୬୨ଟି ଅକ୍ଷରର ସାଙ୍ଗିଆ ଥିବା କ୍ରିକେଟ୍‌ ଖେଳାଳି, ପଢ଼ନ୍ତୁ କିଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

୬୨ଟି ଅକ୍ଷରର ସାଙ୍ଗିଆ ଥିବା କ୍ରିକେଟ୍‌ ଖେଳାଳି, ପଢ଼ନ୍ତୁ କିଏ

ସୁୱା: ଏମିତି ଜଣେ କ୍ରିକେଟ୍‌ ଖେଳାଳି ଯାହାର ସମ୍ପୂର୍ଣ୍ଣ ନାମର ଅକ୍ଷର ସଂଖ୍ୟା ୭୭। ଆରମ୍ଭ ନାମ ୭ ଅକ୍ଷରର, ମଝି ନାମ ୮ ଅକ୍ଷର ଏବଂ ସାଙ୍ଗିଆ ସବୁଠାରୁ ଲମ୍ବା ଅର୍ଥାତ ୬୨ଟି ଅକ୍ଷରର ସମାହାର। ଆଜ୍ଞା ହଁ ଫିଜିର ଜଣେ ଏଭଳି ଖେଳାଳିଙ୍କର ଏଭଳି ଲମ୍ବା ନାମ ବାବଦରେ ଖବର ପ୍ରକାଶ ପାଇଛି। ତାଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ‘Ilikena Lasarusa Talebulamaineiilikenamainavaleniveivakabulaimainakulalakebalau’।

ଏହାର ଅର୍ଥ ହେଉଛି ‘ଲାଉ ଦ୍ୱୀପପୁଞ୍ଜର ଲାକେବା ଦ୍ୱୀପରେ ଥିବା ନାନ୍‌କୁଲା ହସ୍ପିଟାଲରୁ ଜୀବନ୍ତ ଫେରିଲି’। ପରେ ପରେ ସ୍କୋରବୋର୍ଡରେ ତାଙ୍କ ନାମକୁ କାଣ୍ଟଛାଣ୍ଟ କରି ଆଇଏଲ୍‌ ବୁଲା ନାମଟି ବ୍ୟବହାର କରାଯାଇଛି। ଫିଜିରେ ‘ବୁଲା’ ଏକ ଅଭିବାଦନ ଶବ୍ଦ ଯେପରିକି ଭାରତରେ ନମସ୍କାର ବା ଇଂରାଜୀରେ ହେଲୋ କୁହାଯାଏ।

୧୯୪୭-୪୮ ବେଳକୁ ସେ ଫିଜି ପାଇଁ ଖେଳୁଥିଲେ। ପାରମ୍ପରିକ ଧଳା ସ୍କର୍ଟ ପରିଧାନସହ ଖାଲି ପାଦରେ ଖେଳି ଛକା ମାରିବାରେ ବେଶ ଧୂରୀଣ ଥିଲେ ବୁଲା। ଫିଜି ପାଇଁ ଖେଳିଥିବା ବିଭିନ୍ନ ଖେଳାଳିଙ୍କ ମଧ୍ୟରୁ ସେ ଅନ୍ୟତମ ଶ୍ରେଷ୍ଠ ଫିଲ୍ଡର ବୋଲି କୁହାଯାଏ।



from Odisha Reporter https://ift.tt/2QK2n9v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages