ମୋଦି ଜ୍ୟାକେଟ୍‌ ଏବଂ ନେହରୁ ଜ୍ୟାକେଟ୍‌ ଲଢ଼େଇରେ ନୂଆ ମୋଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ମୋଦି ଜ୍ୟାକେଟ୍‌ ଏବଂ ନେହରୁ ଜ୍ୟାକେଟ୍‌ ଲଢ଼େଇରେ ନୂଆ ମୋଡ଼

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜେ ଇନ୍‌ଙ୍କୁ ଉପହାର ଦେଇଥିବା ଜ୍ୟାକେଟ୍‌କୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ଟ୍ୱିଟର୍‌ରୁ ଆରମ୍ଭ ହୋଇ ଏବେ ଏହି ଜ୍ୟାକେଟ୍‌ ପ୍ରସ୍ତୁତ କରିଥିବା କମ୍ପାନୀ ଯାଏ ପହଞ୍ଚିଛି। ମୁନ୍‌ ଟ୍ୱିଟ୍‌ କରି ଏହି ଉପହାରକୁ ପ୍ରଶଂସା କରିଥିଲେ ଏବଂ ଏହାକୁ ‘ମୋଦି ଭେଷ୍ଟ’ ବୋଲି ସମ୍ବୋଧନ କରିଥିଲେ। ପୂର୍ବରୁ ଏଭଳି ପ୍ରାୟ ସମାନ ଡିଜାଇନ୍‌ର ଜ୍ୟାକେଟ୍‌ ନେହରୁ ଜ୍ୟାକେଟ୍‌ ନାମରେ ଖ୍ୟାତିଲାଭ କରିଥିବାରୁ ଏହାକୁ ନେଇ ଟ୍ୱିଟରରେ ବିବାଦ ଆରମ୍ଭ ହୋଇଥିଲା।

ଏହି ପୋଷାକ ପ୍ରସ୍ତୁତ କରିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି, “ପ୍ରକୃତରେ ଏସବୁ ବନ୍ଦଗଳା ଜ୍ୟାକେଟ୍‌ ଯାହାକି ନେହରୁ ଏବଂ ସର୍ଦ୍ଦାର ପଟେଲ ମଧ୍ୟ ପିନ୍ଧୁଥିଲେ। କିନ୍ତୁ ଆମେ ଯାହା ବିକ୍ରି କରୁଛୁ ତାହା ମୋଦି ଜ୍ୟାକେଟ୍। ଏହା ଆଉ ଟିକେ ଲମ୍ବା ଏବଂ ଏହା ପିନ୍ଧିଲେ ନେହରୁ ଜ୍ୟାକେଟ୍‌ଠାରୁ ଅଧିକ ସହଜ ଅନୁଭବ ହୁଏ।”

ଜେଡ୍‌ବ୍ଲୁ ଲାଇଫ୍‌ଷ୍ଟାଇଲ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ବିପିନ୍‌ ଚୌହାନ୍‌ ଏହି ବିଷୟରେ ସୂଚନା ଦେଇ କହିଛନ୍ତି, “ପୂର୍ବରୁ ନେହରୁ ଜ୍ୟାକେଟ୍ ସବୁ କଳା ଏବଂ ଧଳା ରଙ୍ଗରେ ହିଁ ଉପଲବ୍ଧ ହେଉଥିଲା, କିନ୍ତୁ ମୋଦି ଜ୍ୟାକେଟ୍‌ ବିଭିନ୍ନ ରଙ୍ଗର ବିକଳ୍ପରେ ଉପଲବ୍ଧ। ୨୦୧୪ ନିର୍ବାଚନ ପରଠାରୁ ଏହା ଲୋକପ୍ରିୟ ହୋଇଛି। ”

ଅକ୍ଟୋବର ୩୧ ତାରିଖରେ ମୁନ୍‌ ଏହି ଜ୍ୟାକେଟ୍‌ ସହିତ ଏକ ଫଟୋ ଟ୍ୱିଟ୍‌ କରିଥିଲେ ଯାହାକି ନେଇ ବିଭିନ୍ନ ମହଲରୁ ସମାଲୋଚନାମୂଳକ ଟ୍ୱିଟ୍‌ ଆସିଥିଲା।



from Odisha Reporter https://ift.tt/2Qoej08

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages