
ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା(ସିବିଆଇ)ର ନଂ ୧ ଆଲୋକ ବର୍ମା ଏବଂ ନଂ ୨ ରାକେଶ ଆସ୍ଥାନାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମହାକଳିରେ ଆଜି କଂଗ୍ରେସ ଆଇନ୍ଗତ ଲଢ଼େଇକୁ ଲମ୍ଫ ପ୍ରଦାନ କରିଛି। ସିବିଆଇ ମହାକଳିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇଥିବା ବେଳେ ଏହାକୁ କଂଗ୍ରେସ ଜୋରଦାର ବିରୋଧ କରିଛି। କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ବିରୋଧରେ ଲୋକସଭାର ବିରୋଧ ଦଳର ନେତା ତଥା କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖାଡ଼ଗେ ଆଜି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। କେନ୍ଦ୍ର ସରକାର ବେଆଇନ୍ ଭାବେ ସିବିଆଇ ମୁଖ୍ୟଙ୍କୁ ଛୁଟିରେ ଯିବାକୁ କହିଛନ୍ତି ଏବଂ ଏହା ସିବିଆଇ ଆଇନ୍ ବିରୋଧୀ ବୋଲି ଶ୍ରୀ ଖାଡ଼ଗେ ତାଙ୍କ ଆବେଦନ ରେ ଦର୍ଶାଇଛନ୍ତି।
ଆବେଦନରେ ଶ୍ରୀ ଖାଡ଼ଗେ ଦର୍ଶାଇଛନ୍ତି, ବିରୋଧୀ ଦଳ ନେତା, ପ୍ରଧାନମନ୍ତ୍ରୀ ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ କମିଟି ହିଁ ସିବିଆଇ ଆଇନ୍ ଅନୁଯାୟୀ ସିବିଆଇ ମୁଖ୍ୟଙ୍କୁ ନିଯୁକ୍ତି ଦେଇଥାଆନ୍ତି ଓ ତାଙ୍କୁ ସେହି କମିଟି ଚାହିଁଲେ ହଟାଇ ପାରନ୍ତି। ସେହିପରି ସିବିଆଇ ମୁଖ୍ୟଙ୍କ ବିରୋଧରେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ(ସିଭିସି) ମଧ୍ୟ ଆଇନ୍ ଅନୁଯାୟୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଇଚ୍ଛା ଅନୁସାରେ ସିବିଆଇ ମୁଖ୍ୟଙ୍କୁ ହଟାଇ ଦେବା ସଂପୂର୍ଣ୍ଣ ଭାବେ ବେଆଇନ୍ ବୋଲି ଶ୍ରୀ ଖାଡ଼ଗେ କହିଛନ୍ତି। କଂଗ୍ରେସ ନିର୍ଦ୍ଦେଶରେ ହିଁ ଖାଡ଼ ଗେ ଏଭଳି ଆବେଦନ କରିଥିବା ଜଣାପଡ଼ିଛି।
ମାଂସ ବ୍ୟବସାୟୀ ମୋଇନ୍ କ୍ୟୁରେସୀଙ୍କ ମାମଲାରେ ଫସିଥିବା ହାଇଦ୍ରାବାଦର ବ୍ୟବସାୟୀ ସତୀଶ ସାନାଙ୍କ ବୟାନକୁ ଆଧାର କରି ଶ୍ରୀ ବର୍ମା ତାଙ୍କ ଡେପୁଟି ଶ୍ରୀ ଆସ୍ଥାନାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏହାକୁ ନେଇ ସିବିଆଇ ତଥା ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା।
from Odisha Reporter https://ift.tt/2qq26wL
No comments:
Post a Comment