ଅଭିଯୁକ୍ତ କହିଲେ ଆମେ ମହାବଳ ମାରିଛୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

ଅଭିଯୁକ୍ତ କହିଲେ ଆମେ ମହାବଳ ମାରିଛୁ

tiger

ବରଗଡ଼ (ଦୀପକ ମିଶ୍ର): ବରଗଡ଼ ଜିଲ୍ଲା ଡେବ୍ରିଗଡ଼ ଅଭୟାରଣ୍ୟରେ ମିଳିଥିବା ଗଳିତ ମୃତଦେହ ମହାବଳ ବାଘର ହୋଇଥିବା ସନ୍ଦେହ କରାଯାଉଛି ବୋଲି ସୂଚନା ଦେଇଛନ୍ତି ବରଗଡ଼ ଡିଏଫଓ ଅଭୟ କୁମାର ଦଳେଇ। ବାଘ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ୪ ଅଭିଯୁକ୍ତ ସେମାନେ ମହାବାଳ ବାଘ ମାରିଥିବା ବୟାନ ଦେଇଛନ୍ତି ବୋଲି ସେ କହିଛନ୍ତି।

ଅଭିଯୁକ୍ତଙ୍କ ବୟାନ ଓ ଜବତ ହୋଇଥିବା ପଞ୍ଝା ଓ ନିଶରୁ ଏହା ମହାବଳର ହୋଇଥିବା ସୂଚନା ମିଳୁଛି। ଏନେଇ ସମ୍ପୂର୍ଣ୍ଣ ତଥ୍ୟ ୱାଇଲଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍‌ ରିପୋର୍ଟ ଆସିବା ପରେ ହିଁ ଜଣାପଡ଼ିବ ବୋଲି ଡିଏଫ୍ଓ କହିଛନ୍ତି।

ଏହାସହ ବେଙ୍ଗାଲୁରୁରୁ ଫରେନ୍ସିକ୍ ରିପୋର୍ଟକୁ ମଧ୍ୟ ବିଭାଗ ଅପେକ୍ଷା କରିଥିବା ସେ କହିଛନ୍ତି।

ମହାବଳ ଶିକାର ମାମଲାରେ ଗିରଫ ୪ ଜଣଙ୍କ ପାଖରୁ ମୃତ ବାଘର ପଞ୍ଝା ଓ ନିଶ ଜବତ ହୋଇଛି। ଏହି ଘଟଣାରେ ବନ ବିଭାଗ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା କରିଛି।

ଗତ ଅକ୍ଟୋବର ୨୮ ତାରିଖରେ ଡେବ୍ରିଗଡ଼ ଅଭୟାରଣ୍ୟରୁ ଏକ ବାଘର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ସେତେବେଳେ ଏହା ମହାବଳ ନୁହଁ, କଳରାପତରିଆ ବାଘ ବୋଲି କହିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ।



from Odisha Reporter https://ift.tt/2qrOcKJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages