ଦାରୁ ଫିକ୍ସିଂ: ନିଆଁରେ ଘିଅ ଢାଳିଲେ ଦଇତା ନିଯୋଗ ସମ୍ପାଦକ; କହିଲେ-ଗୋଟିଏ ଅଞ୍ଚଳରୁ କେମିତି ମିଳିଲା ତିନିଟି ଦାରୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 19, 2018

ଦାରୁ ଫିକ୍ସିଂ: ନିଆଁରେ ଘିଅ ଢାଳିଲେ ଦଇତା ନିଯୋଗ ସମ୍ପାଦକ; କହିଲେ-ଗୋଟିଏ ଅଞ୍ଚଳରୁ କେମିତି ମିଳିଲା ତିନିଟି ଦାରୁ

ପୁରୀ (ଓଡ଼ିଶା ରିପୋର୍ଟର): ପୁଣି ଦାରୁ ଫିକ୍ସିଂ ଅଭିଯୋଗ ନିଆଁରେ ଘିଅ ଢାଳିଛନ୍ତି ଦଇତା ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସମହାପାତ୍ର। ଦାରୁ ଚୟନରେ ଫିକ୍ସିଂ ହୋଇଥିବା ନେଇ ତାଙ୍କ ମନରେ ବି ସନ୍ଦେହ ହେଉଥିବା ସେ କହିଛନ୍ତି। ଗୋଟିଏ ଅଞ୍ଚଳରୁ କେମିତି ତିନି ତିନିଟି ଦାରୁ ମିଳିଲା ଏ ନେଇ ସେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ତା’ ସହ ଦାରୁ ଚୟନ ବେଳେ ଦଇତାମାନଙ୍କ ବିଶୃଙ୍ଖଳିତ ଆଚରଣ ସମ୍ପର୍କରେ ଖୁଲାସା କରିଛନ୍ତି ପ୍ରେମାନନ୍ଦ।

ସେ କହିଛନ୍ତି- “ଦାରୁ ଚୟନ ପାଇଁ ଚାଲି ଚାଲି ଯିବା କିମ୍ବା ଅସୁସ୍ଥ ହେଲେ ଶଗଡ଼ିରେ ଯିବାର ପରମ୍ପରା ରହିଛି। ହେଲେ ଦଇତାପତିମାନେ ଏସି କାରରେ ବସି ଯାଇଛନ୍ତି। ସେହିଭଳି ସନ୍ଧ୍ୟା ହେଲେ ଫେରି ଆସିବାର ନିୟମ ଥିଲେ ବି ସେ ନିୟମକୁ ଅମାନ୍ୟ କରି ରାତି ଅଧ ଯାଏ ବାଡ଼ଗ୍ରାହୀମାନେ କୁଆଡ଼େ ଯାଉଥିଲେ ତାହା ମଧ୍ୟ ତାଙ୍କୁ ଏଯାଏ ସନ୍ଦେହ ଭିତରେ ରଖିଛି। ସେହିଭଳି ସାରଳାଙ୍କ ନିକଟରୁ ମିଳିଥିବା ଦାରୁରେ କଣ୍ଟା ଫୁଟିଥିବା ଓ ଗଛ ମୂଳରେ ମଦ ବୋତଲ ଠାବ ହୋଇଥିବା କଥା ଚର୍ଚ୍ଚାକୁ ଆସିଥିଲା। ଏସବୁ ସତ୍ତ୍ୱେ କିଭଳି ଦାରୁ ଚୟନ କରାଗଲା?”

ଘଟ ପରିବର୍ତ୍ତନ ନେଇ ସେ କହିଛନ୍ତି-“ସାଧାରଣତଃ ଆଖିରେ ଅନ୍ଧପୁଟୁଳି ଓ ହାତରେ କନା ବାନ୍ଧି ଘଟ ପରିବର୍ତ୍ତନ କରାଯାଇଥାଏ। ସେହି ବ୍ୟକ୍ତିର ଅଳ୍ପ ଦିନ ପରମାୟୂ ଥାଏ ବୋଲି ଶୁଣିଛି। ଏହି କଥା ବାହାରେ ପ୍ରଘଟ କଲେ ପରିବାରରେ ଅଘଟଣ ଘଟିବ। ଏ ପରିସ୍ଥିତି ମୁଁ କେବେ କ’ଣ ଚାହିଁବି ଘଟ ପରିବର୍ତ୍ତନ ସମ୍ପର୍କରେ ବାହାରେ ପ୍ରକାଶ କରିବା ପାଇଁ। କାରଣ ମୋର ପରିବାର ରହିଛି। ଘଟ ପରିବର୍ତ୍ତନ ସ୍ଥାନକୁ ମୁଁ ଯାଇନି କି କାହାକୁ ନେଇନାହିଁ।”

ବିଳମ୍ୱ ନେଇ ସେ କହିଛନ୍ତି- “ପୂର୍ବରୁ ମୁଁ ଯାହା କହିଥିଲି ତାହା ଠିକ୍‌। ମହାପ୍ରଭୁଙ୍କ ରାଣ ପକାଇ କହୁଛି ଠିକ କହିଛି। ଦୁଇ ଭାଗାଳିଙ୍କ ମଧ୍ୟରେ ବଚସା ହୋଇଥିବାରୁ ଘଟ ପରିବର୍ତ୍ତନରେ ଡେରି ହୋଇଥିଲା। ଏ ସମ୍ପର୍କରେ ଗଣମାଧ୍ୟମକୁ କହିଥିବାରୁ ମୁଖ୍ୟପ୍ରଶାସକ ସୁରେଶ ମହାପାତ୍ରଙ୍କୁ ବାଧିଥିଲା। ସେଥିପାଇଁ ମୋତେ ନୋଟିସ କରାଗଲା। ଶ୍ରୀମନ୍ଦିର ନୀତିକାନ୍ତି ରେକର୍ଡ ଅଫ୍‌ ରାଇଟ୍‌ ଅନୁସାରେ ଚାଲିଛି। ସେଥିରେ ଉଲ୍ଲେଖ ରହିଛି, ୪ ବାଡ଼ର ବାଡ଼ଗ୍ରାହୀମାନେ ଘଟ ପରିବର୍ତ୍ତନ କରିବେ। ବାଡ଼ ଭାଗାଳିମାନେ ସେମାନଙ୍କ ପାଖରେ ଉପସ୍ଥିତ ରହିବେ। ଦରକାର ପଡ଼ିଲେ ସାହାଯ୍ୟ କରିବେ। ଏହା ଜାଣି ମଧ୍ୟ ସୁରେଶବାବୁ ମୋତେ ନୋଟିସ୍‌ କରିଛନ୍ତି। ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ତାଙ୍କର ମଙ୍ଗଳ ହେଉ। ମୁଁ ଅନୁରୋଧ କରୁଛି, ସତ ସାମ୍ନାକୁ ଆସୁ।”



from Odisha Reporter https://ift.tt/2FuOcDP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages