କେମିତି ମଲା ମହାବଳ ‘ମହାବୀର’ ? କାହିଁକି ଜାଣିପାରିଲାନି ବନ ବିଭାଗ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

କେମିତି ମଲା ମହାବଳ ‘ମହାବୀର’ ? କାହିଁକି ଜାଣିପାରିଲାନି ବନ ବିଭାଗ ?

ଅନୁଗୋଳ (ବିରଜା ଦାଶ): ବାଘ ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶର ‘କାହ୍ନା’ରୁ ‘ମହାବୀର’ ଓ ‘ବାନ୍ଧବଗଡ଼’ ଅଭୟାରଣ୍ୟରୁ ‘ସୁନ୍ଦରୀ’କୁ ଆଣିଥିଲେ ରାଜ୍ୟ ସରକାର। ବାଘ ଓ ବାଘୁଣୀ ସାତକୋଶିଆ ଅଭୟାରଣ୍ୟରେ ପାଦ ଥାପିବା ପରେ ‘ସୁନ୍ଦରୀ’ ନାଁରେ ଆସିଲା ଗୁରୁତର ଅଭିଯୋଗ। ଘଞ୍ଚ ଜଙ୍ଗଲ ଜଙ୍ଗଲକୁ ନଯାଇ ‘ସୁନ୍ଦରୀ’ ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବିଚରଣ କଲା। ଯାହାକୁ ପାରିଲା ଝାମ୍ପି ନେଉଥିବା ଅଭିଯୋଗ ହେଉଥିଲା। ଏହାକୁ ନେଇ ଉତ୍ତେଜନା ଲାଗି ରହିବା ସହିତ ‘ସୁନ୍ଦରୀ’କୁ ମାରିଦେବା ପାଇଁ ଲୋକେ ଧମକ ଦେଲେ। ଶେଷରେ ବହୁ କଷ୍ଟରେ ସୁନ୍ଦରୀକୁ କାବୁ କରିଥିଲା ବନ ବିଭାଗ। ହେଲେ ‘ମହାବୀର’ କଥା ଭୁଲି ଯାଇଥିଲେ। ‘ମହାବୀର’ ସାତକୋଶିଆରେ ବାସ କରୁଥିବା ବାଘୁଣୀଙ୍କ ସହ ସମ୍ପର୍କ ସ୍ଥାପନ କରି କୋର୍ ଅଞ୍ଚଳରେ ରହୁଥିଲା। କିନ୍ତୁ ଆଜି ‘ମହାବୀର’ର ମୃତ୍ୟୁକୁ ନେଇ ପରିବେଶବିତ୍ତ ମର୍ମାହତ ହୋଇଛନ୍ତି। ଏପରିକି ବ୍ୟାଘ୍ର ବଂଶ ବିସ୍ତାର ଲାଗି ଆରମ୍ଭ ହୋଇଥିବା ଯୋଜନାକୁ ଲାଗିଛି ଜବରଦସ୍ତ ଝଟ୍‌କା।

ଗତକାଲି ଦିନ ପ୍ରାୟ ଗୋଟାଏ ବେଳେ ମହାବଳ ‘ମହାବୀର’ର ମୃତ୍ୟୁ ହୋଇଛି। ରାଇଗୋଡ଼ାରୁ ନୂଆଗଡ଼ ରାସ୍ତାର ୫୦୦ ମିଟର ଦୂରରେ ପଡିଥିବା ବାଘର ମୃତଦେହକୁ ଉଦ୍ଧାର କରାଯାଇଛି।

ବନ ବିଭାଗ ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୫ ଦିନ ତଳେ ମହାବଳକୁ ଆକ୍ରମଣ ହୋଇଥିଲା। ଯାହା ଘା’ ହେବା ସହ ସଂକ୍ରମିତ ହୋଇ ପୋକ ହୋଇଯାଇଥିଲା। ଯେଉଁଥିପାଇଁ ବାଘର ମୃତ୍ୟୁ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମାତ୍ର ବାଘ ବେକରେ ଲଗାଯାଇଥିବା ରେଡିଓ କୋଲାର ପାଇଁ ମୃତ୍ୟୁ ହୋଇନାହିଁ ବୋଲି ସ୍ପଷ୍ଟ କରିଛି ବନ ବିଭାଗ।

ମଧ୍ୟପ୍ରଦେଶର ‘କାହ୍ନା’ରୁ ଆସିଥିବା ମହାବଳର ମୃତ୍ୟୁ ପରେ ରାଜ୍ୟରେ ବ୍ୟାଘ୍ର ବଂଶ ବିସ୍ତାର ଲାଗି ଆରମ୍ଭ ହୋଇଥିବା ଯୋଜନାକୁ ଲାଗିଛି ଜବରଦସ୍ତ ଝଟକା। ସାମୟିକ ଭାବେ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପକୁ ସ୍ଥଗିତ ରହିଛି। ଏନ୍‌ଟିସିଏର ଏଡିଜିଏ ଅନୁପ ନାୟକଙ୍କ କହିବା ଅନୁସାରେ ‘କାହ୍ନା’ରୁ ଆସିଥିବା ମହାବଳର ମୃତ୍ୟୁ ଏକ ବଡ଼ ଘଟଣା। ତେଣୁ ପ୍ରକଳ୍ପକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ସମୀକ୍ଷା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସାତକୋଶିଆ ଡିଏଫ୍‌ଓ ରାମସ୍ୱାମୀ ପି କହିଛନ୍ତି।

ସାତକୋଶିଆରେ ବାଘ ବଂଶ ବିସ୍ତାର ପାଇଁ ଆନ୍ତଃରାଜ୍ୟ ବାଘ ସ୍ଥାନାନ୍ତରଣ ପ୍ରକ୍ରିୟାରେ ଗତ ଜୁନ୍ ୨୧ ତାରିଖରେ ମଧ୍ୟପ୍ରଦେଶର ’କାହ୍ନା’ରୁ ମହାବଳକୁ ଅଣାଯାଇଥିଲା। ତାକୁ କିଛିଦିନ ରାଇଗୋଡ଼ା ଏନ୍‌କ୍ଲୋଜରରେ ରଖାଯିବା ପରେ ଜୁଲାଇ ୬ ତାରିଖରେ ଜଙ୍ଗଲରେ ଛଡ଼ାଯାଇଥିଲା। ଏହାପରେ ସେ ଏଠାକାର ବାଘୁଣୀ ସହ ମିଳନ କରିବା ସହିତ ପରିବେଶରେ ବେଶ୍ ଖାପଖୁଆଇ ଚଳୁଥିବା ଜଙ୍ଗଲ ବିଭାଗ କହିଥିଲା।

ପ୍ରଶ୍ନ ଉଠୁଛି କାହିଁକି ଓ କେଉଁ ପରିସ୍ଥିତିରେ ମହାବଳର ମୃତ୍ୟୁ ହେଲା? କାହାର ଅବହେଳା ଯୋଗୁ ମହାବଳ ମଲା? ରେଡ଼ିଓ କୋଲାର୍ ଲାଗିଥିଲେ ମଧ୍ୟ ରୋଗୀଣା ବାଘର ଅବସ୍ଥା କିଭଳି ଠଉରାଇ ପାରିଲେନି ବନ ବିଭାଗ କର୍ମଚାରୀ। ସେପଟେ ବାଘ ବେକର ଆଘାତକୁ ନେଇ ମଧ୍ୟ ନାନା ସନ୍ଦେହ ଉପୁଜୁଛି। କୁହାଯାଉଛି ଶିକାରୀଙ୍କ ଫାସରେ ବାଘ ପଡ଼ି ଯାଇଥିଲା। ସେଥିରୁ ମୁକୁଳିବାକୁ ଚେଷ୍ଟା କରିବା ବେଳେ ବେକରେ ଲାଗିଥିଲା ଗଭୀର ଆଘାତ। ଯାହାକି ପରେ ସଂକ୍ରମିତ ହୋଇ ତା’ର ମୃତ୍ୟୁର କାରଣ ହେଲା।

ସେପଟେ ପିସିସିଏଫ୍ ଓ୍ୱାଇଲଡ୍ଲାଇଫ୍ ସନ୍ଦୀପ ତ୍ରିପାଠୀ କହିଛନ୍ତି-“ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।”



from Odisha Reporter https://ift.tt/2PtuhtR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages