ଗୁଜରାଟ ଦଙ୍ଗା: ମୋଦିଙ୍କୁ କ୍ଲିନ୍‌ଚିଟ୍‌ ବିରୋଧରେ ଆବେଦନର ଶୁଣାଣି ଘୁଞ୍ଚିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 19, 2018

ଗୁଜରାଟ ଦଙ୍ଗା: ମୋଦିଙ୍କୁ କ୍ଲିନ୍‌ଚିଟ୍‌ ବିରୋଧରେ ଆବେଦନର ଶୁଣାଣି ଘୁଞ୍ଚିଲା

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୨୦୦୨ ଗୁଜରାଟ୍‌ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍‌ଚିଟ୍‌ ମିଳିଛି। ହେଲେ ଏହା ବିରୋଧରେ ଜାକିଆ ଜାଫ୍ରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ମାମଲାର ଶୁଣାଣି ଆସନ୍ତା୨୬ ତାରିଖରେ ହେବ ବୋଲି କହିଛନ୍ତି।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏଏମ୍‌ ଖାନୱିଲକରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଥିଲେ, ଏହା ଏକ ସମ୍ବେଦନଶୀଳ ଘଟଣା। ତେଣୁ ଏହାର ଶୁଣାଣିରେ କିଛି ଦିନ ବିଳମ୍ବ ହେବ। ଆସନ୍ତା ୨୬ରେ ଏହାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

୨୦୦୨ ମସିହାରେ ନରେନ୍ଦ୍ର ମୋଦି ଗୁଜରାଟ୍‌ ମୁଖ୍ୟମନ୍ତ୍ରୀ ଥିବା ବେଳେ ରାଜ୍ୟରେ ବଡ଼ ଧରଣର ସାମ୍ପ୍ରଦାୟିକ ଦଙ୍ଗା ହୋଇଥିଲା। ତେବେ ମୋଦିଙ୍କୁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ ଏଥିରେ କ୍ଲିନ୍‌ଚିଟ୍‌ ଦେଇଥିଲା। ତଥାପି ଏହା ବିରୋଧରେ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ କରାଯାଇଛି।

ଆଜି ଶୁଣାଣି ବେଳେ ଏସ୍‌ଆଇଟି ପକ୍ଷରୁ ବରିଷ୍ଠ ଆଇନ୍‌ଜୀବୀ ମୁକୁଲ ରୋହତଗୀ କହିଥିଲେ, ଶ୍ରୀମତୀ ଜାଫ୍ରିଙ୍କ ଆବେଦନ ଗ୍ରହଣୀୟ ନୁହେଁ ଏବଂ ସାମାଜିକ କର୍ମୀ ତୀସ୍ତା ଶୀତଲବାଦ ଏହି ମାମଲାର ଦ୍ୱିତୀୟ ଆବେଦନକାରୀ ହୋଇପାରିବେ ନାହିଁ। ଏହା ଶୁଣିବା ପରେ ଖଣ୍ଡପୀଠ କହିଥିଲେ, ପରବର୍ତ୍ତୀ ଶୁଣାଣି ପୂର୍ବରୁ ଶୀତଲବାଦ ଦ୍ୱିତୀୟ ଆବେଦନକାରୀ ହୋଇପାରିବେ କି ନାହିଁ ତାହାର ବିଚାର କରାଯିବ।

ଜାକିଆ ଜାଫ୍ରି ହେଉଛନ୍ତି ଗୁଜରାଟ ଦଙ୍ଗାରେ ପ୍ରାଣ ହରାଇଥିବା କଂଗ୍ରେସ ସାଂସଦ ଏହସାନ ଜାଫ୍ରିଙ୍କ ପତ୍ନୀ।

ଦଙ୍ଗାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ ମୋଦିଙ୍କ ସମେତ ୫୮ ଜଣଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲା। ଏହାକୁ ଗୁଜରାଟ ହାଇକୋର୍ଟ କାଏମ ରଖିଥିଲେ।

ଗୋଧ୍ରା ଟ୍ରେନ୍‌ ପୋଡ଼ି ପରେ ଶତାଧିକ ଲୋକ ୨୦୦୨ ଫେବୃଆରୀ ୨୮ରେ ମୁସଲିମ ବହୁଳ ଗୁଲବର୍ଗା ସୋସାଇଟି କଲୋନୀ ଉପରେ ଆକ୍ରମଣ କରିଥିଲେ। ଏଥିରେ ଏହସାନ ଜାଫ୍ରିଙ୍କ ସମେତ ୬୯ ଜଣଙ୍କ ମୃତ୍ୟୁ ଘଟିଥିଲା।



from Odisha Reporter https://ift.tt/2S5ffr3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages