ସୋହରାବୁଦ୍ଦିନ୍‌ ଏନ୍‌କାଉଣ୍ଟର ମାମଲରେ ନୂଆ ମୋଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

ସୋହରାବୁଦ୍ଦିନ୍‌ ଏନ୍‌କାଉଣ୍ଟର ମାମଲରେ ନୂଆ ମୋଡ଼

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସୋହରାବୁଦ୍ଦିନ୍‌ ଶେଖ୍‌ ଏନ୍‌କାଉଣ୍ଟର ମାମଲାରେ ନୂତନ ମୋଡ଼ ଆଣିଛି ଜଣେ ସାକ୍ଷୀଙ୍କ ବୟାନ। ସେ ମୁମ୍ବାଇ କୋର୍ଟରେ ମତ ରଖି କହିଛନ୍ତି ପୂର୍ବତନ ଗୃହମନ୍ତ୍ରୀ ହରେନ୍‌ ପାଣ୍ଡ୍ୟାଙ୍କୁ ହତ୍ୟା କରିବା ପାଇଁ ଗୁଜରାଟ ପୁଲିସ୍‌ ଅଧିକାରୀ ଡିଜି ବଞ୍ଜାରା ହିଁ ସୋହରାବୁଦ୍ଦିନ୍‌ଙ୍କୁ କଣ୍ଟ୍ରାକ୍ଟ ଦେଇଥିଲେ। ତାଙ୍କ କହିବା ଅନୁଯାୟୀ ସେ ଜଣେ ସିବିଆଇ ଅଧିକାରୀଙ୍କୁ ଏହି ବିଷୟରେ ଜଣାଇଥିଲେ ମଧ୍ୟ ସେ ତାଙ୍କ ବୟାନକୁ ରେକର୍ଡରୁ ବାଦ୍‌ ଦେଇଥିଲେ।

୨୦୦୩ ମସିହାରେ ଅହମ୍ମଦାବାଦ୍‌ଠାରେ ହରେନ୍‌ ପାଣ୍ଡ୍ୟାଙ୍କ ହତ୍ୟା ହୋଇଥିଲା। ୨୦୦୨ ମସିହାରେ ସଂଘଟିତ ସାମ୍ପ୍ରଦାୟିକ ଦଙ୍ଗାର ପ୍ରତିଶୋଧ ସ୍ୱରୂପ ତାଙ୍କୁ ହତ୍ୟା କରାଯାଇଥିବା ଚର୍ଚ୍ଚା ହୋଇଥିଲା। ସେହିଭଳି ୨୦୦୫ ମସିହାରେ ସୋହରାବୁଦ୍ଦିନ୍‌ଙ୍କର ମଧ୍ୟ ଏକ ଫେକ୍‌ ଏନ୍‌କାଉଣ୍ଟରରେ ମୃତ୍ୟୁ ହୋଇଥିଲା। ସାକ୍ଷ୍ୟ ଦେଇଥିବା ଏହି ବ୍ୟକ୍ତି ୨୦୦୨ ମସିହାରେ ସୋହରାବୁଦ୍ଦିନ୍‌, ତାଙ୍କ ପତ୍ନୀ କୌସର୍‌ ବି ଏବଂ ସେମାନଙ୍କ ସହଯୋଗୀ ତୁଲ୍‌ସୀ ପ୍ରଜାପତିଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ।

ସେ କୋର୍ଟକୁ କହିଛନ୍ତି, “ଏହି ସମୟରେ ସୋହରାବୁଦ୍ଦିନ୍‌ ମୋତେ କହିଥିଲେ ସେ ଡିଜି ବଞ୍ଜାରାଙ୍କଠାରୁ ଟଙ୍କା ପାଇ ଗୁଜରାଟ ଗୃହମନ୍ତ୍ରୀ ହାରେନ୍‌ ପାଣ୍ଡ୍ୟାଙ୍କର ହତ୍ୟା କରିଛନ୍ତି। ମୁଁ ତାଙ୍କୁ କହିଥିଲି ସେ ଭୁଲ୍‌ କରିଛନ୍ତି, ସେ ଯାହାକୁ ହତ୍ୟା କରିଛନ୍ତି ସେ ଜଣେ ଭଲ ଲୋକ ଥିଲେ।”

୨୦୦୫ ମସିହାରେ ତାଙ୍କୁ ଗିରଫ କରି ଉଦୟପୁର ଜେଲ୍‌ରେ ରଖାଯାଇଥିବା ସମୟରେ ସାକ୍ଷୀ ଜଣକ ପ୍ରଜାପତିଙ୍କୁ ଭେଟିଥିଲେ। ସେଠାରେ ପ୍ରଜାପତି ତାଙ୍କୁ କହିଥିଲେ ଯେ, ଗୁଜରାଟ ପୁଲିସ୍‌ ସୋହରାବୁଦ୍ଦିନ୍‌ ଏବଂ ତାଙ୍କ ପତ୍ନୀ କୌସରଙ୍କୁ ହତ୍ୟା କରିଛି। ଗତକାଲି ସ୍ୱତନ୍ତ୍ର ସିବିଆଇ ବିଚାରପତି ଜଷ୍ଟିସ୍‌ ଏସ୍‌ଜେ ଶର୍ମାଙ୍କ ଆଗରେ ପ୍ରତ୍ୟକ୍ଷଦର୍ଶୀ ବା ସାକ୍ଷୀ ଜଣକ ଏହି ବୟାନ ରଖିଛନ୍ତି। ଏହାପରେ ପ୍ରଜାପତିଙ୍କୁ ମଧ୍ୟ ଏକ ଫେକ୍‌ ଏନ୍‌କାଉଣ୍ଟରରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ମୋଟ ୩୮ ଜଣଙ୍କ ନାମରେ ଅଭିଯୋଗ ହୋଇଥିଲା ଏବଂ ସେଥିରୁ ୧୬ ଜଣଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି। ଦୋଷମୁକ୍ତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବିଜେପି ଅଧ୍ୟକ୍ଷ ଅମିତ ଶାହ, ବଞ୍ଜାରା ଏବଂ ଗୁଜରାଟ ଓ ରାଜସ୍ଥାନର କିଛି ବରିଷ୍ଠ ପୁଲିସ୍ ଅଧିକାରୀ ଅନ୍ତର୍ଭୁକ୍ତ।



from Odisha Reporter https://ift.tt/2yPLRhf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages