’ର ଆକଳନ ଓଡ଼ିଶା ସରକାର କରିଛନ୍ତି କି?
୫- ପାରାଦୀପ ତୈଳ ବିଶୋଧନାଗାର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ସହ ଏମଓୟୁ ବେଳେ ସେଥିରେ ନିଯୁକ୍ତି ପାଇଁ ନବୀନ ପଟ୍ଟନାୟକ କୌଣସି ବ୍ୟବସ୍ଥା କଲେନି କାହିଁକି ?
୬- କେନ୍ଦ୍ରୀୟ ଉଦ୍ୟୋଗଗୁଡ଼ିକରେ ରାଜ୍ୟ ସରକାରଙ୍କୁ ନିଯୁକ୍ତି ସୁଯୋଗ ଦେବା ଏକ କେନ୍ଦ୍ରୀୟ ପ୍ରସଙ୍ଗ ହୋଇଥିବାବେଳେ ସଂସଦରେ ବିଜେଡିର ଜଣେ ବି ସାଂସଦ ଏନେଇ ପ୍ରଶ୍ନ କରିଛନ୍ତି କି?
ପ୍ରତାରକ ଓ



from Odisha Reporter https://ift.tt/2RFcRH9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages