ଦୁଇ ବସ୍‌ ମୁହାଁମୁହିଁ, ୧୦ ଯାତ୍ରୀ ଗୁରୁତର ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 22, 2018

ଦୁଇ ବସ୍‌ ମୁହାଁମୁହିଁ, ୧୦ ଯାତ୍ରୀ ଗୁରୁତର ଆହତ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଦିନକୁ ଦିନ ବସ୍‌ ଯାତ୍ରା ବିପଦପୂର୍ଣ୍ଣ ହୋଇପଡ଼ୁଛି। କାରଣ ଗତ ଦୁଇ ଦିନରେ ବସ୍‌ ଦୁର୍ଘଟଣା ନେଲାଣି ୧୩ ଜୀବନ। ୬୦ରୁ ଅଧିକ ବସ୍‌ ଯାତ୍ରୀ ଗୁରୁତର ଆହତ ହୋଇ ବିଭିନ୍ନ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା କମାଇବା ପାଇଁ ରାଜ୍ୟ ସରକାର ନୂଆ ଆଇନ୍ ପ୍ରଣୟନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଆଜି ପୁଣି ଏକ ବସ୍‌ ଦୁର୍ଘଟଣା ଘଟିଛି ନବରଙ୍ଗପୁରରେ।

ଉମରକୋଟଠାରୁ ବ୍ରହ୍ମପୁର ଆସୁଥିବା ଓଡ଼ିଶା ରାଜ୍ୟ ପରିବହନ ବିଭାଗର (ଓଏସ୍‌ଆର୍‌ଟିସି) ବସ୍‌ଟି ଡାବୁଗାଁ ଧାମନାଗୁଡ଼ାଠାରେ ଜୟପୁରରୁ ରାଇଘର ଗୁରୁଶିଙ୍ଗାକୁ ଯାଉଥିବା ବେସରକାରୀ ବସ୍‌ ସହିତ ତା’ର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।



from Odisha Reporter https://ift.tt/2OU1rgY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages